Advertisment

ହାଇକୋର୍ଟ ଦେଲେ ଅନୁମତି, ବଜାଅ ଡିଜେ !

ଆସନ୍ତା ଏକ ସପ୍ତାହ ମଧ୍ୟରେ ସଠିକ ଭାବରେ ସମସ୍ତ ରାସ୍ତାଘାଟର ମରାମତି କାମ ଶେଷ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଅଦ୍ୟତନ ହୋଇଛି
Cuttack DJ

Cuttack DJ

Advertisment

କଟକ ସହରର ବିପର୍ଯ୍ୟସ୍ତ ରାସ୍ତାଘାଟ ମରାମତି ପ୍ରସଙ୍ଗରେ ସିଏମସିର ଭୁଲ୍ ରିପୋର୍ଟକୁ ନେଇ ବର୍ଷିଲେ ହାଇକୋର୍ଟ। ସିଏମସି କର୍ତ୍ତୃପକ୍ଷଙ୍କୁ ଏନେଇ ଚେତାବନୀ ଶୁଣାଇଛନ୍ତି। ୭ ଦିନ ଭିତରେ ରାସ୍ତାଘାଟ ଚକାଚକ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ମୁତାବକ ଏକାଧିକ ୱାର୍ଡରେ ରାସ୍ତାଘାଟର ମରାମତି କାମ ଶେଷ ହୋଇନାହିଁ। ଆସନ୍ତା ଏକ ସପ୍ତାହ ମଧ୍ୟରେ ସଠିକ ଭାବରେ ସମସ୍ତ ରାସ୍ତାଘାଟର ମରାମତି କାମ ଶେଷ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଅନ୍ୟପଟେ ରାସ୍ତା ଉପରେ ତୋରଣ ନିର୍ମାଣ ବାବଦରେ ମଧ୍ୟ ତାଗିଦ କରିଛନ୍ତି। ସେପଟେ ପାର୍ବଣରେ ଡିଜେ ବଜାଇବାକୁ କୋର୍ଟ ସର୍ତ୍ତମୂଳକ ଅନୁମତି ଦେଇଛନ୍ତି। ୬୫ ଡେସିବେଲ୍ ଭିତରେ ରହିବ ଡିଜେ ସାଉଣ୍ଡ। ସେହିପରି ଦଶହରା ପୂର୍ବରୁ ବନ୍ଦ ଓ ଅଚଳ ପଡିଥିବା ସମସ୍ତ ଷ୍ଟ୍ରିଟ ଲାଇଟ ମରାମତି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। 

ତେବେ ରାସ୍ତା ଉପରେ ତୋରଣ ନିର୍ମାଣ ପ୍ରସଙ୍ଗରେ କୋର୍ଟଙ୍କ ପୂର୍ବ ନିର୍ଦ୍ଦେଶରେ କୋହଳ କରିବା ପାଇଁ କେତେକ ପୂଜା କମିଟି ଅନୁରୋଧ କରିଥିଲେ। ତୋରଣ ନିର୍ମାଣ କାମ ଯଥେଷ୍ଟ ଅଗ୍ରଗତି ହୋଇଥିବାରୁ ଏହା ବନ୍ଦ କରିବା କଷ୍ଟକର ବ୍ୟାପାର ବୋଲି କୁହାଯାଇଥିଲା। ଆସନ୍ତା ବର୍ଷରୁ ରାସ୍ତା ଉପରେ ତୋରଣ ନିର୍ମାଣ କରିବେ ନାହିଁ ବୋଲି ଲିଖିତ ପ୍ରତିଶ୍ରୁତି ଦେବା ପାଇଁ ମଧ୍ୟ କହିଥିଲେ ପୂଜା କମିଟି। ହେଲେ କୋର୍ଟ ସେହି ଅନୁରୋଧକୁ ଗ୍ରହଣ ନକରି ଲୋକଙ୍କୁ ସମସ୍ୟାରେ ନପକାଇବା ସହ ଧନଜୀବନ ଯେଭଳି ହାନୀ ନହଉ, ସେନେଇ ଧ୍ୟାନ ଦେବାକୁ କହିଛନ୍ତି।

Advertisment

ଆଜିର ଶୁଣାଣିରେ ସିଏମସି କମିସନର, ସିଟି ଇଞ୍ଜିନିୟର, ସ୍ୱାସ୍ଥ୍ୟ ଅଧିକାରୀ, ଆରଏଣ୍ଡବି ଯନ୍ତ୍ରୀ, ଡିସିପି, ଅଗ୍ନି ନିର୍ବାପକ ଅଧିକାରୀ ଓ ଅତିରିକ୍ତ ଜିଲ୍ଲାପାଳ ବ୍ୟକ୍ତିଗତ ଭାବେ ହାଜର ହୋଇଥିଲେ।

Dussehra Durga Puja
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ