Advertisment

ISKCON Snana Yatra Cancelled: ଅଦିନିଆ ସ୍ନାନଯାତ୍ରା ବାତିଲ କଲା ଇସ୍କନ !

ଆମେରିକା ହ୍ୟୁଷ୍ଟନରେ ଇସ୍କନର ଅଦିନିଆ ରଥଯାତ୍ରା ବାତିଲ ହୋଇଥିବା ସୂଚନା ମିଳିଛି । ନଭେମ୍ବର ୩ ତାରିଖରେ ହେବାକୁ ଥିବା ସ୍ନାନ ଯାତ୍ରା ବାତିଲ ହୋଇଛି ।

ଅଦ୍ୟତନ ହୋଇଛି
ISKCON Snana Yatra Cancelled

ISKCON Snana Yatra Cancelled

Advertisment

ଆମେରିକା ହ୍ୟୁଷ୍ଟନରେ ଇସ୍କନର ଅଦିନିଆ ରଥଯାତ୍ରା ବାତିଲ ହୋଇଥିବା ସୂଚନା ମିଳିଛି । ନଭେମ୍ବର ୩ ତାରିଖରେ ହେବାକୁ ଥିବା ସ୍ନାନ ଯାତ୍ରା ବାତିଲ ହୋଇଛି । ତେବେ ରଥଯାତ୍ରା ଆୟୋଜନ ବାତିଲ ହୋଇଛି କି ନାହିଁ ତାହା ସ୍ପଷ୍ଟ ହୋଇନି । 

Advertisment

ନଭେମ୍ବର ୩ରେ ସ୍ନାନ ଯାତ୍ରା, ୯ରେ ରଥଯାତ୍ରା କରିବାକୁ ଯୋଜନା କରିଥିଲା ଇସ୍କନର ହ୍ୟୁଷ୍ଟନ ଶାଖା । ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ପରେ ଖୋଦ୍ ଗଜପତି ମହାରାଜ ଇସ୍କନର ଏଭଳି ଶ୍ରୀଜଗନ୍ନାଥ ସଂସ୍କୃତି ପରମ୍ପରା ବିରୋଧୀ କାର୍ଯ୍ୟକୁ ନେଇ ଉଦବେଗ ପ୍ରକାଶ କରିଥିଲେ । ହ୍ୟୁଷ୍ଟନ ମନ୍ଦିର କର୍ତ୍ତୃପକ୍ଷ ଓ ମାୟାପୁରୀ ମୁଖ୍ୟାଳୟ ଅଧ୍ୟକ୍ଷଙ୍କୁ ଚିଠି ଲେଖିଥିଲେ ଗଜପତି ମହାରାଜା । ଅନ୍ୟପଟେ ଚିଠିରେ ବଡ଼ ତାର୍କିକ ପ୍ରଶ୍ନ ଉଠାଇଥିଲେ ଗଜପତି ମହାରାଜା । ଅଦିନରେ ଜନ୍ମାଷ୍ଟମୀ ପାଳନ କରାଯାଏ କି ବୋଲି ପ୍ରଶ୍ନ କରିଥିଲେ । ଯଦି ଜନ୍ମାଷ୍ଟମୀ ଗୋଟିଏ ଦିନରେ, ତେବେ ରଥଯାତ୍ରା କାହିଁକି ଭିନ୍ନ । କାହିଁକି ଭିନ୍ନ ଭିନ୍ନ ଦିନରେ ରଥଯାତ୍ରା ପାଳନ ହେବ ବୋଲି ପଚାରି ବର୍ଷିଥିଲେ ଗଜପତି ମହାରାଜା । ଏପରିକି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ନିର୍ଦ୍ଧାରିତ ପୂଣ୍ୟତିଥି ବ୍ୟତିତ ଅନ୍ୟ ସମୟରେ ନକରିବାକୁ ଗତ ୨୦୧୯ ସେପ୍ଟେମ୍ବରରେ ଏକ ବାର୍ତ୍ତା ଦେଇଥିଲେ। ଏହାପରେ ଇସ୍କନ ଇଣ୍ଡିଆ ପକ୍ଷରୁ ବି ଏକ ପ୍ରସ୍ତାବ ଗ୍ରହଣ କରାଯାଇଥିଲା।

ଯେଉଁ ତିଥିରେ ରଥଯାତ୍ରା ପଡ଼ୁଛି ସେହି ତିଥି ବ୍ୟତିତ ଅନ୍ୟ ସମୟରେ ରଥଯାତ୍ରା ନକରିବାକୁ ସଂକଳ୍ପ କରାଯାଇଥିଲା। ଏନେଇ ଗତ ୨୦୨୧ ଅଗଷ୍ଟ ମାସରେ ଇସ୍କନ ପକ୍ଷରୁ ଚିଠି ଲେଖି ଗଜପତି ମହାରାଜାଙ୍କୁ ଅବଗତ ବି କରାଯାଇଥିଲା। ହେଲେ ଏହା ସତ୍ତ୍ବେ ବି ଇସ୍କନ ପକ୍ଷରୁ ପୁଣି କିଭଳି ଏଭଳି ଆସ୍ପର୍ଦ୍ଧା କରାଯାଉଛି । ତେବେ ଇସ୍କନ ପକ୍ଷରୁ ହୋଇଥିବା ସଂକଳ୍ପକୁ ତାଙ୍କର ଆମେରିକାରେ ଥିବା ଶାଖା ଖାତିର କରୁନାହାନ୍ତି କି ବୋଲି ପ୍ରଶ୍ନ ଉଠିଛି ।

Advertisment

ଶ୍ରୀଜଗନ୍ନାଥଙ୍କ ମୂଳପୀଠର ବିଧିବିଧାନକୁ ଭୃକ୍ଷେପ ନକରି ବାରମ୍ବାର ଇସ୍କନର ଏଭଳି ଅଦିନିଆ ରଥଯାତ୍ରା ଆୟୋଜନର ଅନେକ ଦୃଷ୍ଟାନ୍ତ ରହିଛି। ୨୦୨୦ ଜାନୁଆରୀ ମାସରେ ସବୁ ବିରୋଧ, ପ୍ରତିବାଦକୁ ପରୱା ନକରି ଆଶାଢ଼ ଶୁକ୍ଳ ଦ୍ବିତୀୟା ତିଥି ବଦଳରେ ଶ୍ରୀପଞ୍ଚମୀରେ ମୁମ୍ବାଇରେ ରଥଯାତ୍ରାର ଆୟୋଜନ କରିଥିଲା ଇସ୍କନ ସଂସ୍ଥା। ଏହା ପୂର୍ବରୁ ୨୦୦୭ ଅକ୍ଟୋବରେ ୬ ତାରିଖରେ ଲୁଧିୟାନା, ୨୦୦୭ ଡିସେମ୍ବର ୨୩ତାରିଖରେ ଦିଲ୍ଲୀରେ ବି ଅଦିନରେ ଇସ୍କନ ପକ୍ଷରୁ ରଥଯାତ୍ରା କରାଯାଇଥିଲା।

Snana Yatra ISKCON
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ