Advertisment

ଶ୍ରୀମନ୍ଦିରରେ ଅଛି କି ଆଉ ଏକ ଗୁପ୍ତ ରତ୍ନ ଭଣ୍ଡାର ? ଚଟାଣ ତଳେ ଲୁଚାଯାଇଛି କି ରତ୍ନ ଅଳଙ୍କାର ?

ମୋଗଲ ଆକ୍ରମଣ ବେଳେ ଚଟାଣ ତଳେ ଲୁଚାଯାଇଛି କି ରତ୍ନ ଅଳଙ୍କାର ? ଏ ପ୍ରଶ୍ନର ଉତ୍ତର ଯେ ପର୍ଯ୍ୟନ୍ତ ନ ମିଳିଛି ସେ ଯାଏଁ ଝୁଲି ରହିପାରେ ରତ୍ନଭଣ୍ଡାର ମରାମତି।

undefined

Puri Srimandir Ratna Bhandar

Advertisment

କେବେ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ? ରତ୍ନଭଣ୍ଡାର ଖୋଲାଯିବାକୁ ୟା ଭିତରେ ଦେଢ଼ ମାସ ବିତି ସାରିଥିଲେ ବି ଏଥିପାଇଁ ଆହୁରି କିଛି ସମୟ ଅପେକ୍ଷା କରିବାକୁ ପଡ଼ିପାରେ। କାରଣ ଓଟିଭିକୁ ସ୍ବତନ୍ତ୍ର ସାକ୍ଷାତକାର ଦେଇ ଆଇନମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଗୁପ୍ତ ରତ୍ନଭଣ୍ଡାର ଥିବା ନେଇ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ପାଇଁ ପ୍ରଥମେ GPRS ହେବ। ଆଇଆଇଟି ସହ ସହବନ୍ଧିତ ହୋଇ ଏଏସ୍ଆଇ ଏଇ ସର୍ଭେ କରାଇବାର ଯୋଜନା ଚାଲିଛି। ତା ପରେ ହେବ ମରାମତି।

Advertisment

ଶ୍ରୀମନ୍ଦିରରେ ଅଛି କି ଆଉ ଏକ ଗୁପ୍ତ ରତ୍ନ ଭଣ୍ଡାର ? ମୋଗଲ ଆକ୍ରମଣ ବେଳେ ଚଟାଣ ତଳେ ଲୁଚାଯାଇଛି କି ରତ୍ନ ଅଳଙ୍କାର ? ଏ ପ୍ରଶ୍ନର ଉତ୍ତର ଯେ ପର୍ଯ୍ୟନ୍ତ ନ ମିଳିଛି ସେ ଯାଏଁ ଝୁଲି ରହିପାରେ ରତ୍ନଭଣ୍ଡାର ମରାମତି। କାହିଁକିନା ଜନଶ୍ରୁତି ଆଧାରରେ ଶ୍ରୀମନ୍ଦିରରେ ଗୁପ୍ତ ସୁଡ଼ଙ୍ଗ, ଗୁପ୍ତ କୋଠରୀର ଚର୍ଚ୍ଚା ଭିତରେ ଗତ ଜୁଲାଇ 18 ତାରିଖରେ ଖୋଦ୍ ଗଜପତି ମହାରାଜ ପ୍ରଥମେ ଲେଜର ସ୍କାନିଂ ଉପରେ ଗୁରୁତ୍ବ ଦେଇଥିଲେ। ଆଉ ଏବେ ଓଟିଭିକୁ ସ୍ବତନ୍ତ୍ର ସାକ୍ଷାତକାର ଦେଇ ଆଇନମନ୍ତ୍ରୀ ବି କହିଛନ୍ତି ଗୁପ୍ତ ଭଣ୍ଡାର ବାବଦରେ ସ୍ପଷ୍ଟତା ଆସି ନଥିବାରୁ ସେଥିପାଇ ଜିପିଆର ସର୍ଭେ ଓ ଟେକ୍ନିକାଲ କାମ ହେବ। ଏଥିପାଇଁ ଏଏସ୍ଆଇକୁ ଦାୟିତ୍ବ ଦିଆଯାଇଛି। ଆଇଆଇଟି ସହ ସହବନ୍ଧିତ ହୋଇ ଏଏସ୍ଆଇ ଏଇ ସର୍ଭେ କରାଇବାର ଯୋଜନା ଚାଲିଛି। ତେଣୁ ମରାମତି କାମ କରିବା ପୂର୍ବରୁ ଆଗ ଏସବୁ କାମ ହେବ ବୋଲି କହିଛନ୍ତି ଆଇନମନ୍ତ୍ରୀ।

46 ବର୍ଷ ପରେ ପ୍ରଥମ ଥର ପାଇଁ ଜୁଲାଇ 14 ତାରିଖରେ ରତ୍ନଭଣ୍ଡାର ଖୋଲାଯାଇ ପ୍ରଥମେ ବାହାର ରତ୍ନଭଣ୍ଡାରର ଅଳଙ୍କାର ସବୁକୁ ଫୁଲଘରେ ରଖାଗଲା। ଏହାପରେ ପୁନର୍ବାର 18 ତାରିଖରେ ଭିତର ରତ୍ନଭଣ୍ଡାରର ସିନ୍ଦୁକ ଓ ଆଲମିରାରେ ଥିବା ରତ୍ନକୁ ନୂଆ ସିନ୍ଦୁକରେ ଭରାଯାଇ ଖଟ ସେଜ ଘରେ ରଖାଯିବା ସହ ଅଗଷ୍ଟ ୨୩ ତାରିଖରେ ଖାଲି ସିନ୍ଦୁକ ଓ ଆଲମିରାକୁ ନୀଳାଦ୍ରି ମ୍ୟୁଜିୟମକୁ ସ୍ଥାନାନ୍ତର କରାଯାଇଛି। ତେଣୁ ରତ୍ନଭଣ୍ଡାର ମରାମତି ପାଇଁ ଏବେ କୌଣସି ସମସ୍ୟା ନାହିଁ। ଏବେ କେବଳ ଜିପିଆର ସର୍ଭେକୁ ଅପେକ୍ଷା।

Advertisment

ମରାମତି ସରିଲା ପରେ ହିଁ ହେବ ରତ୍ନଭଣ୍ଡାରରୁ ସ୍ଥାନାନ୍ତରିତ ହୋଇଥିବା ରତ୍ନ ଅଳଙ୍କାରର ଗଣତି ଓ ମଣତି। ତେଣୁ ଗୁପ୍ତ ଭଣ୍ଡାରର ରହସ୍ୟ ଉନ୍ମୋଚନ ସହ ମରାମତି ଉପରେ ଏବେଓଡ଼ିଶାବାସୀଙ୍କ ନଜର।

Puri Srimandir Ratna Bhandar Lord Jagannath Ratna Bhandar Srimandir Ratna Bhandar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ