Astrospeak
  • Live TV
  • Read In English

Ex CM Naveen Patnaik: ଚାଲିଛି ରାଜନୀତି ପାଲା, ନବୀନ ଲଗାଇଛନ୍ତି ସବୁ ନାଟ !

କଂଗ୍ରେସ ଗାଡ଼ିର ଡ୍ରାଇଭର ସାଜିଛନ୍ତି ବିଜେଡି ସୁପ୍ରିମୋ ? ଗୃହରେ ଗର୍ଜୁଛନ୍ତି, ଗୃହ ବାହାରେ ଏକାଠି ପ୍ରତିବାଦ କରୁଛନ୍ତି । ଅପ୍ରସଙ୍ଗକୁ ନେଇ କମ୍ପାଉଛନ୍ତି ବିଧାନସଭା । 

Ex CM Naveen Patnaik
Ex CM Naveen Patnaik

ନବୀନଙ୍କ ପାଇଁ ଲାଗିଛି ସବୁ ନାଟ ! କଂଗ୍ରେସ ଗାଡ଼ିର ଡ୍ରାଇଭର ସାଜିଛନ୍ତି ବିଜେଡି ସୁପ୍ରିମୋ ? ଗୃହରେ ଗର୍ଜୁଛନ୍ତି, ଗୃହ ବାହାରେ ଏକାଠି ପ୍ରତିବାଦ କରୁଛନ୍ତି । ଅପ୍ରସଙ୍ଗକୁ ନେଇ କମ୍ପାଉଛନ୍ତି ବିଧାନସଭା । ଗୃହ ଆରମ୍ଭରୁ ନାରୀ ସୁରକ୍ଷା ପ୍ରସଙ୍ଗକୁ ମୁଦ୍ଦା କରିଛି କଂଗ୍ରେସ । ଆଉ ସରକାରଙ୍କ ନିକଟରେ ଏସିଏସଟି ସଂରକ୍ଷଣକୁ ନେଇ ଗର୍ଜିଛି ବିଜେଡି । ଦୁଇ ଦଳର ବିଧାୟକ ଗୃହକୁ ହଟ୍ଟଗୋଳ କରି ବାରମ୍ବାର ମଳୁଲତବି କରାଉଛନ୍ତି । ଫଳରେ ବିଧାନସଭା ଚାଲିପାରୁନି । ନାକେଦମ୍‌ ହେଉଛନ୍ତି ସରକାର । କିନ୍ତୁ ବିରୋଧୀ ଦଳ ନେତା ଏଯାଏଁ ଥରୁଟିଏ ନିଜର ମନ୍ତବ୍ୟ ରଖିଲେନି । 

ବିଜେଡି ବିଧାୟକ ସରକାରଙ୍କୁ ଘେରିଲେ, ହାଲ୍ଳା ବୋଲ୍‌ କଲେ, ଲଣ୍ଠନ ଲଗାଇ ମୁଖ୍ୟମନ୍ତ୍ରୀଙ୍କୁ ଖୋଜିଲେ । ହେଲେ ନବୀନଙ୍କର ନଥିଲା କୌଣସି ରିଆକସନ୍‌ । କି ଏଯାଏଁ ନବୀନ କୌଣସି ପ୍ରତିକ୍ରିୟା ରଖିନାହାନ୍ତି । କେବଳ ବିଜେଡିର ବିଧାୟକମାନେ ରଖିଚାଲିଛନ୍ତି ନିଜ ମତ । 

ଅଧିକ ପଢ଼ନ୍ତୁ; ବିରୋଧୀ କଂଗ୍ରେସର ପୋଲ୍ ଖୋଲିଦେଲେ ଆଇନମନ୍ତ୍ରୀ

ସପ୍ତାହରୁ ଅଧିକ ହେବ ବିଧାନସଭା ଚାଲିପାରୁନି । ବିଜେଡିର ବି ଡ୍ରାମା କମୁନି । ଆଉ କଂଗ୍ରେସର ହ୍ୟାଙ୍ଗଓଭର ବଢ଼ି ବଢ଼ି ଯାଉଛି । ଗୃହ ଭିତରେ ଘଣ୍ଟ ତୂରୀ ବଜାଇ ଆଉ କଳା ରଙ୍ଗର ପୋଷାକ ପିନ୍ଧି ହାଇ ଡ୍ରାମା କରିବା ପରେ ବାଚସ୍ପତି ମାରିଛନ୍ତି ନିଲମ୍ବନ ଛାଟ । ଆଉ ତା’ ପରେ ବିଧାନସଭା ଆଗରେ ଚାଲିଛି ବିଜେଡି କଂଗ୍ରେସର ବାଦି ପାଲା । ସେପଟେ ଆଇନ ମନ୍ତ୍ରୀ କହିଛନ୍ତି, ଦୁଇ ଦଳ ନିଜ ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବିବୃତି ଲୋଡ଼ି ପାରିଥାଆନ୍ତେ । ହେଲେ ଥରେ ବି ସେମାନେ ତା’ କଲେ ନାହିଁ । ଆମେ ପ୍ରସ୍ତୁତ ଅଛୁ ଅଲୋଚନା ପାଇଁ । 

ତେବେ ବିଜେଡି କଂଗ୍ରେସର ଏହି ରାଜନୀତି ଭିତରେ ଚାଲିପାରୁନି ଗୃହ । ସାଧାରଣ ଲୋକଙ୍କ ଅସୁବିଧାକୁ ନେଇ ହୋଇପାରୁନି ଆଲୋଚନା । କଂଗ୍ରେସ ଓ ବିଜେଡି ନିଜ ଜିଦ୍‌ରେ ଅଟଳ ରହିଥିବାବେଳେ ଆଗକୁ ଶାସକ ବିଜେପି କ’ଣ ପଦକ୍ଷେପ ନେଉଛି ତା’ ଦେଖିବାକୁ ବାକି ରହିଲା । 

ଅଧିକ ପଢ଼ନ୍ତୁ;  ଅତିରିକ୍ତ ସିପିଙ୍କୁ ଆକ୍ରମଣ; କଲର ଭିଡ଼ି ଆଣିଲେ, ଟୋପି ଖସାଇଦେଲେ