Advertisment

Special Story: ବନ୍ଦ ଥିଲା ଆହାର କେନ୍ଦ୍ର; ଭାତ-ଡାଲମା କରି ଶହ ଶହ ଲୋକଙ୍କୁ ବାଣ୍ଟିଦେଲେ ଅଭିମନ୍ୟୁ...

ହୋଲି ପାଇଁ ଚାରିଆଡ଼େ ବନ୍ଦ ଥିଲା ଦୋକାନ ବଜାର ଓ ଆହାର କେନ୍ଦ୍ର। ଖାଦ୍ୟ ପାଇଁ ହନ୍ତସନ୍ତ ହେଉଥିଲେ ଲୋକେ। ହେଲେ ଦେବଦୂତ ଭଳି ଆସି ଶହ ଶହ ଲୋକଙ୍କୁ ଭାତ ଡାଲମା ବାଣ୍ଟିଲେ ଅଭିମନ୍ୟୁ ।

ଅଦ୍ୟତନ ହୋଇଛି
 Abhimanyu Becomes a Savior with Free Meals

Abhimanyu Becomes a Savior with Free Meals

Advertisment

ସିଲଭର ସିଟିରେ ଚାଲିଥିଲା ହୋଲି ସେଲିବ୍ରେସନ୍। ନିଜ ବନ୍ଧୁ ପରିଜନଙ୍କ ସହ ରଙ୍ଗ ଖେଳି ମଜା ମସ୍ତିରେ ମାତିଥିଲେ ସମସ୍ତେ। ଚାରିଆଡେ ବନ୍ଦ ଥିଲା ଦୋକାନ ବଜାର। ନା ଖୋଲାଥିଲା ଆହାର କେନ୍ଦ୍ର ନା କୌଣସି ହୋଟେଲ। ଖାଦ୍ୟ ଟିକିଏ ଯୋଗାଡ଼ କରିବା ପାଇଁ ହନ୍ତସନ୍ତ ହେଉଥିଲେ ଗରିବ, ଭୋକିଲା ଓ ଦୁଃଖିରଙ୍କୀ। କଟକ ବଡ଼ ମେଡ଼ିକାଲକୁ ଆସୁଥିବା ରୋଗୀ ଓ ସମ୍ପର୍କୀୟ ମଧ୍ୟ ଖାଦ୍ୟ ଯୋଗାଡ଼ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ। ହେଲେ ଏତିକି ବେଳେ ଦେବଦୂତ ସାଜିଥିଲେ କଟକର ସବୁଠାରୁ ଚର୍ଚ୍ଚିତ ଚେହେରା। ଭୋକିଲାଙ୍କ ପେଟରେ ଦାନା ମୁଠାଏ ଦେବାକୁ ଅଣ୍ଟା ଭିଡ଼ିଥିଲେ ସମାଜସେବୀ ଅଭିମନ୍ୟୁ ଦାସ। SCB କ୍ୟାମ୍ପସ ଭିତରେ ଆରମ୍ଭ ହୋଇଥିଲା ଅଭିମନ୍ୟୁଙ୍କ ରୋଷେଇଶାଳ। ବସିଥିଲା ବଡ଼ ବଡ଼ ହଣ୍ଡା। ଅସହାୟଙ୍କ ପାଇଁ ରନ୍ଧା ହୋଇଥିଲା ଭାତ, ଡାଲମା ଓ ଖଟା ।

Advertisment

ତେବେ କେବଳ ଏବର୍ଷ ନୁହେଁ, ଦୀର୍ଘ ବାର ବର୍ଷ ଧରି ଅଭିମନ୍ୟୁ ହୋଲିରେ ଏପରି ପ୍ରୟାସ ଜାରି ରଖିଛନ୍ତି। ହୋଲି ନଖେଳି ଭୋକିଲା ପେଟରେ ଅନ୍ନଦାନ କରିଆସୁଛନ୍ତି। ଏହିଦିନ ସବୁ ଦେକାନ ବଜାର ଏବଂ ଆହାର କେନ୍ଦ୍ର ବନ୍ଦ ରହୁଥିବାରୁ ପ୍ରତିବର୍ଷ ପ୍ରାୟ ୫ ହଜାର ଲୋକଙ୍କ ପାଇଁ ଭୋଜନର ବ୍ୟବସ୍ଥା କରନ୍ତି ଅଭିମନ୍ୟୁ। 

ଅଧିକ ପଢ଼ନ୍ତୁ: ନବ ଦାସ ହତ୍ୟା ମାମଲା; CBI ତଦନ୍ତ ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ଇ-ମେଲ୍ କଲେ ନବଙ୍କ ପତ୍ନୀ

Advertisment

ତେବେ ଏହି ମହତ କାର୍ଯ୍ୟରେ କଟକ ସହରର କିଛି ବଦାନ୍ୟ ବ୍ୟକ୍ତି ଏବଂ ସ୍ୱେଚ୍ଛାସେବୀ ଯୁବକ ଯୁବତୀ ତାଙ୍କ ସହ ସାମିଲ ହୋଇଥାନ୍ତି। 

ଖାଦ୍ୟ ରନ୍ଧା ହୋଇ ସାରିବା ପରେ SCBରେ ୨ଟି ଓ କ୍ୟାନସର ଓ୍ବାର୍ଡରେ ୨ଟି କାଉଣ୍ଟର ଦ୍ୱାରା ଖାଦ୍ୟ ବିତରଣ କରାଯାଇଥିଲା। ଯାହା ପବିତ୍ର ହୋଲିରେ ଅସହାୟଙ୍କ ମୁହଁରେ ହସ ଫୁଟାଇବାକୁ ଯଥେଷ୍ଟ ଥିଲା। ଅଭିମନ୍ୟୁ ଏବଂ ସହଯୋଗୀଙ୍କ ଏଭଳି ପ୍ରୟାସକୁ ସବୁ ମହଲରେ ପ୍ରଶଂସା କରାଯାଉଛି ।

Advertisment

ଅଧିକ ପଢ଼ନ୍ତୁ: ରେକର୍ଡ ପରେ ରେକର୍ଡ ଭାଙ୍ଗୁଛି ତାତି, ସିଝୁଛି ପଶ୍ଚିମ ଓଡ଼ିଶା

Holi Shops Special Story Abhimanyu
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ