Advertisment

Balasore heavy rain; ଲଗାଣ ବର୍ଷା ପରେ ସ୍ଥିତି ଅସମ୍ଭାଳ

ରାତି ତମାମ୍ ବାଲେଶ୍ଵରରେ ବର୍ଷା ଫଳରେ ସକାଳୁ  ବନ୍ୟା ଭଳି ସୃଷ୍ଟି ହୋଇଛି ସହରରେ। ସହରର ବିଭିନ୍ନ ସ୍ଥାନରେ ପାଣି ଦେଖିବାକୁ ମିଳୁଛି।

author-image
Ramakrushna Dakua
IMD issues Red and Orange alerts in Odisha districts during next 24 hours

IMD issues Red and Orange alerts in Odisha districts during next 24 hours

ରାତି ତମାମ୍ ବାଲେଶ୍ଵରରେ ବର୍ଷା ଫଳରେ ସକାଳୁ  ବନ୍ୟା ଭଳି ସୃଷ୍ଟି ହୋଇଛି ସହରରେ। ସହରର ବିଭିନ୍ନ ସ୍ଥାନରେ ପାଣି ଦେଖିବାକୁ ମିଳୁଛି। ସେମିତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଛ ପଟେ ଗଛ ଗଡି ଆମ୍ବୁଲାନ୍ସ ଉପରେ ମଧ୍ୟ ପଡ଼ିଛି। ଗତକାଲି ରାତି ତମାମ ପ୍ରବଳରୁ ଅତି ପ୍ରବଳ ବର୍ଷା ବାଲେଶ୍ଵରରେ ଦେଖିବାକୁ ମିଳିଥିଲା । ବିଶେଷ କରି କଲୋନୀ ଅଞ୍ଚଳରେ ଲୋକେ ହନ୍ତସନ୍ତ ହୋଇଛନ୍ତି। ଭୋର୍ ସମୟରେ ପାଣି ଉଭର ଫ୍ଳୋ ହୋଇ ଘର ଭିତର ୨ ଫୁଟ୍  ପାଣି ପ୍ରଵେଶ କରିଛି। ଲୋକମାନେ ଆସବା ପତ୍ର ଉପରକୁ ଟେକି ଦେଇ ଖଟ ଉପରେ ମଧ୍ୟ ଆଶ୍ରୟ ନେଉଥିବାର ଦେଖିବାକୁ ମିଳିଛି ।

Advertisment

ଏମିତି କି ସହରରେ କେତେକ ସ୍ଥାନରେ ଥିବା ପାଣି ପଶି ସପିଙ୍ଗ ମଲରେ ଭାସୁଛି ସାମଗ୍ରୀ। ବାଲେଶ୍ଵର ନୂଆ ସାହି ଛକ ନିକଟ ବଡ ବଜାର ସପିଙ୍ଗ ମଲ୍ ରେ ପାଣି ପସି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଛି। ସଟର ଟେକିଲା ପରେ ଭିତରେ ଥିବା ସମସ୍ତ ସାମଗ୍ରୀ ପାଣିରେ ଭସିବା ସହ ନଷ୍ଟ ହୋଇ ଯାଇଛି । ଏମିତି ସାମଗ୍ରୀ ନଷ୍ଟକୁ ନେଇ ମାଲିକଙ୍କ ମୁଣ୍ଡରେ ଚଡ଼କ ପଡ଼ିଥିବା ବେଳେ ଲକ୍ଷାଧିକ ଟଙ୍କାର କ୍ଷତିକୁ ବରଦାସ୍ତ କରି ପାରୁ ନାହାଁନ୍ତି ମାଲିକ। ଶେଷରେ ପାଣି ଭିତରୁ ଅଞ୍ଜୁଳାରେ ଗୋଡାଉଛନ୍ତି ନିଜର ସାମଗ୍ରୀ

Advertisment
Related Articles
Advertisment