Advertisment

No Entry For Journalist: ସାମ୍ବାଦିକଙ୍କୁ ବ୍ଲକ୍ ଅଫିସ କାହିଁକି ମନା; କ’ଣ ରହିଛି କାରଣ ?

ଗଣମାଧ୍ୟମର କଣ୍ଠରୋଧ କରିବାକୁ ବ୍ଲକ କାର୍ଯ୍ୟାଳୟରେ ଏଭଳି ପୋଷ୍ଟର ମରାଯାଇଥିବା କହିଛନ୍ତି ସ୍ଥାନୀୟ ସାମ୍ବାଦିକ। କାଳେ ବ୍ଲକ କାର୍ଯ୍ୟାଳୟର ଦୁର୍ନୀତି ପଦାକୁ ପଳାଇ ଆସିବ ତେଣୁ ସାମ୍ବାଦିକଙ୍କ କଣ୍ଠରୋଧ ପାଇଁ ଏଭଳି ଉଦ୍ୟମ କରାଯାଇଥିବା ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ସାମ୍ବାଦିକ।

ଅଦ୍ୟତନ ହୋଇଛି
Journalist Restriction

Journalist Restriction

Advertisment

ବ୍ଲକ୍ ଅଫସ କାର୍ଯ୍ୟାଳୟରେ ରହିଛି ‘ହିସାବ ଅଧିକାରୀଙ୍କ ପ୍ରକୋଷ୍ଠ’। ଯେଉଁଠି ବଡ଼ ବଡ଼ ଅକ୍ଷରରେ ଲେଖାଯାଇଛି ସାମ୍ବାଦିକଙ୍କୁ ପ୍ରବେଶ ନିଷେଧ। ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ପରିସରରେ ବ୍ଲକ ଉନ୍ନୟନ ଅଧିକାରୀଙ୍କ ସ୍ୱାକ୍ଷରରେ ଲାଗିଛି ଏଭଳି ନୋଟିସ। ତେବେ ଏହାକୁ ନେଇ ସାମ୍ବାଦିକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ତେବେ ସାମ୍ବାଦିକଙ୍କୁ ପ୍ରବେଶ ନିଷେଧ ପାଇଁ ଏଭଳି ପୋଷ୍ଟର ନିଜେ ବିଡିଓ ମାରିଲେ ନାଁ କିଏ ମାରିଛି ତାକୁ ନେଇ ପ୍ରଶ୍ନ ଉଠିଛି।

Advertisment

ଗଣମାଧ୍ୟମର କଣ୍ଠରୋଧ କରିବାକୁ ବ୍ଲକ କାର୍ଯ୍ୟାଳୟରେ ଏଭଳି ପୋଷ୍ଟର ମରାଯାଇଥିବା କହିଛନ୍ତି ସ୍ଥାନୀୟ ସାମ୍ବାଦିକ। କାଳେ ବ୍ଲକ କାର୍ଯ୍ୟାଳୟର ଦୁର୍ନୀତି ପଦାକୁ ପଳାଇ ଆସିବ ତେଣୁ ସାମ୍ବାଦିକଙ୍କ କଣ୍ଠରୋଧ ପାଇଁ ଏଭଳି ଉଦ୍ୟମ କରାଯାଇଥିବା ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ସାମ୍ବାଦିକ। ତେବେ ଏହି ପୋଷ୍ଟର ନିଜେ ବିଡିଓଙ୍କ ଅନୁମତିରେ ଲଗାଯାଇଛି ନା ଅନ୍ୟ କିଏ ଲଗାଇଛି ତାହାର ତଦନ୍ତ କରିବାକୁ ଦାବି କରାଯାଇଛି। ଅନ୍ୟପଟେ ଖବର ପ୍ରସାରିତ ହେବା ପରେ ଗଂଜାମ ଜିଲ୍ଲାର ସାମ୍ବାଦିକ ମହଲରେ ଅସନ୍ତୋଷ ଦେଖାଦେଇଛି। 

ଆଜି ସାନଖେମୁଣ୍ଡି ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ପ୍ରେସ କ୍ଲବ ପକ୍ଷରୁ ଧାରଣା ଦିଆଯାଇଥିବା ଜଣାଯାଇଛି। ସାନଖେମୁଣ୍ଡି ପ୍ରେସ କ୍ଳବ ଏହାକୁ ଦୃଢ଼ ନିନ୍ଦା କରିବା ସହ ପୋଷ୍ଟର ହଟାଇ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛି। ଏଥିସହ ଜିଲ୍ଲାପାଳ, ଉପ ଜିଲ୍ଲାପାଳ ଓ ଏସପିଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରିଛି ସଙ୍ଘ। ଯଦି ଆଗାମୀ ଦିନରେ କୌଣସି କାର୍ଯ୍ୟାନୁଷ୍ଠାନ ନ ନିଆଯାଏ, ଆଗାମୀ ଦିନରେ ଶାନ୍ତିପୂର୍ଣ୍ଣ ଆମରଣ ଅନଶନ କରିବାକୁ ସଙ୍ଘ ପକ୍ଷରୁ କୁହାଯାଇଛି। ତେବେ ଏନେଇ ସାନଖେମୁଣ୍ଡି ବିଡିଓଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

Advertisment

ସାନଖେମୁଣ୍ଡି ପ୍ରେସ କ୍ଲବ ସଭାପତି କାହ୍ନୁ ଚରଣ ନାୟକ କହିଛନ୍ତି, ଗତକାଲି ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟରେ ସାମ୍ବାଦିକ ମାନଙ୍କୁ ପ୍ରବେଶ ନିଷେଧ ବୋଲି ଏକ ପୋଷ୍ଟର ଲଗାଯାଇଛି। ଏଭଳି ଘଟଣାକୁ ସାନଖେମୁଣ୍ଡି ପ୍ରେସ କ୍ଲବ ଦୃଢ଼ ନିନ୍ଦା କରୁଛି। କିଏ ଏପରି ପୋଷ୍ଟର କିଏ ଲଗାଇଛି, ତା’ର ଉଚ୍ଚ ସ୍ତରୀୟ ତଦନ୍ତ ହେଲେ ଜଣାପଡ଼ିବ।

ଅଭିଯୋଗ ହେଉଛି, ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଦୁର୍ନୀତିରେ ବୁଡ଼ିକି ରହିଛି। ଏଥିପାଇଁ ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟକୁ ଯିବା ପାଇଁ ସମ୍ବାଦିକଙ୍କୁ ବାରଣ କରାଯାଇଛି। ଏହା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଯଦି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ, ତାହାହେଲେ ଆଗାମୀ ଦିନରେ ସାନଖେମୁଣ୍ଡି ପ୍ରେସ କ୍ଲବ ସହ ଅନ୍ୟ ସାମ୍ବାଦିକ ମଧ୍ୟ ରାଜରାସ୍ତାକୁ ଓହ୍ଲାଇବେ।

Advertisment

ଅଧିକ ପଢ଼ନ୍ତୁ: ନବ ଦାସ ହତ୍ୟା ମାମଲା; ଚାଂଚଲ୍ୟକର ବୟାନ ଦେଲେ ସନ୍ତୋଷ ସିଂ ସାଲୁଜା...

Ganjam Journalists BDO
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ