Mobile Ban
ନିଷ୍ପତ୍ତି ବଦଳାଇଲେ ସରକାର। ହଟିଲା ବିଧାନସଭା ପ୍ରେସ୍ ଗ୍ୟାଲେରୀରେ ସାମ୍ବାଦିକଙ୍କୁ ମୋବାଇଲ୍ କଟକଣା। ସାମ୍ବାଦିକଙ୍କ ଆନ୍ଦୋଳନ ପରେ କଟକଣା ପ୍ରତ୍ୟାହୃତ କଲେ ସରକାର। ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏନେଇ ସୂଚନା ଦେଇଛନ୍ତି।
ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଯେ, ସାମ୍ବାଦିକଙ୍କ ଉପରେ ଲଗାଯାଇଥିବା ମୋବାଇଲ କଟକଣା ହଟାଯାଇଛି। ସାମ୍ବାଦିକମାନେ ପ୍ରେସ୍ ଗ୍ୟାଲେରୀକୁ ମୋବାଇଲ ନେଇପାରିବେ। ହେଲେ ମିଡିଆ ଗ୍ୟାଲେରୀରେ ବସି ଫଟୋଗ୍ରାଫି ଓ ଭିଡିଓ ରେକର୍ଡିଂ କରିପାରିବେ ନାହିଁ।
ଅଧିକ ପଢ଼ନ୍ତୁ: ବିଧାନସଭାରେ ଯୋଡ଼ିହେଲା କଳଙ୍କିତ ଅଧ୍ୟାୟ, ହାତାହାତି ହେଲେ ସରକାରୀ ଓ ବିରୋଧୀ ବିଧାୟକ
ସୂଚନାଯୋଗ୍ୟ, ଗତକାଲି ବିଧାନସଭା ଭିତରେ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର ଏବଂ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ହାତାହାତି ହୋଇଥିଲେ। ବିଧାୟକମାନଙ୍କ ହାତାହାତି ହେବାର ଭିଡିଓ ଭାଇରାଲ ହୋଇଥିଲା । ଆଉ ଏହାପରେ ଆଜି ସାମ୍ବାଦିକଙ୍କ ଉପରେ ମୋବାଇଲ ନ ନେବା ପାଇଁ କଟକଣା କରାଯାଇଥିଲା । ଯାହା ଫଳରେ ଗଣମାଧ୍ୟମ ପ୍ରତିନିଧିମାନେ ପ୍ରଶ୍ନକାଳକୁ ବୟକଟ୍ କରିଥିଲେ ଓ ଗାନ୍ଧି ମୂର୍ତ୍ତି ତଳେ ଧାରଣା ଦେଇଥିଲେ। ପରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ସରକାର ଆଲୋଚନା କରି ମୋବାଇଲ କଟକଣାକୁ ହଟାଇ ନେଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Mobile_Ban_1741770767.jpg)