Advertisment

Ramakrushna Das mahapatra: ଦୀଘା ଦିଅଁ ନିର୍ମାଣ ବିବାଦ, ଉତ୍ତର ନ ଦେଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ

ନବକଳେବର ଦାରୁରେ ଦୀଘା ଦିଅଁ ନିର୍ମାଣ ବିବାଦ ପ୍ରସଙ୍ଗରେ ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ରଙ୍କୁ ଆସନ୍ତା ୭ ଦିନ ମଧ୍ୟରେ ଉତ୍ତର ଦେବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଉତ୍ତର ସନ୍ତୋଷଜନକ ନ ହେଲେ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଧମକ ଦିଆଯାଇଛି।

prithvi

prithvi

Advertisment

ନବକଳେବର ଦାରୁରେ ଦୀଘା ଦିଅଁ ନିର୍ମାଣ ବିବାଦ ପ୍ରସଙ୍ଗରେ ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ରଙ୍କୁ ଆସନ୍ତା ୭ ଦିନ ମଧ୍ୟରେ ଉତ୍ତର ଦେବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଉତ୍ତର ସନ୍ତୋଷଜନକ ନ ହେଲେ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଧମକ ଦିଆଯାଇଛି।

Advertisment

ପୂର୍ବରୁ ରବିବାର ସକାଳେ ରାମକୃଷ୍ଣ ଦାସମହାପାତ୍ରଙ୍କୁ ଦେଢ ଘଣ୍ଟା ଜେରା କରାଯାଇଥିଲା। ଦୀଘା ଜଗନ୍ନାଥ ମନ୍ଦିର ‘ଦାରୁ’ ବିବାଦକୁ ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ରାମକୃଷ୍ଣଙ୍କୁ ଜେରା କରିଥିଲା ଶ୍ରୀମନ୍ଦିର ପ୍ରଶାସନ । ରାମକୃଷ୍ଣଙ୍କ ସହିତ ଦଇତାପତି ନିଯୋଗ ସଭାପତି ଗଣେଶ ଦାସମହାପାତ୍ରଙ୍କୁ ଦାରୁ ବିବାଦ ନେଇ ପଚରାଉଚରା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟପ୍ରଶାସନ ଅରବିନ୍ଦ ପାଢୀ । ଏହି ସମୟରେ ଶ୍ରୀମନ୍ଦିର ନୀତିପ୍ରଶାସକ ମଧ୍ୟ ଉପସ୍ଥିତ ଥିଲେ ।

ପ୍ରାୟ ଦେଢ ଘଣ୍ଟା ଧରି ପଚରାଉଚରା ପରେ ବାହାରକୁ ବାହାରିଥିଲେ ରାମକୃଷ୍ଣ । କିନ୍ତୁ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ନଦେଇ ଏଡ଼ାଇ ଯାଇଥିଲେ । ଦୀଘା ବିବାଦ ପ୍ରସଙ୍ଗରେ ଆଇନମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ । ଖୁବଶୀଘ୍ର ତଦନ୍ତ ସାରି ଦୋଷୀଙ୍କ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ । କାର୍ଯ୍ୟାନୁଷ୍ଠାନ ନେବାକୁ ଶ୍ରୀମନ୍ଦିର ପ୍ରଶାସନକୁ ଦାୟିତ୍ବ ଦିଆଯାଇଛି ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନନ୍ଦନ । ମନ୍ତ୍ରୀ କହିଛନ୍ତି, ରାଜ୍ୟ ସରକାର ନେଇଥିବା ପଦକ୍ଷେପକୁ ଓଡ଼ିଶାବାସୀ ଓ ପଶ୍ଚିମବଙ୍ଗର ଲୋକମାନେ ମଧ୍ୟ ସ୍ବାଗତ କରିଛନ୍ତି।

Advertisment

ଦୀଘାକୁ ଜଗନ୍ନାଥ ଧାମ କହିବା ସମ୍ପୂର୍ଣ୍ଣ ଭୁଲ। ଏନେଇ ଖୁବଶୀଘ୍ର ପଶ୍ଚିମବଙ୍ଗ ସରକାରଙ୍କୁ ମୁଖ୍ୟମନ୍ତ୍ରୀ ଚିଠି ଲେଖିବେ । ଏହି ପ୍ରସଙ୍ଗରେ ଆଇନ ମନ୍ତ୍ରୀଙ୍କୁ ସମାଲୋଚନା କରି ବିଜେଡି କହିଛି, ଆଇନ ମନ୍ତ୍ରୀ ଖାଲି ତଦନ୍ତ କରାଯିବ କହିଲେ ହେବନି। ସେପଟେ ବିଜେଡିକୁ ଜବାବ ଦେଇ ଆଇନ ମନ୍ତ୍ରୀ କହିଛନ୍ତି, ପୁରୀରେ ସେବା କ୍ଷେତ୍ରରେ ଖରାପ ପରମ୍ପରା ତିଆରି କରିଛନ୍ତି ତତ୍କାଳୀନ ବିଜେଡି ସରକାର ।

ଅଧିକ ପଢ଼ନ୍ତୁ: ରାଜଧାନୀର ସାଲିଆସାହିରେ ରେଡ୍; ବିପୁଳ ପରିମାଣର ଦେଶୀ ମଦ ଜବତ, ୯ ଗିରଫ

Advertisment
Digha Shree Mandir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ