Advertisment

Jeypore Paper Mill Crisis: ଜୟପୁର ପେପର୍ ମିଲରେ ଉତ୍ପାଦନ ଠପ୍, କର୍ମଚାରୀଙ୍କୁ ମିଳୁନି ଦରମା

ଜୟପୁର କାଗଜକଳରେ ଉତ୍ପାଦନ କ୍ଷମତା କମିଥିବାରୁ କର୍ମଚାରୀଙ୍କୁ ଦରମା ଦିଆ ନ ଯିବା ସହ ଅବସରପ୍ରାପ୍ତ କର୍ମଚାରୀଙ୍କୁ ୫ବର୍ଷ ହେଲା ଭତ୍ତା ମିଳିନାହିଁ ।

ଅଦ୍ୟତନ ହୋଇଛି
Paper Mill

Paper Mill

Advertisment

ଗଲା ୮ ମାସ ଧରି ବନ୍ଦ ପଡ଼ିଛି ଜୟପୁର ପେପର୍ ମିଲ୍ । ନା କାଗଜ ଉତ୍ପାଦନ ହେଉଛି ନା କର୍ମଚାରୀଙ୍କୁ ଦରମା ମିଳୁଛି । ଏପରିକି ପୂର୍ବତନ କର୍ମଚାରୀଙ୍କୁ ୫ ବର୍ଷ ହେଲା ଭତ୍ତା ବି ମିଳିନି । ପେପର୍ ମିଲ୍ ଦୁରାବସ୍ଥାକୁ ନେଇ ରାଜନୀତି ତେଜିଥିବାବେଳେ ଶ୍ରମ ବିଭାଗ କହିଛି ଆଲୋଚନା ଚାଲିଛି।

Advertisment

ଏ ସଂକ୍ରାନ୍ତରେ ଜୟପୁର ପେପର ମିଲ୍ କର୍ମଚାରୀ ଅମନ ଉଜ୍ଜିବନ ନାଏକ କହିଛନ୍ତି,  ଜୟପୁର ବ୍ଲକ ଗାଗନାପୁରଠାରେ ରହିଛି ଏହି କାଗଜ କଳ। ଯେଉଁଠୁ ରାତି ପାହିଲେ ଉତ୍ପାଦନ ହେଉଥିଲା ଟନ୍ ଟନ୍ କାଗଜ। କେବଳ ଓଡ଼ିଶା ନହେଁ ସମେତ ରାଜ୍ୟ ବାହାରକୁ ବିକ୍ରି ପାଇଁ ପଠାଯାଉଥିଲା । ହେଲେ ଉଦବେଗର ବିଷୟ, ଗଲା ସେପ୍ଟେମ୍ବରରୁ କାଗଜକଳରୁ ଉତ୍ପାଦନ ବନ୍ଦ ହୋଇଯାଇଛି । ଦୀର୍ଘ ୮ ମାସ ହେଲା ପେପର୍ ମିଲ୍ ବନ୍ଦ ହୋଇଯାଇଥିବାରୁ ଦୁର୍ଦ୍ଦଶା ଭୋଗୁଛନ୍ତି କର୍ମଚାରୀ । ଉତ୍ପାଦନ ଠପ୍ ଦିନଠୁ କାହାକୁ ଦରମା ମିଳୁନି ବୋଲି ଉଦବେଗ ପ୍ରକାଶ କରି କହିଛନ୍ତି ।

ଅଧିକ ପଢ଼ନ୍ତୁ: IAS ପାଇ ବାପାଙ୍କୁ ବଳିଗଲା ଝିଅ, ଭାବବିହ୍ୱଳ ହେଲେ IFS ଅଧିକାରୀ ଶିଶିର ରଥ 

Advertisment

ସେହିପରି ଜୟପୁର ପେପର୍ ମିଲ୍ ଅବସରପ୍ରାପ୍ତ କର୍ମଚାରୀ ବି. ରବି କୁମାର କହିଛନ୍ତି, ଅବସରପ୍ରାପ୍ତ କର୍ମଚାରୀଙ୍କ ଦୁଃଖ କହିଲେ ନସରେ । ପୂର୍ବତନ କର୍ମଚାରୀମାନଙ୍କୁ ୫ ବର୍ଷ ହେଲା ଭତ୍ତା ମିଳିନଥିବା ସେ ଅଭିଯୋଗ କରିଛନ୍ତି । ତେବେ ଜୟପୁର ପେପର୍ ମିଲ୍ ବନ୍ଦ ହେବା ନୂଆ ନୁହେଁ । ପୂର୍ବରୁ ମଧ୍ୟ ଏକାଧିକ ଥର ଏଭଳି ସ୍ଥିତି ଉପୁଜିଥିବା ବେଳେ ପରେ ପୁନଃକାର୍ଯ୍ୟକ୍ଷମ ହୋଇଥିଲା । ନିରନ୍ତର ଭାବେ କାଗଜକଳର ଏଭଳି ଦୁରାବସ୍ଥାକୁ ନେଇ କର୍ମଚାରୀ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ମିଳିଛି ।

ସେପଟେ ପେପର୍ ମିଲକୁ ନେଇ ତେଜିଛି ଜୟପୁର ରାଜନୀତି। ରୁଗଣ ଅବସ୍ଥାରେ ଥିବା ଏହି ଶିଳ୍ପ ପ୍ରତି ପ୍ରତିବଦ୍ଧତା ରହିବା ଆବଶ୍ୟକ ବୋଲି ବରିଷ୍ଠ ବିଜେଡି ନେତା ଭୃଗୁ ବକ୍ସିପାତ୍ର ଯୁକ୍ତି ବାଢିଥିବାବେଳେ କଂଗ୍ରେସର ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି, ତତ୍କାଳୀନ ବିଜେଡି ସରକାର ମେକ୍ ଇନ୍ ଓଡ଼ିଶା ମାଧ୍ୟମରେ ଶିଳ୍ପ ବିକାଶର ସ୍ବପ୍ନ ଦେଖାଇଥିଲେ ମଧ୍ୟ ଜୟପୁର କାଗଜ କଳ ପ୍ରତି ଦୃଷ୍ଟି ନ ଦେବା ଦୁର୍ଭାଗ୍ୟଜନକ । ଅନ୍ୟପଟେ କାର୍ଯ୍ୟରତ ଓ ଅବସରପ୍ରାପ୍ତ କର୍ମଚାରୀଙ୍କ ସମସ୍ୟା ନେଇ କାଗଜ କଳ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ଚାଲିଥିବା କହିଛନ୍ତି ଜିଲ୍ଲା ଶ୍ରମ ଅଧିକାରୀ ସବିତା ନାୟକ ।

Advertisment

ଅଧିକ ପଢ଼ନ୍ତୁ: ବଢିଲା କିଟ୍‌ ଅଡୁଆ, ନେପାଳୀ ଛାତ୍ରୀ ମୃତ୍ୟୁ ପାଇଁ ଦାୟୀ କଲେ NHRC

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ