Advertisment

ଭସାଣିରେ ଅଘଟଣ: ଛୁରାମାଡ଼ରେ ନାବାଳକ ମୃତ, ୨ ସାହି ମଧ୍ୟରେ ପିଟାପିଟି

ଦଶହରା ଶେଷ ହେବା ପରେ ବିଭିନ୍ନ ସ୍ଥାନରେ ବେଶ୍ ଜାକଜମକରେ ଭସାଣ ଉତ୍ସବ କରାଯାଇଛି। ଭସାଣି ବେଳେ ବିଭିନ୍ନ ସ୍ଥାନରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ନବରଙ୍ଗପୁରରେ ଭସାଣି ବେଳେ ଛୁରାମାଡରେ ନାବାଳରର ମୃତ୍ୟୁ ହୋଇଥିବା ବେଳେ ଖଲ୍ଲିକୋଟରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି।

ଅଦ୍ୟତନ ହୋଇଛି
Idol Immersion of Maa Durga: Minor Stabbed to Death, Another Critical During Clash in Nabarangpur

Idol Immersion of Maa Durga

Advertisment

ଦଶହରା ଶେଷ ହେବା ପରେ ବିଭିନ୍ନ ସ୍ଥାନରେ ବେଶ୍ ଜାକଜମକରେ ଭସାଣ ଉତ୍ସବ କରାଯାଇଛି। ଭସାଣି ବେଳେ ବିଭିନ୍ନ ସ୍ଥାନରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ନବରଙ୍ଗପୁରରେ ଭସାଣି ବେଳେ ଛୁରାମାଡରେ ନାବାଳରର ମୃତ୍ୟୁ ହୋଇଥିବା ବେଳେ ଖଲ୍ଲିକୋଟରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି।

Advertisment

ନବରଙ୍ଗପୁରରେ ଭସାଣି ବେଳେ ଛୁରାମାଡ଼ । ଏଥିରେ ଜଣେ ନାବାଳକର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ନାବାଳକ ଗୁରୁତର ଆହତ ହୋଇଛି। ଗୁରୁତରକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ନବରଙ୍ଗପୁର ଟାଉନ୍ ଥାନା ଅଞ୍ଚଳରେ ଭସାଣି ବେଳେ ୨ ସାହି ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏହି ସମୟରେ ଛୁରାମାଡ଼ ହୋଇଥିବା ଜଣାପଡ଼ିଛି। ମାମଲାରେ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ଟାଉନ ଥାନା ପୋଲିସ।

ଅଧିକ ପଢ଼ନ୍ତୁ: କବାଡ଼ି ଖେଳୁ ଖେଳୁ ଖେଳାଳିଙ୍କ ମୃତ୍ୟୁ! ଖେଳ ଚାଲିଥିବା ବେଳେ ଟଳି ପଡ଼ିଲେ

Advertisment

ସେହିପରି ଦୁର୍ଗା ପୂଜା ଅବସରରେ ହେଉଥିବା ରାମାୟଣ ନାଟକ ପରିବେଷଣକୁ ନେଇ ଖଲ୍ଲିକୋଟରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଉଭୟ ଗୋଷ୍ଠୀଙ୍କ ପ୍ରତିଯୋଗିତା ମୂଳକ ନାଟକ ପରିବେଷଣ ହେଉଥିବା ବେଳେ ଏହି ଗଣ୍ଡଗୋଳ ହୋଇଛି। ଗତକାଲି ରାତିରେ ଖଲ୍ଲିକୋଟ ସହର ଧରାକୋଟ ସାହି ଏବଂ ବଡ଼ଦାଣ୍ଡ ସାହି ଅନୁଷ୍ଠିତ ହେଉଥିଲା ନାଟକ। ଉଭୟ ସାହିର କଳାକାର ମାନେ ମଞ୍ଚ ଛାଡି ମୁକ୍ତାକାଶ ତଳେ JCB ଉପରେ ଚଢ଼ି ନାଟକ କରୁଥିଲେ। ଏହାକୁ ନେଇ ଉଭୟ ସାହି ମୁହାଁମୁହିଁ ହେବା ସହ ଗୋଷ୍ଠୀ ସଂଘର୍ଷର ସୂତ୍ରପାତ ହୋଇଥିଲା। ପରେ ପୋଲିସ ପହଞ୍ଚି ଉଭୟ ଙ୍କୁ ଗୋଷ୍ଠୀଙ୍କୁ ବୁଝାସୁଝା କରିବା ସହ JCB ଉପରେ ପ୍ରଦର୍ଶନ କରିବାକୁ ବାରଣ କରିଥିଲା।

Murder Case Durga Idol Immersion
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ