Advertisment

୭୦୦ ଦେଲେ ମିଳୁଛି ଜଗା ଦର୍ଶନ; ପଶ୍ଚିମ ଦ୍ୱାର ପୁରୀବାସୀଙ୍କ ପାଇଁ ନା ପର୍ଯ୍ୟଟକଙ୍କ ପାଇଁ ?

ଆଜି କିଛି ସେବାୟତ ମାନେ କିଛି ଶ୍ରଦ୍ଧାଳୁଙ୍କୁ ପଶ୍ଚିମଦ୍ୱାର ଦେଇ ପ୍ରବେଶ କରାଇଥିବା ଅଭିଯୋଗ ହୋଇଛି।

ଅଦ୍ୟତନ ହୋଇଛି
Srimandir Devotiee Enters Through Western Gate

Jagannath Temple

Advertisment

ପୁଣି ଥରେ ଶ୍ରୀମନ୍ଦିର ପ୍ରବେଶ ବେଳେ ଅସମ୍ଭାଳ ଭିଡ଼। ହଇରାଣ ହେଲେ ଶତାଧିକ ଶ୍ରଦ୍ଧାଳୁ। ଆଜି ସକାଳୁ ଶ୍ରୀମନ୍ଦିର ପଶ୍ଚିମ ଦ୍ୱାରରେ ଏଭଳି ଭିଡ଼ ପରିସ୍ଥିତି ଉପୁଜିଥିଲା। ପଶ୍ଚିମ ଦ୍ୱାର ଦେଇ କେବଳ ପୁରୀ ବାସିନ୍ଦାଙ୍କୁ ପ୍ରବେଶ ଅନୁମତି ରହିଛି। ହେଲେ ଆଜି କିଛି ସେବାୟତ ଶ୍ରଦ୍ଧାଳୁଙ୍କୁ ଏହି ବାଟ ଦେଇ ପ୍ରବେଶ କରାଇଥିବା ଅଭିଯୋଗ ହୋଇଛି। ଏହାପରେ ଦେଖୁ ଦେଖୁ ଭିଡ଼ ଅଧିକ ବଢ଼ିଥିବା ଅଭିଯୋଗ ହୋଇଛି। ଖରା ବଢ଼ିଥିବା ବେଳେ ଏଭଳି ଭିଡ଼ ଅନେକ ସମସ୍ୟା ସୃଷ୍ଟି କରିଛି।

Advertisment

ପଶ୍ଚିମ ଦ୍ୱାରରେ ଉପସ୍ଥିତ ଥିବା କିଛି ଶ୍ରଦ୍ଧାଳୁଙ୍କ କହିଥିଲେ ଯେ ମନ୍ଦିର ଭିତକୁ ଯିବା ପାଇଁ ସେବାୟତ ୭୦୦ ଟଙ୍କା ମାଗୁଛନ୍ତି। ଏବଂ ସେଥିରେ ପୋଲିସ ମଧ୍ୟ ସଂପୃକ୍ତ ଅଛନ୍ତି। ଆଉ କିଛି ଶ୍ରଦ୍ଧାଳୁ ଅଭିଯୋଗ କରିଛନ୍ତି ଯେ ପଣ୍ତାମାନେ କେବଳ ବଙ୍ଗୀୟ ପର୍ଯ୍ୟଟକଙ୍କୁ ନିୟମ ଉଲଙ୍ଘନ କରି ପଶ୍ଚିମଦ୍ୱାର ଦେଇ ନେଉଛନ୍ତି, ହେଲେ ଆମ ଓଡ଼ିଆଙ୍କୁ ଛାଡୁନାହାନ୍ତି। ତେବେ ଉପସ୍ଥିତ ପୋଲିସ କର୍ମଚାରୀ ମଧ୍ୟ କହିଛନ୍ତି ପୁରୀବାସୀଙ୍କ ଛଡ଼ା ସେବାୟତ ପର୍ଯ୍ୟଟକଙ୍କୁ ମଧ୍ୟ ଏହି ବାଟ ଦେଇ ନେଉଛନ୍ତି।

ଅଧିକ ପଢ଼ନ୍ତୁ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସେଲଟର ପାଭିଲିଆନରେ ରହୁଛି ହାଣ୍ଡିକୁଡୁଆ; ସେବାୟତଙ୍କ ମଧ୍ୟରେ ଅସନ୍ତୋଷ

Advertisment

ଥରେ ଅଧେ ନୁହେଁ ଏଭଳି ଗଳା ବାଟରେ ବାହାରୁ ଆସିଥିବା ପର୍ଯ୍ୟଟକଙ୍କୁ ଶ୍ରୀମନ୍ଦିର ଭିତରକୁ ଛଡ଼ା ଯାଉଛି। ଏବେ କେବଳ ସିଂହଦ୍ୱାର ଦେଇ ଭକ୍ତ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବାକୁ ଅନୁମତି ଥିବା ବେଳେ ପଶ୍ଚିମ ଦ୍ୱାର ଦେଇ କେବଳ ପୁରୀ ବାସିନ୍ଦାଙ୍କୁ ପ୍ରବେଶ ଅନୁମତି ରହିଛି। ହେଲେ ଏହି ନିୟମକୁ ଖୋଲାଖୋଲି ଉଲ୍ଲଘଂନ ଚାଲିଛି।

ସେପଟେ ଏନେଇ ଜିଲ୍ଲା ପ୍ରଶାସନ କିମ୍ବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି ।

Advertisment
Jagannath Temple Puri Srimandir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ