Advertisment

ଗୁରୁବାର ଖୋଲିବ ଶ୍ରୀମନ୍ଦିରର ଭିତର ରତ୍ନଭଣ୍ଡାର, ସକାଳ ୯ଟା ୫୧ରୁ ୧୨ଟା ୧୫ ଶୁଭ ମୁହୂର୍ତ୍ତ

ଖଟଶେଯ ଘରକୁ ସ୍ଥାନାନ୍ତର ହେବ ସିନ୍ଦୁକ ଓ ଆଲମାରୀରୁ ଅଳଙ୍କାର । ମୁଖ୍ୟ ପ୍ରଶାସକ କହିଲେ ସେଠି ପଡ଼ିଛି ୨ଟି ନୂଆ ତାଲା ।

undefined

Ratnabhandar

Advertisment

ମହାପ୍ରଭୁ ରତ୍ନବେଦୀକୁ ବାହୁଡ଼ି ନଥିବେ । ରଥ ଉପରେ ଥିବେ, ସେଇବେଳରେ ହିଁ ଖୋଲିବ ଶ୍ରୀମନ୍ଦିରର ଭିତର ରତ୍ନଭଣ୍ଡାର । ଆସନ୍ତା ୧୮ ତାରିଖ ଗୁରୁବାର, ରଥରେ ଅଧରପଣା ନୀତି ଦିନ ହିଁ ଭିତର ଭଣ୍ଡାର ଘର ଖୋଲାଯିବାକୁ ସ୍ଥିର ହୋଇଥିବା ଆଜି ରତ୍ନଭଣ୍ଡାର ସଂପର୍କିତ ଜରୁରୀ ବୈଠକ ପରେ ସୂଚନା ଦେଇଛନ୍ତି ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ।

Advertisment

ଜଷ୍ଟିସ୍ ରଥ କହିଛନ୍ତି- ସେଦିନ ଶୁଭ ସମୟ ସକାଳ ୯ଟା ୫୧ରୁ ୧୨ଟା ୧୫ ମଧ୍ୟରେ ଭିତର ଭଣ୍ଡାର ଗୃହ ଖୋଲାଯିବ। ତାଲା ଖୋଲାଯାଇ ଭିତରକୁ ପଶିବା ପରେ ସିନ୍ଦୁକ ଏବଂ ଆଲମାରୀରେ ଥିବା ଅଳଙ୍କାର ସବୁକୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯିବ। ଭିତର ଭଣ୍ଡାରର ଅଳଙ୍କାର ରଖିବାକୁ ‘ଖଟଶେଯ ଘର’କୁ ଅସ୍ଥାୟୀ ରତ୍ନଭଣ୍ଡାର ଭାବେ ପ୍ରସ୍ତୁତ କରାଯାଇଛି । ରତ୍ନ ଅଳଙ୍କାର ସ୍ଥାନାନ୍ତର ସରିବା ମାତ୍ରେ ଏହାକୁ ତାଲା ଦିଆଯାଇ ଜଉମୁଦ ସିଲ୍ କରାଯିବ। ସେ ଚାବି ପୁରୀ ଟ୍ରେଜେରୀକୁ ପଠାଇ ଦିଆଯିବ। ଅଳଙ୍କାର ସ୍ଥାନାନ୍ତର ପ୍ରକ୍ରିୟାର ଟିକନିଖ୍ ଦୃଶ୍ୟକୁ ଭିଡିଓଗ୍ରାଫି କରାଯିବ।

ଆଗେ ସିଫଟିଂ, ରିପ୍ୟାରିଂ ତାପରେ କାଉଣ୍ଟିଂ। ଏଇ ମୋଡ୍‌ରେ ଚାଲିଛି ରତ୍ନଭଣ୍ଡାର ଖୋଲା ପ୍ରକ୍ରିୟା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି-୧୮ ତାରିଖ ଦିନ ସକାଳ ୯ଟା ପରେ ଅଳଙ୍କାର ତଦାରଖ କମିଟି ସଦସ୍ୟ ଶ୍ରୀମନ୍ଦିରକୁ ପ୍ରବେଶ କରିବେ। ପୂର୍ବରୁ ବାହାର ଭଣ୍ଡାର ଖୋଲାଯାଇ ଅଳଙ୍କାର ସିଫ୍ଟିଂ ସରିଛି।

Advertisment

ତେଣୁ ଏବେ ଫୋକସ୍ ଭିତର ଭଣ୍ଡାର। ଯେହେତୁ ବାହୁଡ଼ାଯାତ୍ରା ପୂର୍ବଦିନ ବାହାର ରତ୍ନଭଣ୍ଡାର ଖୋଲାଯିବା ବେଳେ ୩ଟି ଯାକ ତାଲା ସେଦିନ ନିର୍ଦ୍ଧାରିତ ଚାବିରେ ଖୋଲିଥିଲା, ତେଣୁ ତାଲା ଫିଟିବା ପରେ ଭିତର ରତ୍ନଭଣ୍ଡାରକୁ ଦେଖିଥିଲୁ। ସେଥିରେ ବି ୩ଟି ତାଲା ପଡ଼ିଥିଲା, ହେଲେ ଟ୍ରେଜେରିରୁ ଆସିଥିବା ଚାବିରେ ତାହା ଖୋଲିନଥିଲା। ଏସଓପି ଅନୁଯାୟୀ ୩ଟି ଯାକ ତାଲାକୁ ଭଙ୍ଗା ଯାଇଥିଲା। ସେ ତାଲା ଭଙ୍ଗାଯିବା ପରେ କମିଟି ସଦସ୍ୟ ଭିତର ଭଣ୍ଡାରକୁ ପଶିଥିଲେ। ଭିତର ଭଣ୍ଡାରରେ କାନ୍ଥକୁ ଲାଗି ସିନ୍ଦୁକ, ଆଲମାରୀ ରହିଥିଲା। ସମୟ ଅଭାବରୁ ସେଦିନ ଆମେ ତାହା ଖୋଲିନଥିଲୁ।

ପୁଣି ଦିନେ ଖୋଲିବାକୁ ନିଷ୍ପତ୍ତି ନେଇ ନୂଆ ତାଲା ପକାଇ ସିଲ୍ କରିଥିଲୁ। ୩ଟି ତାଲା ଭଙ୍ଗାଯାଇଥିଲେ ବି ୨ଟି ନୂଆ ତାଲା ପକାଇବା ସମ୍ଭବ ହେଲା। କାରଣ ଆଉ ଗୋଟିଏ ତାଲା ପଡ଼ିବା କବିଜା ଭାଙ୍ଗି ଯାଇଥିଲା। ସେ ୨ଟି ନୂଆ ତାଲାର ଚାବି ଓ ଭଙ୍ଗାଯାଇଥିବା ତାଲା ଟ୍ରେଜେରୀ ଜିମା ଦିଆଯାଇଛି। ଗୁରୁବାର ଦିନ ଟ୍ରେଜେରୀରୁ ନୂଆ ତାଲାର ଚାବି ଆଣି ଭିତର ଭଣ୍ଡାର ଖୋଲାଯାଇ ଅଳଙ୍କାର ସିଫଟିଂ ହେବ। ଅସ୍ଥାୟୀ ରତ୍ନଭଣ୍ଡାରକୁ ଅଳଙ୍କାର ସଂପୂର୍ଣ୍ଣ ସ୍ଥାନାନ୍ତରଣ ପରେ ମୂଳ ରତ୍ନଭଣ୍ଡାର ମରାମତି ହେବ। ଏଏସଆଇ ଦ୍ୱାରା ମରାମତି କାର୍ଯ୍ୟ ସରିବା ପରେ ଯାଇ ମହାପ୍ରଭୁଙ୍କ ଦୁର୍ମୂଲ୍ୟ ଧନରତ୍ନର ଗଣତି ଓ ମଣତି କରାଯିବ।

Advertisment

ଏଣେ ଭିତର ରତ୍ନଭଣ୍ଡାର ଖୋଲିବାକୁ ସ୍ଥିର ହୋଇଥିବା ଗୁରୁବାର ଦିନ ବି ଭକ୍ତମାନଙ୍କ ପାଇଁ ଶ୍ରୀମନ୍ଦିର ପ୍ରବେଶ କଟକଣା ରହିବ। ସକାଳ ୮ଟା ବେଳଠୁ ଆଉ ଭକ୍ତଙ୍କୁ ମନ୍ଦିର ଭିତରକୁ ଛଡ଼ାଯିବନି। ସିଂହଦ୍ବାରକୁ ଛାଡ଼ି ବାକି ୩ ଦ୍ବାର ବନ୍ଦ ରହିବ। କେବଳ ସେବକମାନଙ୍କୁ ଛଡ଼ାଯିବ। ଦୀର୍ଘ ପାଞ୍ଚ ଦଶନ୍ଧୀର ଅନ୍ତ ଘଟାଇ ଗତ ୧୪ ତାରିଖ ଦିନ, ଶ୍ରୀମନ୍ଦିରର ଉଭୟ ବାହାର ଓ ଭିତର ରତ୍ନଭଣ୍ଡାର ଖୋଲାଯାଇଥିଲା। ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ନେତୃତ୍ବରେ ୧୧ଜଣିଆ ହାଇଲେବଲ କମିଟି, ୪ଘଣ୍ଟା ଧରି ରତ୍ନଭଣ୍ଡାର ତଦାରଖ କରିଥିଲେ। 

ବାହାର ଭଣ୍ଡାର ଅଳଙ୍କାର ସବୁକୁ ଚାଙ୍ଗଡ଼ା ଘରେ ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମରେ କଡ଼ା ସୁରକ୍ଷାରେ ନୂଆ ସିନ୍ଦୁକରେ ରଖାଯାଇଛି । ଏବେ ଭିତର ଭଣ୍ଡାର ଅଳଙ୍କାର ସବୁକୁ ଆସନ୍ତା ଗୁରୁବାର ସ୍ଥାନାନ୍ତର ପାଇଁ ସ୍ଥିର ହୋଇଛି।

Lord Jagannath Ratnabhandar Puri Temple Puri Srimandir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles: