Advertisment

Police Torture: ଯୁବକଙ୍କୁ ଥାନାରେ ଥାର୍ଡ ଡିଗ୍ରୀ! ବିଷ ପିଇ ମେଡିକାଲରେ ଭର୍ତ୍ତି

ଯାଜପୁର ବାଲିଚନ୍ଦ୍ରପୁର ପୋଲିସ ବିରୋଧରେ ଥାର୍ଡ ଡିଗ୍ରୀ ଅଭିଯୋଗ ଆସିଛି। ଥାର୍ଡ ଡିଗ୍ରୀ ପରେ ଯୁବକ ବିଷ ପିଇଦେବାରୁ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଗୁରୁତର ଅବସ୍ଥାରେ ଯୁବକଙ୍କୁ କଟକ ବଡ଼ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Police Torture

Police Torture

Advertisment

ଯୁବକଙ୍କୁ ଥାନାରେ ଥାର୍ଡ ଡିଗ୍ରୀ ଦିଆଯାଇଛି। ଏଭଳି ଅଭିଯୋଗ ଆସିଛି ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ପୋଲିସ ବିରୋଧରେ। ମିଳିଥିବା ସୂଚନା ଅନୁଯାୟୀ, ଏକ ପାରିବାରିକ କଳହକୁ କେନ୍ଦ୍ରକରି ଅଣକା ପଂଚାୟତ ମହିପୁର ଗାଁର ରବୀନ୍ଦ୍ର ମଲ୍ଲିକଙ୍କୁ ଗତ ରବିବାର ଅପରାହ୍ଣ ୪ଟାରେ ଥାନାକୁ ଆଣିଥିଲା ବାଲିଚନ୍ଦ୍ରପୁର ଥାନା ପୋଲିସ।

Advertisment

ଥାନାରେ ତାଙ୍କୁ ପ୍ରବଳ ମାଡ ମରାଯାଇଥିବା ଅଭିଯୋଗ ହୋଇଛି। ପରେ ରବୀନ୍ଦ୍ର ଅସୁସ୍ଥ ହୋଇପଡ଼ିଥିଲେ। ପରିବାର ଲୋକ ତିନି ଦିନ ପରେ ଥାନାରେ ପହଞ୍ଚି ପୁଅକୁ ଦେଖିବାକୁ କହିବାରୁ ପୋଲିସ୍ ସେମାନଙ୍କୁ କଟକ ମେଡିକାଲ ଡାକି ନେଇଥିଲା। ଏପଟେ ରବୀନ୍ଦ୍ରଙ୍କୁ ଥାର୍ଡ ଡିଗ୍ରୀ ପରେ ସେ ଥାନାରେ ପୋଲିସ୍ କଷ୍ଟଡିରେ ବିଷ ପିଇ ଦେଇଥିବା ଅଭିଯୋଗ ଉଠିଛି।

ଏବେ ରବୀନ୍ଦ୍ର ଗୁରୁତର ଅବସ୍ଥାରେ କଟକ ବଡ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଡାକ୍ତରଖାନାରେ ରବୀନ୍ଦ୍ରଙ୍କୁ ପୋଲିସ୍ ଜଗି ରହିଛି। ଏପଟେ କୌଣସି ଥାର୍ଡ ଡିଗ୍ରୀ ଦିଆଯାଇନି ବରଂ ରବୀନ୍ଦ୍ର ଅସୁସ୍ଥ ହେବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ପୋଲିସ ସୂଚନା ଦେଇଛି।

Advertisment

ଅଧିକ ପଢନ୍ତୁ: ବାଇକକୁ ଧକ୍କା ଦେଲା ଟ୍ରକ୍, ୩ ମୃତ

Jajpur Third Degree In Police Station
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ