Advertisment

ରତ୍ନଭଣ୍ଡାର ଭିତରେ ଅଛି କି ଗୁପ୍ତ ସୁଡ଼ଙ୍ଗ ?

ସୁଡ଼ଙ୍ଗ ବା ଗୁପ୍ତ ଦ୍ବାର ଅଛି କି ନାହିଁ ASI କରିବ ଅନୁଧ୍ୟାନ କହିଲେ ଗଜପତି । ଯାଞ୍ଚ କମିଟି ଅଧ୍ୟକ୍ଷ କହିଲେ, ଆମ ଆଖିରେ ପଡ଼ିନି ସେଭଳି କିଛି ଦୃଶ୍ୟ ।

undefined

Ratnabhandar

Advertisment

ରହସ୍ୟମୟ ଶ୍ରୀମନ୍ଦିର ରତ୍ନଭଣ୍ଡାର । ଭିତରେ ଅଛି କି ଗୁପ୍ତ ସୁଡଙ୍ଗ ? ରତ୍ନଭଣ୍ଡାର ଭିତରେ ରହିଛି କି ଗୁପ୍ତ ବାଟ ? ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରର ରତ୍ନ ଅଳଙ୍କାରକୁ ନେଇ ଯେତିକି ରହସ୍ୟ, ତାଠାରୁ ଅଧିକ ରହସ୍ୟମୟ ସ୍ୱୟଂ ସେହି ରତ୍ନଭଣ୍ଡାର।

Advertisment

ଭିତରେ ଗୁପ୍ତ ସୁଡଙ୍ଗ ଥିବା ନେଇ ବର୍ଷ ବର୍ଷ ଧରି ଚର୍ଚ୍ଚା ହେଉଥିବା ବେଳେ ଏବେ ଏହି ଚର୍ଚ୍ଚାକୁ ନୂଆ ଖୋରାକ ଯୋଗାଇଛି ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ମନ୍ତବ୍ୟ। କାରଣ, ଆଜି ଭିତର ରତ୍ନଭଣ୍ଡାର ସ୍ଥିତି ଦେଖି ଫେରିବା ପରେ ସୁଡ଼ଙ୍ଗ ଚର୍ଚ୍ଚାକୁ ସିଧାସଳଖ ଖଣ୍ଡନ କରିନାହାନ୍ତି ମହାରାଜା। ବରଂ କହିଛନ୍ତି, ଭିତର ଓ ବାହାର ରତ୍ନ ଭଣ୍ଡାର ସମ୍ପୂର୍ଣ୍ଣ ଖାଲି ହେବା ପରେ ହିଁ ଭିତରେ କଣ ଅଛି ସେନେଇ ଅନୁଧ୍ୟାନ କରାଯିବ। ଅତ୍ୟାଧୁନିକ ଯନ୍ତ୍ରପାତି ଦ୍ୱାରା ଲେଜର ସ୍କାନ କରି ଯାଂଚ କରିବ ଏଏସଆଇ। ଏହାପରେ ସୁଡ଼ଙ୍ଗ ଥିବା ନେଇ ଯେଉଁ ଚର୍ଚ୍ଚା ହେଉଛି, ତାହା ସ୍ପଷ୍ଟ ହୋଇପାରିବ। 

ସେପଟେ ବରିଷ୍ଠ ସେବାୟତ କିନ୍ତୁ ଜୋର କରି କହିଛନ୍ତି, ରତ୍ନଭଣ୍ଡାରରେ ନିଶ୍ଚିତ ଭାବେ ସୁଡ଼ଙ୍ଗ ଏବଂ ଭୂତଳ ଘର ରହିଛି।

Advertisment

ଜନଶ୍ରୁତି ଅନୁସାରେ ଚର୍ଚ୍ଚା ହୁଏ, ଯେ ପୂର୍ବରୁ ବିଭିନ୍ନ ମଠ ଏବଂ ଶ୍ରୀନଅରରୁ ଶ୍ରୀମନ୍ଦିର ଭିତରକୁ ସ୍ୱତନ୍ତ୍ର ଭାବେ ଯିବା ଆସିବା ପାଇଁ ସୁଡଙ୍ଗ ରହିଥିଲା। ସେଭିତର ଦେଇ ଗୁପ୍ତ ଭାବେ ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ନିଆଯାଉଥିଲା ଏବଂ ଭିତର ରତ୍ନଭଣ୍ଡାର ଭିତରେ ଲୁଚାଇ ରଖାଯାଉଥିଲା। ବାହ୍ୟ ଶତ୍ରୁ ଆକ୍ରମଣ ସମୟରେ ରତ୍ନ ଅଳଙ୍କାରକୁ ସୁରକ୍ଷିତ ସ୍ଥାନକୁ ନେଇଯିବା ପାଇଁ ଏହି ସୁଡଙ୍ଗ ତିଆରି ହୋଇଥିଲା। ଯାହାର ନିର୍ମାଣ ମନ୍ଦିର ତିଆରି ବେଳେ ହିଁ ହୋଇଥିବା ଦାବି ହେଉଛି।

ତେବେ ଏନେଇ ନା କିଛି ସୁରାକ ଅଛି ନା ପ୍ରାମାଣିକ ଦସ୍ତାବିଜ। ପ୍ରଥମେ ୧୮୦୫ ମସିହାରେ ଭିତର ରତ୍ନଭଣ୍ଡାର ଖୋଲାଯାଇ ଗଣତି ମଣତି କରାଯାଇଥିଲା। ପରେ ୧୯୦୫ରେ ବି ଖୋଲାଯାଇଥିଲା ଭିତର ରତ୍ନଭଣ୍ଡାର। ସେତେବେଳେ ମହାପ୍ରଭୁଙ୍କ ରଘୁନାଥ ବେଶ ପାଇଁ ଭଣ୍ଡାର ଘର ଖୋଲାଯାଇଥିଲା। ହେଲେ ସେତେବେଳେ ଗୁପ୍ତ ସୁଡ଼ଙ୍ଗ ନେଇ କିଛି ସୁରାକ୍ ମିଳି ନଥିବା କହିଛନ୍ତି ଜଗନ୍ନାଥ ସଂସ୍କୃତି ଗବେଷକ ଭାସ୍କର ମିଶ୍ର।

Advertisment

ଏହାରି ଭିତରେ ରତ୍ନ ଭଣ୍ଡାରରେ ସାପ ଥିବା ନେଇ ପୁଣି ଉଠିଛି ଦାବି। ବରିଷ୍ଠ ସେବାୟତ କହିଛନ୍ତି, ପ୍ରତିଦିନ ରତ୍ନ ଭଣ୍ଡାର ବାହାର ପାଖରେ ଥିବା ଏକ ଗାତରେ ସାପଙ୍କ ଉଦ୍ଦେଶ୍ୟରେ ଖେଚୁଡ଼ି ଭୋଗ ଦିଆଯାଏ। ବହୁ ପୂର୍ବରୁ ଏହି ନିୟମ ପାଳନ ହେଉଛି। ରତ୍ନ ଭଣ୍ଡାରର ଦାୟିତ୍ୱ ପ୍ରଭୁ ଲୋକନାଥଙ୍କର, ତେଣୁ ସାପଙ୍କୁ ପ୍ରତିଦିନ ଖାଇବାକୁ ଦିଆ ହେଉଛି। ତେବେ ଆଜିର ଅଭିଯାନରେ ସାମିଲ ଥିବା ସ୍ନେକ୍ ହେଲପ ଲାଇନ୍ ସଦସ୍ୟ କହିଛନ୍ତି, ସାପ ଥିଲେ ସେମାନଙ୍କୁ ରତ୍ନଭଣ୍ଡାର ଭିତରକୁ ଡକାଯାଇଥାନ୍ତା, ଯାହାର ଆବଶ୍ୟକତା ପଡ଼ିଲାନି।

ଖାଲି ସୁଡଙ୍ଗ ନୁହେଁ ଚର୍ଚ୍ଚା ହେଉଛି, ଭିତରେ ରହିଛି ମହାପ୍ରଭୁଙ୍କ ତୃତୀୟ ରତ୍ନଭଣ୍ଡାର। ଯେଉଁଥିରେ ଭରି ରହିଛି ଶ୍ରୀଜିଉଙ୍କ ରତ୍ନ ଓ ସ୍ୱର୍ଣ୍ଣ ଅଳଙ୍କାର।

Lord Jagannath Puri Srimandir Puri Temple Ratnabhandar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ