Flight
ରାଜ୍ୟରେ ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ବିଦେଶକୁ ବିମାନ ଉଡ଼ାଣ। ଯାତ୍ରୀ ହେଉ ନଥିବାରୁ ରାଜ୍ୟ ସରକାର ମାସକୁ ଭରୁଛନ୍ତି ପ୍ରାୟ ୮ କୋଟି ଟଙ୍କା। ସୂଚନା ଅଧିକାର ଆଇନ୍ ବଳରେ ମିଳିଥିବା ତଥ୍ୟ କହୁଛି ବିଗତ ଦୁଇ ବର୍ଷରେ ଭାୟାବିଲିଟି ଗ୍ୟାପ୍ ଫଣ୍ଡ ବା ଭିଜିଏଫ୍ ଜରିଆରେ ବିମାନ କମ୍ପାନିଙ୍କ କ୍ଷତି ଭରଣା ପାଇଁ ରାଜ୍ୟ ସରକାର ପ୍ରାୟ 170 କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି। ଯାତ୍ରୀ ହେଉ ନଥିବାରୁ ସିଙ୍ଗାପୁରରେ ଖାଲି ପଡୁଛି ପ୍ରାୟ ୩୫ ପ୍ରତିଶତ ସିଟ୍। ପର୍ଯ୍ୟଟକଙ୍କୁ ଓଡ଼ିଶା ମୁହାଁ କରିବା କ୍ଷେତ୍ରରେ ଯଥେଷ୍ଟ ଉଦ୍ୟମ ହୋଇ ନଥିବାରୁ ଏଭଳି ସ୍ଥିତି ବୋଲି ମତ ଦେଇଛନ୍ତି ଟୁର୍ ଅପରେଟର।...
୨୦୨୩ ମେ ୧୫ରେ ଭୁବନେଶ୍ବରରୁ ଦୁବାଇକୁ ଉଡ଼ିଥିଲା ସିଧାସଳଖ ବିମାନ। ପରେ ପରେ ଭୁବନେଶ୍ବ ବିମାନବନ୍ଦରରୁ ଅନ୍ତର୍ଜାତୀୟ ଉଡ଼ାଣରେ ଯୋଡ଼ିହେଲା ବ୍ୟାଙ୍କକ୍ ଓ ସିଙ୍ଗାପୁରର ନା। ଉଦ୍ଦେଶ୍ୟ ଥିଲା ରାଜ୍ୟରୁ କିଛି ଗୁରୁତ୍ବପୂର୍ଣ୍ଣ ଦେଶକୁ ସିଧାସଳଖ ବିମାନ ଚଳାଇଲେ, ବିଦେଶରୁ ପୁଞ୍ଜି ଆସିବ, ପର୍ଯ୍ୟଟକ ଆସିବେ- ପର୍ଯ୍ୟଟନରୁ ଆୟ ବଢ଼ିବ ଆଉ ନିଯୁକ୍ତି ସୁଯୋଗ ବି ସୃଷ୍ଟି ହେବ। ଏହି ତିନିଟି ଦେଶକୁ ବିମାନ ଉଡ଼ାଣର କାର୍ଯ୍ୟାଦେଶ ପାଇଥିଲା- M/s Interglobe Aviation Ltd ବା ଇଣ୍ଡିଗୋ କମ୍ପାନୀ। ଏବେ ବି ଇଣ୍ଡୋଗୋ ଏହି ତିନିଟି ଦେଶକୁ ୧୮୬ ଆସନ ବିଶିଷ୍ଟ ବିମାନ ଚଳାଉଛି। ଚୁକ୍ତି ଥିଲା, ଯେତିକି ଆସନ ଖାଲି ପଡ଼ିବ ସେହି ଟିକଟର ମୂଲ୍ୟ ଭରଣା କରିବେ ସରକାର।
ସୂଚନା ଆଇନରେ ବାଣିଜ୍ୟ ଓ ପରିବହନ ବିଭାଗରୁ ମିଳିଥିବା ଉତ୍ତର ଦେଖିଲେ, ପ୍ରାୟ ଦୁଇ ବର୍ଷରେ ସରକାର କ୍ଷତି ଭରଣା ବାବଦରେ ପ୍ରାୟ ୧୭୨ କୋଟି ଟଙ୍କା ଦେଇଛନ୍ତିି। ଅର୍ଥାତ୍ ପାସେଞ୍ଜର ହେଉ ନଥିବାରୁ ସରକାରଙ୍କୁ ମାସକୁ ପ୍ରାୟ ୮ କୋଟି ଟଙ୍କାର କ୍ଷତିଭରଣା କରିବାକୁ ପଡ଼ୁଛି। ଦୁବାଇ ବିମାନରେ ୮.୬୧ ପ୍ରତିଶତ ଆସନ ଖାଲି ପଡ଼ୁଥିବାବେଳେ, ବ୍ୟାଙ୍କକ୍ ବିମାନରେ ୧୯.୨୭% ଓ ସିଙ୍ଗାପୁରରକୁ ସର୍ବାଧକ ୩୫.୬୬ ପ୍ରତିଶତ ସିଟ୍ ଖାଲି ପଡ଼ୁଛି। ଟୁର୍ ଅପରେଟରଙ୍କ ମତ ବିଦେଶୀ ପର୍ଯ୍ୟଟକଙ୍କୁ ଓଡ଼ିଶା ପ୍ରତି ଆକୃଷ୍ଟ କରିବାକୁ ଆହୁରି ଅଧିକ ଉଦ୍ୟମ ଲୋଡ଼ା।...
ନିଯୁକ୍ତି ଓ ବ୍ୟବସାୟ ପାଇଁ ବହୁ ଲୋକ ଦୁବାଇ ଯାଉଥିବାବେଳେ ସିଙ୍ଗାପୁର ଓ ବ୍ୟାଙ୍କକକୁ ଅଧିକାଂଶ ପର୍ଯ୍ୟଟନ ପାଇଁ ପସନ୍ଦ କରୁଛନ୍ତି। ଆଗରୁ ଦିଲ୍ଲୀ, ହାଇଦ୍ରାବାଦ, ମୁମ୍ବାଇ ଦେଇ ଦୁବାଇରେ ପହଞ୍ଚିବାକୁ ପ୍ରାୟ ୨୪ ଘଣ୍ଟା ଲାଗୁଥିଲା ବେଳେ ସିଧାସଳଖ ବିମାନ ଚଳାଚଳ ଯାତ୍ରା ସମୟକୁ ପ୍ରାୟ ୧୯ ଘଣ୍ଟା କମେଇ ଦେଇଛି। ଏଥିସହ ଦୁବାଇ ଦେଇ ଗଲ୍ଫ, ୟୁରୋପକୁ ବାଟ ଖୋଲିଛି। ସେମିତି ସିଙ୍ଗାପୁର, ବ୍ୟାଙ୍କକ୍ ବାଟେ ଦକ୍ଷିଣ ଏସୀୟ ଦେଶଗୁଡ଼ିକୁ ବି ବାଟ ଫିଟିଛି। ବ୍ୟାଙ୍କକ୍ କିମ୍ବା ସିଙ୍ଗାପୁର ଯାଇ ଫେରିବାକୁ ପ୍ରାୟ ୨୦ ହଜାର ଟଙ୍କା ପଡ଼ୁଥିବାବେଳେ ଦୁବାଇକୁ ଯାଇ ଫେରିବା ପାଇଁ ପ୍ରାୟ 30 ହଜାର ଟଙ୍କା ପଡ଼ୁଛି। କେନ୍ଦ୍ର ସରକାର ବି ଦେଶର ୯୨ଟି ନୂଆ ରୁଟ୍ ପାଇଁ ବିଭିନ୍ନ ବିମାନ କମ୍ପାନୀକୁ ୮ ବର୍ଷରେ ଭାୟାବିଲିଟି ଗ୍ୟାପ୍ ଫଣ୍ଡ୍ ବା ଭିଜିଏଫ୍ ବାଟରେ ପ୍ରାୟ ୪ ହଜାର କୋଟି ଟଙ୍କା ଦେଇଛନ୍ତି।...
ତେବେ ବିଦେଶକୁ ଦୁଇବର୍ଷର ବିମାନ ଉଡ଼ାଣ ପରେ ବି କାହିଁକି ଯାତ୍ରୀଙ୍କ ସଂଖ୍ୟାରେ ଅଭିବୃଦ୍ଧି ହୋଇପାରୁନି ସେନେଇ ସରକାରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Flight_1754663541.jpg)