Odisha Beaches
ପର୍ଯ୍ୟଟକଙ୍କ ପାଇଁ କେତେ ସୁରକ୍ଷିତ ବେଳାଭୂମି ? କେତେ ପ୍ରସ୍ତୁତ ରହିଛି ପୋଲିସ-ପ୍ରଶାସନ ? ଗୋପାଳପୁର ପାପ ଘଟଣା ପର୍ଯ୍ୟଟକଙ୍କ ମନରେ ଛନକା ଭରିଥିବାବେଳେ ବେଳାଭୂମିରେ ପର୍ଯ୍ୟଟକଙ୍କ ସୁରକ୍ଷାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ । ଏଭଳି ସ୍ଥିତିରେ ରାଜ୍ୟର ବିଭିନ୍ନ ବେଳାଭୂମିରେ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛି ଓଟିଭି...
ଗୋପାଳପୁର ଲଜ୍ଜାକୁ ନେଇ ସାରା ରାଜ୍ୟରେ କମ୍ପନ ପରେ ବେଳାଭୂମିରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଛି ପ୍ରଶ୍ନ । ବାସ୍ତବରେ କେତେ ସୁରକ୍ଷିତ ଓଡ଼ିଶାର ବେଳାଭୂମି ? ସମୁଦ୍ର କୂଳରେ ସଇତାନଙ୍କୁ ସବକ୍ ଶିଖାଇବାକୁ କେତେ ପ୍ରସ୍ତୁତ ପୋଲିସ ପ୍ରଶାସନ ? ବେଳାଭୂମିରେ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିବାକୁ ଗ୍ରାଉଣ୍ଡରେ ପହଞ୍ଚିଥିଲା ଓଟିଭି ।
ଅଧିକ ପଢନ୍ତୁ: ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲା, ୧୦ ଅଭିଯୁକ୍ତ ଗିରଫ
ସବୁବେଳେ ଗହଳିଚହଳି ଲାଗିରହୁଥିବା ପୁରୀ ବେଳାଭୂମି । ଲହଡ଼ି ଭାଙ୍ଗି ଗୋଧୋଇବା ସହିତ ମଉଜ କରୁଛନ୍ତି ପର୍ଯ୍ୟଟକ। କିଏ ସମୁଦ୍ର କୂଳେକୂଳେ ଚାଲିଚାଲି ସୌନ୍ଦର୍ଯ୍ୟକୁ ଉପଭୋଗ କରୁଛି ତ ଆଉ କିଏ ଚେୟାର ପକାଇ ବସିଯାଉଛି ବେଳାଭୂମିରେ ।
ଏପଟେ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ସଜାଗ ପୁରୀ ପୋଲିସ। ଲାଇଫ ଗାର୍ଡ ବି ନିୟୋଜିତ ଅଛନ୍ତି । ସମୁଦ୍ର କୂଳ ଅଞ୍ଚଳରେ ଥିବା ଦୁଇଟି ଥାନା ପକ୍ଷରୁ ନିରନ୍ତର ପାଟ୍ରୋଲିଂ କରାଯାଉଛି । ରାତିରେ ମଧ୍ୟ ଯେଭଳି କୌଣସି ଅସୁବିଧା କିମ୍ବା ଅଘଟଣ ନ ଘଟେ ସେଥିପ୍ରତି ପୋଲିସ ସତର୍କ ଥିବା କହିଛନ୍ତି ପୁରୀ ଏସପି । ବାହାର ରାଜ୍ୟରୁ ଆସିଥିବା ପର୍ଯ୍ୟଟକ ବି ନିଜକୁ ସୁରକ୍ଷିତ ମନେ କରୁଛନ୍ତି ।
ବାଲେଶ୍ବର ଜିଲ୍ଲାର ଚାନ୍ଦିପୁର ବେଳାଭୂମିରେ ଆମେ ପହଞ୍ଚିବା ବେଳକୁ ମେଘୁଆ ପାଗରେ ବେଳାଭୂମିରେ ବୁଲୁଥିଲେ କିଛି ହାତଗଣତି ପର୍ଯ୍ୟଟକ। ବିଚ୍ରେ ସିସିଟିଭି ଲାଗିଛି, ପୋଲିସ କଣ୍ଟ୍ରୋଲ ରୁମରେ ବସି ଅନୁଧ୍ୟାନ ବି କରୁଛି। ତଥାପି ନିଜକୁ ସୁରକ୍ଷିତ ମଣୁନାହାନ୍ତି ପର୍ଯ୍ୟଟକ । ପୋଲିସ ପାଟ୍ରୋଲିଂ ନଥିବାରୁ ପର୍ଯ୍ୟଟକମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । କୌଣସି ଅଘଟଣ ଘଟିଲେ ବଞ୍ଚାଇବାକୁ ପାଖରେ କେହି ନଥିବା କ୍ଷୋଭର ସହ କହିଛନ୍ତି ।
ସେପଟେ ଉଦୟପୁର, ତାଳସାରି ଓ ଗଡରା ବେଳାଭୂମିରେ କର୍ମଚାରୀ ଅଭାବ ପର୍ଯ୍ୟଟକଙ୍କ ସୁରକ୍ଷା ବାଟରେ କଣ୍ଟା ହୋଇ ଛିଡ଼ାଯାଇଛି । ଏହି ବେଳାଭୂମିକୁ ଦିନକୁ ପ୍ରାୟ ୫୦ ହଜାର ପର୍ଯ୍ୟଟକ ଆସୁଥିବାବେଳେ ସୁରକ୍ଷା ବ୍ୟବସ୍ଥା କିନ୍ତୁ ପୂରା ଢିଲା । ମେରାଇନ ପୋଲିସ ଷ୍ଟେସନରେ ୬୪ ଜଣଙ୍କ ବଦଳରେ ଅଛନ୍ତି ମାତ୍ର ୩୧ ଜଣ ପୋଲିସ କର୍ମଚାରୀ । ଏଭଳି ପରିସ୍ଥିତିରେ ପୋଲିସ ଲୋକଙ୍କୁ ସଚେତନ କରିବା ସହ ସୀମିତ ସମ୍ବଳରେ ପାଟ୍ରୋଲିଂ ଚଳାଇଛି । ଯାହାକୁ ନେଇ ପର୍ଯ୍ୟଟକଙ୍କ ମଧ୍ୟରେ ପ୍ରକାଶ ପାଇଛି ଅସନ୍ତୋଷ ।
ଗୋପାଳପୁର ପାପ ପର୍ଯ୍ୟଟକଙ୍କ ମନରେ ଭୟ ଭରିଦେଇଛି । ଏଭଳି ପରିସ୍ଥିତିରେ ସବୁ ବେଳାଭୂମିରେ ପର୍ଯ୍ୟଟକଙ୍କୁ ସୁରକ୍ଷା ଯୋଗାଇଦେବାକୁ ଦାବି ହୋଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1750343065.jpg)