Advertisment

ମହାଘୋଟାଲା ପାଇଁ ଚାଲିଛି କି ମସୁଧା!! ଧାନ ସଂଗ୍ରହ ନାଁରେ ଦୁର୍ନୀତି ଷଡ଼ଯନ୍ତ୍ରର ଗନ୍ଧ

ଧାନ ବିକ୍ରି ନାଁରେ ଦୁର୍ନୀତି ପାଇଁ ହୋଇଥିଲା କି ବଡ଼ ଷଡ଼ଯନ୍ତ୍ର? ନିଜ ଜିଲ୍ଲା କିମ୍ବା ପଡ଼ୋଶୀ ଜିଲ୍ଲାର ମିଲରଙ୍କ ବଦଳରେ ଦୂର ଜିଲ୍ଲାର ମିଲ୍ ମାଲିକଙ୍କୁ ଧାନ କିଣା ପାଇଁ ଚୁକ୍ତି କରି କୋଟି କୋଟି ଟଙ୍କାର ମହାଘୋଟାଲା ପାଇଁ କରାଯାଉଥିଲା କି ଫନ୍ଦି ?

ଅଦ୍ୟତନ ହୋଇଛି
undefined

Paddy Mill

Advertisment

ଧାନ ବିକ୍ରି ନାଁରେ ଦୁର୍ନୀତି ପାଇଁ ହୋଇଥିଲା କି ବଡ଼ ଷଡ଼ଯନ୍ତ୍ର? ନିଜ ଜିଲ୍ଲା କିମ୍ବା ପଡ଼ୋଶୀ ଜିଲ୍ଲାର ମିଲରଙ୍କ ବଦଳରେ ଦୂର ଜିଲ୍ଲାର ମିଲ୍ ମାଲିକଙ୍କୁ ଧାନ କିଣା ପାଇଁ ଚୁକ୍ତି କରି କୋଟି କୋଟି ଟଙ୍କାର ମହାଘୋଟାଲା ପାଇଁ କରାଯାଉଥିଲା କି ଫନ୍ଦି ? ମେ’ ୧୪ରେ କଳାହାଣ୍ଡି ଜିଲ୍ଳାପାଳଙ୍କୁ ଯୋଗାଣ ନିଗମର MD ଶୁଭମ୍ ସକ୍ସେନା ଲେଖିଛନ୍ତି, କୋରାପୁଟରୁ କଳାହାଣ୍ଡି ଜିଲ୍ଲାର ମିଲର୍ ରବି ଧାନ ସଂଗ୍ରହ କରିବେ ।

Advertisment

କିନ୍ତୁ ୩ ଦିନ ଭିତରେ ଏହି ଚିଠିର ଉତ୍ତରରେ ନିଜ ଜିଲ୍ଲାର ଆବଶ୍ୟକତାକୁ ଗୁରୁତ୍ୱ ଦେଇ ସିଧା ପ୍ରତ୍ୟାଖାନ କରିଦେଇଥିଲେ କଳାହାଣ୍ଡି ଜିଲ୍ଳାପାଳ । ଏହାର ଦିନ କେଇଟା ପରେ ଅର୍ଥାତ ଜୁନ୍ ପହିଲାରେ କୋରାପୁଟ ଜିଲ୍ଲାପାଳଙ୍କୁ ଚିଠି କରି ଯୋଗାଣ ନିଗମ MD ଦର୍ଶାଇଲେ ସମ୍ବଲପୁରର ୨୬ ମିଲର୍ କୋରପୁଟରୁ ଧାନ ଉଠାଇବେ ଏବଂ ପରିବହନ ଖର୍ଚ୍ଚ ମିଲରଙ୍କୁ ଦିଆଯିବ।

ପଢନ୍ତୁ ଏହି ଖବର: ରାଜଧାନୀରେ ୧୦ ଏକର ଜମିକୁ ୨୫ ଲକ୍ଷ ! ଜଙ୍ଗଲ ଜମି ହାତେଇଛି KISS...

Advertisment

ଏହାକୁ ନେଇ ତୁମ୍ବିତୋଫାନ ସହ ବିରୋଧ ପରେ ସେହି ନିର୍ଦ୍ଦେଶନାମାକୁ ବାତିଲ୍ କରିଦେଲେ ଯୋଗାଣ ନିଗମ MD । ପ୍ରଶ୍ନ ଉଠୁଛି, ପ୍ରଥମେ କାହିଁକି ନିର୍ଦ୍ଦେଶ ଦେଲେ ଓ ପରେ କାହିଁକି ବାତିଲ କଲେ ? ଏହା ପଛରେ ବଡ଼ଧରଣର ଦୁର୍ନୀତିର ଗନ୍ଧ ବାରିଛି କୋରାପୁଟ ଜିଲ୍ଲା କୃଷକ କଲ୍ୟାଣ ମଞ୍ଚ । ନିୟମ କହୁଛି, ଯେଉଁ ଜିଲ୍ଲାର ଧାନ, ସେହି ଜିଲ୍ଲାର ମିଲର ହିଁ ଉଠାଇବେ ।

ଆବଶ୍ୟକ ପଡ଼ିଲେ ପଡ଼ୋଶୀ ଜିଲ୍ଲାର ମିଲ୍ ମାଲିକ ଧାନ କିଣିପାରିବେ । ଏହା ଅନୁଯାୟୀ କୋରାପୁଟ ଜିଲ୍ଲାର ଧାନ ପଡ଼ୋଶୀ କଳାହାଣ୍ଡି, ବଲାଙ୍ଗିର କିମ୍ବା ରାୟଗଡ଼ା ଜିଲ୍ଲାର ମିଲର କିଣିବା କଥା । ପ୍ରଶ୍ନ ଉଠୁଛି, ନିୟମର ଖୋଲା ଉଲ୍ଲଂଘନ କରି କେଉଁ ଉଦ୍ଦେଶ୍ୟରେ କୋରାପୁଟରୁ ୪ଶହ କିଲୋମିଟର ଦୂର ସମ୍ବଲପୁର ଜିଲ୍ଲାର ନିର୍ଦ୍ଦିଷ୍ଟ ମିଲ୍ ମାଲିକଙ୍କ ପ୍ରତି ଅନୁକମ୍ପା ଦେଖାଇବାକୁ ପ୍ରୟାସ କରିଥିଲା ଯୋଗାଣ ନିଗମ?

Advertisment

ଧାନ ପରିବହନ ବାବଦ ଅର୍ଥକୁ ହରଣଚାଲ୍ ପାଇଁ ଜାଲ ବିଛା ଯାଇଥିଲା କି ? କାରଣ କୁଇଣ୍ଟାଲ୍ ପିଛା ୧୬୦ରୁ ୧୭୦ ଟଙ୍କା ଟ୍ରାନସପୋର୍ଟ ଖର୍ଚ୍ଚ ମିଳେ ମିଲରଙ୍କୁ। ଏବର୍ଷ କୋରାପୁଟ ଜିଲ୍ଲାରେ ୮ଲକ୍ଷ ୨୧ ହଜାର କୁଇଣ୍ଟାଲ ରବି ଧାନ ଉଠାଇବାକୁ ଲକ୍ଷ୍ୟ ରହିଛି । ଅର୍ଥାତ ବଡ଼ଧରଣର ଘୋଟାଲା ପାଇଁ ତିଆରି ହୋଇଥିଲା କି ବ୍ଲୁ ପ୍ରିଣ୍ଟ ?

ଏନେଇ ଯୋଗାଣ ନିଗମ ଏମଡିଙ୍କ ପ୍ରତିକ୍ରିୟା ମିଳିନଥିବାବେଳେ ପଡ଼ୋଶୀ ବଲାଙ୍ଗିରର ମିଲରଙ୍କୁ କୋରାପୁଟରୁ ଧାନ ଉଠାଇବା ଦାୟିତ୍ୱ ନଦେବାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଜିଲ୍ଲାର ଚାଷୀ ନେତା । ରବି ଧାନ ସଂଗ୍ରହ ପାଇଁ ଆଉ ମାତ୍ର ୫ ଦିନ ବାକି ରହିଲା । କିନ୍ତୁ କୋରାପୁଟ ଜିଲ୍ଲାର ୧୫ ହଜାର ୫୪୩ ପଞ୍ଜୀକୃତ ଚାଷୀଙ୍କ ମଧ୍ୟରୁ ଏଯାଏଁ ମାତ୍ର ୪ହଜାର ଚାଷୀ ଧାନ ବିକି ପାରିଛନ୍ତି ।

ବଳକା ଚାଷୀଙ୍କ ଧାନ ଏବେ କିଣିବ କିଏ ? ତାହା ଏବେ ବଡ଼ ପ୍ରଶ୍ନ । ସେପଟେ ଯୋଗାଣ ମନ୍ତ୍ରୀ କହିଛନ୍ତି, ଆଗକୁ ଯେଉଁ ଜିଲ୍ଲାର ମିଲର, ସେହି ଜିଲ୍ଲାର ଧାନ କିଣିବେ ।

ପଢନ୍ତୁ ଏହି ଖବର: ରାଜଧାନୀରେ ମାଟି ମାଫିଆଙ୍କ ରାଜ୍, ଜଙ୍ଗଲରୁ ଉଠାଯାଉଛି ବେଆଇନ ଭାବେ ମାଟି

Paddy Procurement
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ