Advertisment

‘ଭିତରକାଠ ପାଖକୁ ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ, ନୀତିକାନ୍ତି ନଥିଲେ ମିଳିବ ଅନୁମତି’

ଏଥିସହ ଶ୍ରୀମନ୍ଦିରରେ ଏକ ସମୟରେ ଯେପରି ୪ ହଜାରରୁ ସାଢ଼େ ୪ ହଜାର ଶ୍ରଦ୍ଧାଳୁ ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ, ସେଥିପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ଚାଲିଛି ବୋଲି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।

Srimandir

Srimandir

Advertisment

ଶ୍ରୀମନ୍ଦିରରେ ହେବ ଭିତରକାଠ ଦର୍ଶନ । ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁ ଭିତରକାଠ ପାଖକୁ ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ଏହି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । କୌଣସି ନୀତିକାନ୍ତି ନ ଥିଲେ ଭିତରକାଠ ଦର୍ଶନ ପାଇଁ ମିଳିବ ଅନୁମତି । ତେବେ ରତ୍ନସିଂହାସନ ପାଖକୁ ଯେପରି କେହି ନ ଯିବେ ସେଥିପ୍ରତି ଯତ୍ନବାନ ହେବୁ ବୋଲି ସେ କହିଛନ୍ତି ।

Advertisment

ଏଥିସହ ଶ୍ରୀମନ୍ଦିରରେ ଏକ ସମୟରେ ଯେପରି ୪ ହଜାରରୁ ସାଢ଼େ ୪ ହଜାର ଶ୍ରଦ୍ଧାଳୁ ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ, ସେଥିପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ଚାଲିଛି ବୋଲି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଏନେଇ ସେବାୟତ, ଶ୍ରୀମନ୍ଦିର ପ୍ରଶାସନ ଓ ବରିଷ୍ଠ ବ୍ୟକ୍ତିଙ୍କ ସହ ବିଚାର ବିମର୍ଶ ଚାଲିଛି । ପୂରା ନକ୍ସା ପ୍ରସ୍ତୁତ ହୋଇ ନୂଆ ମ୍ୟାନେଜିଂ କମିଟିର ଅନୁମୋଦନ ପରେ, ଏହା ସରକାରଙ୍କ ଅନୁମୋଦନ ପାଇଁ ଆସିବ।

ଏଥିସହ ସେ ଆହୁରି କହିଛନ୍ତି ଯେ, ପ୍ରାଥମିକ ଭାବେ ଜଗମୋହନ ଅଞ୍ଚଳକୁ ଶୀତତାପ ନିୟନ୍ତ୍ରିତ କରିବାକୁ ବ୍ୟବସ୍ଥା କରାଯାଉଛି । ଜଗମୋହନ ଅଞ୍ଚଳର ପରିସର ବୃଦ୍ଧି କରିବା ପାଇଁ ସେଠାରେ ଥିବା ଆଲମାରି ସମେତ ଅନ୍ୟାନ୍ୟ ଜିନିଷ ଅନ୍ୟତ୍ର ସ୍ଥାନତରିତ କରିବାକୁ ବ୍ୟବସ୍ଥା ଚାଲିଛି। ବିଶେଷ କରି ସାତପାହଚ ପାଖରୁ ବାହାରକାଠ ପର୍ଯ୍ୟନ୍ତ କାଠ ତିଆରି କୋଲାପ୍ସ ବ୍ୟାରିକେଡ଼ କରାଯିବା ନେଇ ଚିନ୍ତା କରାଯାଉଛି।

Advertisment

ସାତପାହଚରୁ ଗରୁଡ଼ ସ୍ତମ୍ଭ ଦେଇ ବାହାର କାଠ ପର୍ଯ୍ୟନ୍ତ ଦୁଇଟି ଧାଡ଼ିରେ ବ୍ୟାରିକେଡ଼ କରାଯିବ । ଗୋଟିଏ ବ୍ୟାରିକେଡ୍ ବାହର କାଠ ବାହାର ପଟେ ଏବଂ ଅନ୍ୟଟି ଭିତର ପଟେ କରାଯିବ । ମନ୍ଦିର ମଧ୍ୟରେ ରତ୍ନଭଣ୍ଡାର ସମ୍ପର୍କରେ କୌଣସି କାମ ଚାଲୁଥିବା ସମୟରେ ଭିତର କାଠ ଦର୍ଶନ ବନ୍ଦ ରହିବ । ସେହିପରି ଶ୍ରୀଜୀଉମାନଙ୍କ ସେବା ସମୟରେ ମଧ୍ୟ ଭିତର କାଠ ଦର୍ଶନ ବନ୍ଦ ରହିବ ବୋଲି କହିଛନ୍ତି ପୃଥ୍ବୀରାଜ ହରିଚନ୍ଦନ ।

Srimandir Law Minister
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ