Per Capita Debt: ରାଜ୍ୟରେ ମୁଣ୍ଡ ପିଛା ଋଣ ୨୦ ହଜାରରୁ ଅଧିକ ...

ଗତକାଲି ପାରିତ ହୋଇଛି ଚଳିତ ଆର୍ଥିକ ବର୍ଷ ପାଇଁ ୧୨,୧୫୫ କୋଟି ୭୩ ଲକ୍ଷ ୫୧ ହଜାର କୋଟି ଟଙ୍କାର ପ୍ରଥମ ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍ ।

Per Capita Debt:

ଜନ୍ମ ହେବା ଶିଶୁ ମୁଣ୍ତରେ ଋଣଭାର ୨୦ ହଜାର ଟଙ୍କା! କଥାଟି ବିଶ୍ୱାସ ନହେଲେ ମଧ୍ୟ ସତ । ବିଧାନସଭାରେ ବିକାଶର ଏପରି ସ୍ୱପ୍ନ ଦେଖାଇଛନ୍ତି ରାଜ୍ୟ ସରକାର । ରାଜ୍ୟରେ ମୁଣ୍ଡ ପିଛା ଋଣ ୨୦ ହଜାର ୧୭୭ ଟଙ୍କା । ବିଧାନସଭାରେ ପାରିତ ହୋଇଥିବା ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍ ପରେ ଏହି ତଥ୍ୟ ସାମ୍ନାକୁ ଆସିଛି ।

ଗତକାଲି ପାରିତ ହୋଇଛି ଚଳିତ ଆର୍ଥିକ ବର୍ଷ ପାଇଁ ୧୨,୧୫୫ କୋଟି ୭୩ ଲକ୍ଷ ୫୧ ହଜାର କୋଟି ଟଙ୍କାର ପ୍ରଥମ ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍ । ଏଥିରେ ସ୍ୱାସ୍ଥ୍ୟ, ମହିଳା ଓ ଶିଶୁ କଲ୍ୟାଣ, ଗୃହ ଓ ନଗର ଉନ୍ନୟନ କ୍ଷେତ୍ର, ପୁଞ୍ଜି ନିବେଶ, ଶିକ୍ଷା ଓ ଦକ୍ଷତା ବିକାଶ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି ।

ତାସହ ସବୁଠୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମୁଣ୍ଡ ପିଛା ଋଣ ୨୦ ହଜାର ୧୭୭ ଟଙ୍କା ଥିବା ଜଣାପଡ଼ିଛି । ଅର୍ଥାତ ପ୍ରତି ବ୍ୟକ୍ତିଙ୍କ ଉପରେ ୨୦ ହଜାର ୧୭୭ ଟଙ୍କା ଋଣ ରହିଛି । ବଜେଟରେ ପ୍ରତି ନିର୍ବାଚନ ମଣ୍ଡଳୀକୁ ୧୪୨ କୋଟି ବରାଦ କରାଯାଇଛି । ବିଧାୟକ ମାନେ ସେମାନଙ୍କ ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ଉନ୍ନତିମୂଳକ କାମ ପାଇଁ ଅତିରିକ୍ତ ପ୍ରାୟ କୋଟିଏ ଟଙ୍କା ଖର୍ଚ୍ଚ କରିପାରିବେ ।

ସେପଟେ ଓଡ଼ିଶା ସାର୍ବଜନୀନ ପରୀକ୍ଷା ବିଲ୍-୨୦୨୪ ବିଧାନସଭାରେ ଆଗତ ହୋଇଛି । ଆଗତ କରି ପୂର୍ବ ସରକାର ଉପରେ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଜ୍ୟର ଭବିଷ୍ୟତଙ୍କ ସହ ପୂର୍ବ ସରକାର ଛଳନା ଓ ପ୍ରତାରଣା କରୁଥିଲେ ବୋଲି କହିଲେ । ପୂର୍ବ ସରକାରର ଲିଗାସୀକୁ ଭାଙ୍ଗିବାକୁ ପଡ଼ିବ ବୋଲି ମଧ୍ୟ ବିଧାନସଭାରେ କହିଛନ୍ତି ମୁଖ୍ୟମନ୍ତ୍ରୀ ।

ପୂର୍ବ ସରକାରଙ୍କ ନିଯୁକ୍ତିରେ ସ୍ୱଚ୍ଛତା ନଥିଲା, ଦୁର୍ନୀତି ଭରି ରହିଥିଲା । ଦାୟିତ୍ୱରେ ରହୁଥିବା ଅଧିକାରୀ ପରୀକ୍ଷାପତ୍ର ପ୍ରଘଟ ରାକେଟରେ ସମ୍ପୃକ୍ତ ରହୁଥିଲେ । ପୂର୍ବ ସରକାର କେବଳ ଆଉଟସୋର୍ସରେ ରହିଯାଇଥିଲେ ବୋଲି ସିଧାସଳଖ ଆକ୍ଷେପ କରିଛନ୍ତି ମୁଖ୍ୟମନ୍ତ୍ରୀ । ବିଧାନସଭାରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟର ଭବିଷ୍ୟତଙ୍କ ସହ ପୂର୍ବ ସରକାର ଛଳନା ଓ ପ୍ରତାରଣା କରୁଥିଲେ। ପୂର୍ବ ସରକାରର ଲିଗାସି ଭାଙ୍ଗିବାକୁ ପଡ଼ିବ ।

ଗଣତନ୍ତ୍ର ଉପରେ ପୂର୍ବ ସରକାର ବାରମ୍ବାର ହାତୁଡ଼ିରେ ମାରୁଥିଲା । ଯାହାର ପ୍ରତିଫଳନ ୨୦୨୪ରେ ଓଡ଼ିଶାବାସୀ ଦେଖାଇଛନ୍ତି । ପୂର୍ବ ସରକାରଙ୍କ ନିଯୁକ୍ତିରେ ସ୍ୱଚ୍ଛତା ନଥିଲା । ଦୁର୍ନୀତିରେ ଭରି ରହିଥିଲା । ନିଯୁକ୍ତିକୁ ପୂର୍ବ ସରକାର ସାଧାରଣ ଭାବେ ନେଉଥିଲେ । ଯେଉଁ ଅଧିକାରୀ ଦାୟିତ୍ୱରେ ରହୁଥିଲେ ସେ ନିଜେ ପରୀକ୍ଷା ପତ୍ର ପ୍ରଘଟ ରାକେଟରେ ସଂପୃକ୍ତ ରହୁଥିଲେ ।

ଯାହାର ଉଦାହରଣ ୨୦୨୩ ମସିହାର JE ପରୀକ୍ଷା । ଖାଲି ସେତିକି ନୁହେଁ ଖୋଦ୍ ସଚିବାଳୟରେ ବି ନିଯୁକ୍ତିରେ ବଡ ଚଞ୍ଚକତା ହୋଇଛି । ASO ନିଯୁକ୍ତିରେ ହୁଣ୍ଡା ମୂଲରେ ଡାକି ନିଯୁକ୍ତି ଦେଇଥିଲେ । ୨୫ ରୁ ୩୦ ଲକ୍ଷ ଟଙ୍କା ରେ ବିକ୍ରି ହୋଇଥିଲା ASO ଚାକିରି ।