Advertisment

IPS ଡିଏସ୍‌ କୁଟ୍ଟେ ଏବେ ଗୃହ ବିଭାଗ OSD, ନିଯୁକ୍ତି ଦେଲେ ସରକାର

ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଥିବା ବେଳେ ନିଲମ୍ବିତ ହୋଇଥିଲେ । ଭାରତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶରେ ନିଲମ୍ବିତ ହୋଇଥିଲେ ।

DS Kuttey

DS Kuttey

Advertisment

ବିବାଦୀୟ ଆଇପିଏସ୍ ଡିଏସ୍ କୁଟ୍ଟେଙ୍କୁ ଓଏସ୍‌ଡି ଭାବେ ନିଯୁକ୍ତି। ତାଙ୍କୁ ରାଜ୍ୟ ଗୃହ ବିଭାଗ ଓଏସ୍‌ଡି ଭାବେ ନିଯୁକ୍ତି ଦେଲେ ରାଜ୍ୟ ସରକାର। ନିଲମ୍ବନ ଉଠିବା ପରେ କୁଟ୍ଟେଙ୍କୁ ନିଯୁକ୍ତି ମିଳିଛି। ନିର୍ବାଚନ ସମୟରେ କୁଟ୍ଟେଙ୍କୁ ନିଲମ୍ବିତ କରାଯାଇଥିଲା। ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଥିବା ବେଳେ ନିଲମ୍ବିତ ହୋଇଥିଲେ ଡିଏସ୍ କୁଟ୍ଟେ। ଭାରତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶରେ ନିଲମ୍ବିତ ହୋଇଥିଲେ।

Advertisment

ସେହିପରି ବରିଷ୍ଠ ଆଇପିଏସ୍ ରବି କାନ୍ତଙ୍କୁ ବି ଗୃହ ବିଭାଗ ଓଏସ୍‌ଡି ଭାବରେ ବଦଳି କରାଯାଇଛି। ୧୯୯୮ ବ୍ୟାଚ୍ ଆଇପିଏସ୍ ରବି କାନ୍ତ ଏବେ ଆବାସିକ କମିଶନର ଅଛନ୍ତି। ତାଙ୍କ ସ୍ଥାନରେ ଆଇଏଏସ୍ ବିଶାଲ ଗଗନଙ୍କୁ ଆବାସିକ କମିଶନର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଡିଏସ୍ କୁଟ୍ଟେ ଓ ରବି କାନ୍ତଙ୍କ ପୂର୍ବରୁ ଆଶିଷ ସିଂହଙ୍କୁ ଓଏସ୍‌ଡି ଭାବେ ବଦଳି କରାଯାଇଥିଲା।

କିଛି ଦିନ ପୂର୍ବରୁ ଚର୍ଚ୍ଚା ହେଉଥିଲା କୁଟ୍ଟେ ଏବେ କେଉଁଠି ? କୁଆଡେ ଗଲେ IPS ଅଫିସର ଡିଏସ କୁଟ୍ଟେ ? ତାଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର ହୋଇଛି ନା ନାହିଁ? ଯଦି ପ୍ରତ୍ୟାହାର ହୋଇଛି, କାହିଁକି କାର୍ଯ୍ୟରେ ଯୋଗ ଦେଉନାହାନ୍ତି କୁଟ୍ଟେ ? ନା ରାଜ୍ୟ ସରକାର ତାଙ୍କୁ କୌଣସି ପୋଷ୍ଟିଂ ଦେଇ ନାହାନ୍ତି ।

Advertisment

୨୪ ନିର୍ବାଚନରେ ବିଜେଡିକୁ ସହାୟତା କରୁଥିବା ଅଭିଯୋଗରେ ଫସିଥିବା କୁଟ୍ଟେଙ୍କୁ ନେଇ ପାୱାର କରିଡରରେ ଜୋରଦାର ଚର୍ଚ୍ଚା ହେଉଥିଲା । କାହିଁକି ନା ନିର୍ବାଚନ ପରବର୍ତ୍ତୀ ସମୟରେ, ଜୁନ୍ ୬ ତାରିଖ ଦିନ କୁଟ୍ଟେଙ୍କ ଉପରୁ ନିଲମ୍ବନଙ୍କୁ ସର୍ତ୍ତମୂଳକ ଭାବେ ତତ୍କାଳ ପ୍ରଭାବରୁ ହଟାଇ ଦେବା ପାଇଁ ମୁଖ୍ୟ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଥିଲେ। ଏହା ସହ କୁଟ୍ଟେଙ୍କୁ ପରବର୍ତ୍ତୀ ନିଯୁକ୍ତି ପାଇଁ ମୁଖ୍ୟ ଶାସନ ସଚିବଙ୍କ ପାଖେ ରିପୋର୍ଟ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ ।

ବଡ଼ କଥା ହେଲା ଗୃହ ବିଭାଗରେ ବଢିବାରେ ଲାଗିଛି OFFICER ON SPECIAL DUTY ବା ଓଏସ୍‌ଡିଙ୍କ ସଂଖ୍ୟା । କାମ ନକରି ବି ଦରମା ନେଉଛନ୍ତି ୩ ଆଇପିଏସ ଅଧିକାରୀ । ଏମିତି କି ଡିଜି ଏବଂ ଅତିରିକ୍ତ ଡିଜି ପାହ୍ୟାରେ ରହି ବି ଓଏସ୍‌ଡି ଭାବେ ସରକାର ସେମାନଙ୍କୁ ଅବସ୍ଥାପିତ କରିଛନ୍ତି । ନିକଟରେ ଆଇପିଏସ ଆଶିଷ ସିଂଙ୍କୁ ଗୃହ ବିଭାଗର ଓଏସ୍‌ଡି ଭାବେ ବଦଳି କରାଯାଇଛି । ନିର୍ବାଚନ କାର୍ଯ୍ୟରେ ହସ୍ତକ୍ଷେପ ଏବଂ ଶାସକ ଦଳକୁ ସହଯୋଗ ଅଭିଯୋଗରେ ଆଶିଷଙ୍କ ଉପରେ ବାଜିଥିଲା ଇସିଆଇ ଛାଟ । ପରେ ମେଡିକାଲ ରିପୋର୍ଟ ଦେଖାଇ ଛୁଟିରେ ରହିଥିଲ ଆଶିଷ । ଯାହାକୁ ଏମ୍ସ ଦ୍ୱାରା ପରୀକ୍ଷା କରି ମେଡିକାଲ ରିପୋର୍ଟକୁ ଭୁଲ ବୋଲି ଧରିଥିଲେ ନିର୍ବାଚନ କମିଶନ ।

Advertisment

ଅନ୍ୟପକ୍ଷରେ ପୂର୍ବ ସରକାରରେ ମଧ୍ୟ ୮୯ ବ୍ୟାଚର ଡିଜି ରାଙ୍କର ଆଇପିଏସ ଅଧିକାରୀ ଏସଏମ ନରୱଣେ ଏବଂ ଅତିରିକ୍ତ ଡିଜି ପାହ୍ୟାରେ ଥିବା ୯୫ ବ୍ୟାଚର ଆଇପିଏସ ରୀତୁ ଆରୋରାଙ୍କୁ ମଧ୍ୟ ଗୃହ ବିଭାଗର ଓଏସଡି ଭାବେ ନିଯୁକ୍ତ କରିଥିଲେ। ଏଠି ପ୍ରଶ୍ନ ଉଠୁଛି ରାଜ୍ୟରେ ଅନେକ ଆଇପିଏସ ପଦବି ଖାଲି ପଡ଼ିଥିବା ବେଳେ କାହିଁକି ଅଯଥା ଆଇପିଏସଙ୍କୁ ଓଏସଡି ନିଯୁକ୍ତ କରୁଛନ୍ତି ସରାକର । ଯଦି ଅଧିକାରୀମାନେ ଭୁଲ କରୁଛନ୍ତି ତାହେଲେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନ ନେଇ ଓଏସଡି ବଦଳି କେତେ ଦୂର ଯଥାର୍ଥ ।

IPS
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ