Advertisment

Holiday Cancelled: ସରକାରୀ କର୍ମଚାରୀ ଧ୍ୟାନ ଦିଅନ୍ତୁ, ଏହି ଜିଲ୍ଲାରେ ୧୬ ଯାଏଁ ସବୁ ଛୁଟି ବାତିଲ...

ଯାଜପୁରରେ ଛୁଟି ବାତିଲ ଘୋଷଣା କରିଛନ୍ତିି ଜିଲ୍ଲାପାଳ । ଜିଲ୍ଲାରେ ଥିବା ସମସ୍ତ ସରକାରୀ ଅଫିସ ଖୋଲା ରହିବ । ପୂର୍ବରୁ ଦିଆଯାଇଥିବା ଛୁଟି ମଧ୍ୟ ବାତିଲ୍ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ଅଦ୍ୟତନ ହୋଇଛି
Holiday Cancelled

Holiday Cancelled

Advertisment

ଆଜିଠୁ ୧୬ ତାରିଖ ଯାଏଁ ଯାଜପୁର ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍ । ଡାଇରିଆ ପାଇଁ ଛୁଟି ବାତିଲ ଘୋଷଣା କରିଛନ୍ତିି ଜିଲ୍ଲାପାଳ । ଏହି ସମୟରେ ସମସ୍ତ ସରକାରୀ ଅଫିସ୍ ଖୋଲା ରହିବ, ଛୁଟି ପାଇଁ କୌଣସି ସରକାରୀ କର୍ମଚାରୀଙ୍କୁ ଅନୁମତି ଦିଆଯିବ ନାହିଁ । ଏପରିକି ପୂର୍ବରୁ ଦିଆଯାଇଥିବା ଛୁଟି ମଧ୍ୟ ବାତିଲ୍ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

Advertisment

ଯାଜପୁରରେ ଝାଡ଼ାବାନ୍ତି ସ୍ଥିତି ଅଣାୟତ୍ତ ରହିଛି । ଝାଡାବାନ୍ତିରେ ୪ ଜଣଙ୍କ ଜୀବନ ଯାଇଛି । ଆକ୍ରାନ୍ତଙ୍କ ସଂଖ୍ୟା ୫୦୦ରୁ ଅଧିକ ରହିଛି । ସେପଟେ ଯାଜପୁର ଓ ଭଦ୍ରକରେ ୮ଟି କଲେରା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୪୧ଟି ଝାଡ଼ା ନମୁନାରୁ ୮ଟି କଲେରା ପଜିଟିଭ୍ ମିଳିଛି । ଯୁଦ୍ଧକାଳୀନ ଭିତ୍ତିରେ ଏହାର ମୁକାବିଲା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ୧୦ ଦିନ ମଧ୍ୟରେ ବିଶୋଧନ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ । ବିଶେଷ କରି ବର୍ଷାଦିନିଆ ରୋଗ ଯଥା ଡାଇରିଆ, ଜଣ୍ଡିସ, ମ୍ୟାଲେରିଆ, ଡେଙ୍ଗୁ ଆଦି ବିଭିନ୍ନ ରୋଗ, ତାର ନିରାକରଣ ଏବଂ ମୁକାବିଲା ପ୍ରସ୍ତୁତି କିପରି ସେନେଇ ଏକ ବୈଠକ କରାଯାଇ ପ୍ରଶାସନିକ ସ୍ତରରେ ଆଲୋଚନା ହୋଇଛି । 

ଅଧିକ ପଢନ୍ତୁ: ଯାଜପୁର-ଭଦ୍ରକରେ ୮ କଲେରା ପଜିଟିଭ, ମୁକାବିଲା ପାଇଁ ପ୍ରଶାସନର ପ୍ରସ୍ତୁତି

Advertisment
Govt Employees Holiday
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ