Advertisment

ଦ୍ୱିତୀୟ ବିବାହ କରିବାକୁ ଆସି ହଟହଟା ସ୍ୱାମୀ, କଲର ଧରି ଥାନାକୁ ନେଲେ ସ୍ତ୍ରୀ

କୋର୍ଟ ସାମ୍ନାରେ ସ୍ୱାମୀ-ସ୍ତ୍ରୀଙ୍କ ହାଇଡ୍ରାମା। ପ୍ରଥମ ସ୍ତ୍ରୀ ଥାଉ ଥାଉ ଦ୍ୱିତୀୟ ବିବାହ କରିବାକୁ ଆସିଥିଲେ ସ୍ୱାମୀ। ଖବର ପାଇ ପହଞ୍ଚିଗଲେ ସ୍ତ୍ରୀ। ଆଉ ଆରମ୍ଭ ହୋଇଗଲା ମହାଭାରତ।

ଅଦ୍ୟତନ ହୋଇଛି
High Drama

High Drama

Advertisment

କୋର୍ଟ ସାମ୍ନାରେ ସ୍ୱାମୀ-ସ୍ତ୍ରୀଙ୍କ ହାଇଡ୍ରାମା। ପ୍ରଥମ ସ୍ତ୍ରୀ ଥାଉ ଥାଉ ଦ୍ୱିତୀୟ ବିବାହ କରିବାକୁ ଆସିଥିଲେ ସ୍ୱାମୀ। ଖବର ପାଇ ପହଞ୍ଚିଗଲେ ସ୍ତ୍ରୀ। ଆଉ ଆରମ୍ଭ ହୋଇଗଲା ମହାଭାରତ। ସ୍ୱାମୀର ସାର୍ଟ କଲର ଘୋଷାଡ଼ି ଥାନାକୁ ଟାଣି ଟାଣି ନେଲେ। ଦ୍ୱିତୀୟ ବିବାହ କରିବାକୁ ଆସିଥିବା ବେଳେ ହଟହଟା ହୋଇଛନ୍ତି ରସିକିଆ ସ୍ୱାମୀ। ବାଙ୍କୀ କୋର୍ଟ ସାମନାର ଏ ଘଟଣା ଏବେ ଆଲୋଚନାର ବିଷୟବସ୍ତୁ ପାଲଟିଛି।

Advertisment

ବାଙ୍କୀ ଥାନା ରଜିବ ଗାଁର ବର୍ଷାରାଣୀ ଧଳ ଦୁଇବର୍ଷ ତଳେ କିଆପଲ୍ଲା ପଞ୍ଚାୟତ କମଳପୁର ଗାଁର ସନ୍ତୋଷ ରାଉତଙ୍କୁ ବିବାହ କରିଥିଲେ। ସନ୍ତୋଷ ପୁଣେର ଏକ କମ୍ପାନୀରେ କାମ କରୁଛନ୍ତି।ବିବାହ ପରେ ଅନେକ ସମୟରେ ସନ୍ତୋଷ ନିର୍ଯାତନା ଦେଇ ଆସୁଥିବା ବର୍ଷା ଅଭିଯୋଗ କରିଥିଲେ। ୬ ମାସ ତଳେ ବର୍ଷା ଏନେଇ ବାଙ୍କୀ ଥାନାରେ ଏତଲା ଦେଇଥିଲେ। ସେବେଠାରୁ ବର୍ଷା ତାଙ୍କ ବାପାଙ୍କ ଘରେ ରହୁଥିଲେ।

ମାତ୍ର ଆଜି ସନ୍ତୋଷ ରାଉତ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିବାକୁ ବାଙ୍କୀ କୋର୍ଟକୁ ଆସିଥିଲେ। କୌଣସି ଏକ ସୂତ୍ରରୁ ଖବର ପାଇ ବର୍ଷା ସେଠାରେ ପହଞ୍ଚିଥିଲେ। ବର୍ଷାଙ୍କୁ ଦେଖି ସନ୍ତୋଷ ସେଠାରୁ ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ଉଭୟଙ୍କ ଭିତରେ ଧସ୍ତାଧସ୍ତି ଆରମ୍ଭ ହୋଇଥିଲା। ଏହି ସମୟରେ ଅନ୍ୟ ଯୁବତୀ ଜଣଙ୍କ ସେଠାରୁ ଖସି ଚାଲି ଯାଇଥିବା ବେଳେ ବର୍ଷା ସନ୍ତୋଷଙ୍କୁ ଧରି ବାଙ୍କୀ ଥାନାରେ ପହଞ୍ଚିଥିଲେ। ପୋଲିସ ସନ୍ତୋଷଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି।

Advertisment

Second Marriage
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ