'ୟୁନିଫର୍ମ ହେଉଛି ସୁରକ୍ଷା କବଚ, ମାନସିକ ସ୍ତରରେ ଖୋଲିବାକୁ ପ୍ରସ୍ତୁତ ନଥିଲି'

କାଲିଠୁ ଆଉ ପିନ୍ଧି ପାରିବିନି ୟୁନିଫର୍ମ । ଶୁଣିଲେ ଦୁଃଖ ଲାଗୁଛି ।

Arun Kumar Sarangi

କାଲିଠୁ ଆଉ ପିନ୍ଧି ପାରିବିନି ୟୁନିଫର୍ମ । ଶୁଣିଲେ ଦୁଃଖ ଲାଗୁଛି । ଏତେଶୀଘ୍ର ୟୁନିଫର୍ମ ଖୋଲିବି ଭାବି ନଥିଲି । ବିଦାୟକାଳୀନ ସମ୍ବର୍ଦ୍ଧନା ବେଳେ ଭାବବିହ୍ୱଳ ହୋଇ ଏମିତି କଥା କହିଛନ୍ତି ବରିଷ୍ଠ ଆଇପିଏସ୍ ଅଧିକାରୀ ଅରୁଣ ଷଡଙ୍ଗୀ । ବିଦାୟକାଳୀନ ଭାଷଣରେ ସେ କହିଥିଲେ, ଆମେ ୟୁନିଫର୍ମକୁ ବହୁତ ଭଲ ପାଉ ।

ତା’ଭିତରେ ବୁଡିଯାଉ । ୟୁନିଫର୍ମ ହେଉଛି ସୁରକ୍ଷା କବଚ । ମାନସିକ ସ୍ତରରେ ୟୁନିଫର୍ମ ଖୋଲିବାକୁ ପ୍ରସ୍ତୁତ ନଥିଲି । ୩୩ ବର୍ଷର ଚାକିରି କାଳ ଭିତରେ ଅନେକ ସଫଳତା ଓ ବିଫଳତା ଦେଖିଛି । ଏଥିସହ ସେ କହିଥିଲେ, ପୋଲିସ ଚାକିରିରେ ପରିବାରକୁ ସମୟ ଦେଇ ହୁଏନି ।

ଆଜି ଭୁବନେଶ୍ୱର ବିଜୁ ପଟ୍ଟନାୟକ ଷ୍ଟେଟ୍ ପୋଲିସ ଏକାଡେମୀ ପଡିଆରେ ଅରୁଣ ଷଡଙ୍ଗୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହାର ନିର୍ଦ୍ଦେଶକ ଥିଲେ ଅରୁଣ ଷଡଙ୍ଗୀ । ଆଇପିଏସ୍ ଚାକିରିର ୧୦ ମାସ ପୂର୍ବରୁ ସ୍ୱେଚ୍ଛାକୃତ ଅବସର ନେଇଛନ୍ତି ଅରୁଣ କୁମାର ଷଡଙ୍ଗୀ । ତାଙ୍କୁ ରାଜ୍ୟ ସରକାର ଓଡ଼ିଶା ଲୋକସେବା ଆୟୋଗର ଅଧ୍ୟକ୍ଷ ଭାବରେ ଦାୟିତ୍ୱ ଦେଇଛନ୍ତି ।