Advertisment

Agitation Against Liquor: ମଦ ଦୋକାନ ବିରୋଧରେ ଅଭିନଵ ପ୍ରତିଵାଦ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କୀର୍ତ୍ତନ

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଝାଞ୍ଜ, ମୃଦଙ୍ଗ ବଜାଇ ନାମ ସଂକୀର୍ତ୍ତନ କରିବା ସହିତ ନିଆରା ପ୍ରତିବାଦ ଜଣାଇଛନ୍ତି ସ୍ଥାନୀୟ ବାସିନ୍ଦା। ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ବାଇପାସଠାରେ ଏକ ମଦ ବାର ଖୋଲିବା ନିମନ୍ତେ ସର୍ବସାଧାରଣଙ୍କ ଆପତ୍ତି ଅଭିଯୋଗ ନିମନ୍ତେ ନୋଟିସ ପ୍ରକାଶ ପାଇବା ପରେ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବଢିବାରେ ଲାଗିଛି। ବାରର ନାମକୁ ଅମ୍ବିକାଙ୍କ ନାମରେ ନାମିତ ପାଇଁ ଆବେଦନ ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ଅଦ୍ୟତନ ହୋଇଛି
ମଦ ଦୋକାନ ବିରୋଧରେ ଅଭିନବ ପ୍ରତିବାଦ

ମଦ ଦୋକାନ ବିରୋଧରେ ଅଭିନବ ପ୍ରତିବାଦ

Advertisment

ବାଜୁଛି ମୃଦଙ୍ଗ , ଝାଞ୍ଜ ଓ ଖଞ୍ଜଣି, ମହାମନ୍ତ୍ର ଧ୍ଵନିରେ ଉଠୁଚି ପଡ଼ୁଚି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ । କିନ୍ତୁ ଏ କେଉଁ ଆଧ୍ୟାତ୍ମିକ ସଭା ପାଇଁ ନୁହେଁ କିମ୍ବା ଶୋଭାଯାତ୍ରା ପାଇଁ ନୁହେଁ । ସହର ମଧ୍ୟରେ ହିନ୍ଦୁ ଦେବୀଙ୍କ ନାମରେ ମଦ ବାର ଖୋଲିବାକୁ ନେଇ ହୋଇଛି ନିଆରା ପ୍ରତିବାଦ । ଏହାକୁ ବିରୋଧ କରି ଜିଲ୍ଲାପାଳଙ୍କୁ ଦାବି ଜଣାଇବାକୁ ଆସିଛନ୍ତି ସ୍ଥାନୀୟ ବାସିନ୍ଦା ।

Advertisment

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଝାଞ୍ଜ, ମୃଦଙ୍ଗ ବଜାଇ ନାମ ସଂକୀର୍ତ୍ତନ କରିବା ସହିତ ନିଆରା ପ୍ରତିବାଦ ଜଣାଇଛନ୍ତି ସ୍ଥାନୀୟ ବାସିନ୍ଦା। ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ବାଇପାସଠାରେ ଏକ ମଦବାର ଖୋଲିବା ନିମନ୍ତେ ସର୍ବସାଧାରଣଙ୍କ ଆପତ୍ତି ଅଭିଯୋଗ ନିମନ୍ତେ ନୋଟିସ ପ୍ରକାଶ ପାଇବା ପରେ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବଢିବାରେ ଲାଗିଛି। ବାରର ନାମକୁ ଅମ୍ବିକାଙ୍କ ନାମରେ ନାମିତ ପାଇଁ ଆବେଦନ ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ଦେବୀ ଦୁର୍ଗାଙ୍କ ଅନ୍ୟ ନାମ ଅମ୍ବିକା ହୋଇଥିବା ବେଳେ କିପରି ଦେବୀଙ୍କ ନାମରେ ବାର ପାଇଁ ଅନୁମତି ମିଳିଛି ତାକୁ ନେଇ ସ୍ଥାନୀୟ ବାସିନ୍ଦା ପ୍ରଶ୍ନ ଉଠାଇବା ସହିତ ଆଜି ନିଆରା ଢଙ୍ଗରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସଂକୀର୍ତ୍ତନ କରି ବିରୋଧ ପ୍ରଦର୍ଶନ କରିଛନ୍ତି। ରାଜ୍ୟ ସରକାରଙ୍କ ଏକସାଇଜ ପଲିସି 2024-25ରେ କୌଣସି ଦେବାଦେବୀଙ୍କ ନାମରେ ମଦ ବାର ଖୋଲାଯାଇ ପାରିବ ନାହିଁ ବୋଲି ଶକ୍ତ ନିର୍ଦ୍ଦେଶ ରହିଛି।

Advertisment

ଏହାଛଡା ବାର ପାଇଁ ଲାଇସେନ୍ସ ମିଳିଥିବା ସ୍ଥାନର ଚତୁର୍ପାଶ୍ୱରେ ଏକାଧିକ ମନ୍ଦିର ମଧ୍ୟ ରହିଛି। ଏହାକୁ ନେଇ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିବା ସହିତ ତୁରନ୍ତ ଏଥିପ୍ରତି ଧ୍ୟାନ ଦେବାକୁ ସ୍ଥାନୀୟ ଜନସାଧାରଣ ଦାବି ଜଣାଇଛନ୍ତି। ଏଥିରେ ବ୍ୟତିକ୍ରମ ହେଲେ ଆଗାମୀ ଦିନରେ ଶତାଧିକ ଲୋକେ ଆନ୍ଦୋଳନକୁ ଓହ୍ଲାଆଇବାର ଚେତାବନୀ ଦେଇଛନ୍ତି ।

ଆନ୍ଦୋଳନକାରୀଙ୍କ କହିବା କଥା ହେଉଛି, ସନାତନ ଧର୍ମରେ ଦେବାଦେବୀଙ୍କୁ ଅସମ୍ମାନ କରାଯାଇପାରିବ ନାହିଁ । କିନ୍ତୁ କେତେକ ମଦ ଦୋକାନ ଦେବାଦେବୀଙ୍କ ନାମରେ କରାଯାଉଥିବାରୁ ଏଥି ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ପ୍ରଶାସନ ଏଗୁଡ଼ିକର ନାମ ପରିବର୍ତ୍ତନ କରିବାକୁ ତୁରନ୍ତ ନିର୍ଦ୍ଦେଶ ଦେଲେ ପରିସ୍ଥିତି ଶାନ୍ତ ପଡ଼ିବ।

Advertisment
Liquor Liquor Menace Agitation Liquor Shop Licence
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ