• Astrospeak
  • Live TV
  • Read In English

Helpline 181 Launched: FM କଲେଜ ଅଘଟଣ ପରେ ତତ୍ପରତା; ଜାରି ହେଲା ହେଲପଲାଇନ୍ 181...

ମହିଳାଙ୍କୁ ସହାୟତା ପାଇଁ ଜାରି ହେଲା ହେଲପଲାଇନ୍ 181 । ସମସ୍ତ ବିଶ୍ବବିଦ୍ୟାଳୟ ରେଜିଷ୍ଟ୍ରାର ଓ କଲେଜ ଅଧ୍ୟକ୍ଷଙ୍କୁ ବିଭାଗର ଚିଠି ଲେଖାଯାଇଛି। 

Helpline 181 Launched
Helpline 181 Launched

ଜାରି ହେଲା ହେଲପଲାଇନ୍ 181 । ବାଲେଶ୍ବର FM କଲେଜ ଅଘଟଣ ପରେ ତତ୍ପରତା । ଉଚ୍ଚ ଶିକ୍ଷା ବିଭାଗ ଜାରି କଲା ନିର୍ଦ୍ଦେଶ । ମହିଳାଙ୍କୁ ସହାୟତା ପାଇଁ ଜାରି ହେଲା ହେଲପଲାଇନ୍ 181 । ସମସ୍ତ ବିଶ୍ବବିଦ୍ୟାଳୟ ରେଜିଷ୍ଟ୍ରାର ଓ କଲେଜ ଅଧ୍ୟକ୍ଷଙ୍କୁ ବିଭାଗର ଚିଠି ଲେଖାଯାଇଛି। 

ଶିକ୍ଷାନୁଷ୍ଠାନରେ ସଚେତନତା କର୍ମଶାଳା ଆୟୋଜନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଯୌନ ଉତ୍ପୀଡ଼ନ ନିବାରଣ ସମ୍ପର୍କିତ UGC ଗାଇଡ୍ ଲାଇନ୍ ପାଳନ ପରାମର୍ଶ ଦିଆଯାଇଛି ।କର୍ମଶାଳାରେ ଛାତ୍ରଛାତ୍ରୀ, ଶିକ୍ଷକ ଓ କର୍ମଚାରୀ ଯୋଗ ଦେବେ । ଆଭ୍ୟନ୍ତରୀଣ ଅଭିଯୋଗ କମିଟି-ICC ସଦସ୍ୟମାନେ ଯୋଗ ଦେବେ । ୩ ଦିନ ଭିତରେ ଜଣାଇବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। 

ଏପଟେ FM କଲେଜ୍ ଛାତ୍ରୀ ମୃତ୍ୟୁ ଘଟଣାରେ ତନାଘନା । କଲେଜରେ ତଦନ୍ତକାରୀ ଟିମ୍ । ଉଚ୍ଚ ଶିକ୍ଷା ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ୩ ଜଣିଆ ଟିମ୍ କଲେଜରେ ପହଞ୍ଚି ତନାଘନା ଆରମ୍ଭ କରିଛନ୍ତି । କଲେଜ ICC ସଦସ୍ୟଙ୍କୁ ପଚରାଉଚରା କରାଯାଉଛି । UGC ଫ୍ୟାକ୍ଟ ଫାଇଣ୍ଡିଂ ଟିମର ବି ଖୋଳତାଡ଼ କରୁଛି ।

ଏପଟେ ପୀଡ଼ିତାଙ୍କ ଗାଁରେ ପହଞ୍ଚି ତଦନ୍ତ କରୁଛି ମଧ୍ୟ କ୍ରାଇମବ୍ରାଞ୍ଚ। ଭୋଗରାଇ ବ୍ଲକରେ ଥିବା ପୀଡ଼ିତାଙ୍କ ଗାଁକୁ ଯାଇ ପରିବାରଲୋକଙ୍କ ସହ ତଦନ୍ତକାରୀ ଟିମ୍ କଥା ହୋଇଛନ୍ତି। କ୍ରାଇମବ୍ରାଞ୍ଚ ଆଇଜି ଏସ୍.ସାଇନିଙ୍କ ନେତତ୍ବରେ ଚାଲିଛି ତନାଘନା। ଏହାପୂର୍ବରୁ କଲେଜ କତ୍ତୃପକ୍ଷ ଓ କିଛି ଛାତ୍ରଛାତ୍ରୀଙ୍କୁ ପଚରାଉଚରା ସରିଛି।