ଘର ଖଣ୍ଡେ ପାଇଁ ଗୁହାରି
ସେଦିନ ଏ ଅଚିହ୍ନା ଆଖି, ଆଉ ଏ ମୁରୁକା ହସ ଏମାନଙ୍କୁ ପ୍ରେମରେ ପକାଇ ଦେଇଥିଲା । ଜଣେ ଅନ୍ୟ ଜଣକଙ୍କ ନିକଟକୁ ଟାଣି ନେଇଥିଲା । ଫଳରେ ଜଣେ ପାଲଟିଯାଇଥିଲା ଦିୱାନା, ଆଉ ଜଣେ ଦିୱାନୀ । ରଙ୍ଗ ନମ୍ବରରୁ ହେଲା ପ୍ରେମ ତା’ ପରେ ଏ ପରଦେଶିଆ ସାଜିଗଲା ତ୍ରିପୁରରା ଜ୍ୱାଇଁ । ଜୀବନ ସାଥୀ ପାଲଟିଗଲେ ଦୁହେଁ, ହେଲେ ଏବେ ଗରିବ ରାକ୍ଷସଟା ଏମାନଙ୍କୁ ନା ଶାନ୍ତିରେ ରହିବାକୁ ଦେଉଛି ନା ନା ଦୁଇ ଓଳି ଦୁଇମୁଠା ଖୁଆଇ ଦେଉଛି । ପ୍ରେମର ସ୍ୱପ୍ନ ଦେଖି ଘର ସଂସାର ଆରମ୍ଭ କଲେ ହେଲେ ଆଉ ପିଛା ଛାଡ଼ୁନି ଅଭାବୀ ଓ ଦୁର୍ଦ୍ଦଶା ।
ଏ ହେଉଛନ୍ତି ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ନୂଆସାହି ଗାଁର ଆଦିବାସୀ ଯୁବକ ମନୋଜ ରଇତ l ପରିବାର ପ୍ରତିପୋଷଣ ପାଇଁ ଦୁଇ ବର୍ଷ ତଳେ ତ୍ରିପୁରାର ଅଗରତାଲାକୁ ସେ ଦାଦନ ଖଟିବାକୁ ଯାଉଥିଲେ l ହେଲେ ସେଠାରେ ଏକ ରଙ୍ଗ ନମ୍ବରରୁ ହୋଇଗଲା ପ୍ରେମ l ପରେ ବିବାହ, ଆଉ ଏବେ ଦେଢ଼ ବର୍ଷର ଶିଶୁପୁତ୍ର ରହିଛି l ମନୋଜ ଗାଁକୁ ଆସିବା ପରେ ଘର ଖଣ୍ଡିଏ ନାହିଁ l
ଜଙ୍ଗଲରୁ କାଠ ବାଉଁଶ ସଂଗ୍ରହ କରି ପରିବାର ମୁଣ୍ଡ ଉପରେ କୁଡିଆଟିଏ ଦେବାକୁ ଚେଷ୍ଟା କରୁଛନ୍ତି । ଭୂମି ହୀନ ମନୋଜଙ୍କ ପରିବାର । ତେଣୁ ଜଣେ ସ୍ୱହୃଦୟ ଵ୍ୟକ୍ତି ଏମାନଙ୍କୁ ଘର ଖଣ୍ଡିଏ କରିବାକୁ ଜମି ଦେଇଛନ୍ତି । ସେପଟେ ଆବାସ ଯୋଜନାରେ ଘର ଯୋଗାଇ ଦେବାକୁ ମନୋଜଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ବିଡିଓ ।
ତେବେ ଅଭାବ ଭାଙ୍ଗିପାରିନି ଏମାନଙ୍କ ସଂପର୍କ । ଗରିବୀ ଦୂର କରିପାରିନି ଭଲପାଇବା । ଆଗରୁ ଏମିତି ଦୁହିଁଙ୍କ ମନ ମିଶିଥିଲା । ଏବେ ଅସୁବିଧାରେ ରହି ବି ହସୁଛି ପରିବାର । ହେଲେ ସରକାରୀ ସହାୟତା କେବେ ଏମାନଙ୍କ ପାଖରେ ପହଞ୍ଚୁଛି ଦେଖିବାକୁ ବାକି ରହିଲା ।
ଘର ଖଣ୍ଡେ ନଥିବାରୁ ମନୋଜ ସରକାରଙ୍କୁ ଗୁହାରି କରୁଛନ୍ତି ଆଉ କହୁଛନ୍ତି, ହେ ସରକାର...ଏବେ ଏବେ ବାହା ହୋଇଛି। ହେଲେ ମୋ ସ୍ତ୍ରୀଙ୍କୁ ରଖିବାକୁ ଘର ଖଣ୍ଡେ ନାହିଁ। କ’ଣ କରିବି କାହାକୁ କହିବି।
ଏତେ ସବୁ ଅସୁବିଧା ଭିତରେ ବି ଏହି ପ୍ରେମୀଯୁଗଳ ଭାଙ୍ଗି ପଡ଼ିନାହାଁନ୍ତି କି ପତି-ପତ୍ନୀଙ୍କ ଭଲ ପାଇବା ଟିକେ ବି ଉଣା ପଡ଼ିନି। କାରଣ ଦୁହେଁ କେବଳ ପରସ୍ପରର ହୃଦୟକୁ ଭଲ ପାଉଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1743489277.jpg)