Maoist Arrested
ପୋଲିସକୁ ବଡ଼ ସଫଳତା । ହାର୍ଡକୋର୍ ମାଓବାଦୀ କୁଞ୍ଜମ ହିଡ୍ମା ଗିରଫ । କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ଥାନା ପେଟଗୁଡ଼ା ଜଙ୍ଗଲରୁ ହିଡମାକୁ କାବୁ କରିଛି ପୋଲିସ । ଏହି କୁଖ୍ୟାତ ମାଓବାଦୀଠାରୁ AK-47 ସମେତ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି । ACM କୁଞ୍ଜମ ହିଡମା ୭ଟି ବଡ଼ ହିଂସାକାଣ୍ଡରେ ସମ୍ପୃକ୍ତ ଥିବା ନେଇ ସୂଚନା ରହିଛି । ମାଓନେତା ହିଡମା ନାଁରେ କୋରାପୁଟ ଓ ମାଲକାନଗିରର ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି । ସେହିପରି ସୁରକ୍ଷାକର୍ମୀ ଓ ମାଓବାଦୀମାନଙ୍କ ଗୁଳିବିନିମୟ ସମୟରେ ମଧ୍ୟ ତା'ର ସମ୍ପୃକ୍ତି ରହିଥିଲା ।
ମାଓ ଦମନରେ ପୋଲିସକୁ ଗୋଟିଏ ପରେ ଗୋଟିଏ ସଫଳତା ମିଳୁଛି । ଗତ ୨୬ତାରିଖରେ ଝାଡଖଣ୍ଡର ଲାତେହାରରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୫ ଲକ୍ଷ ଟଙ୍କାର ପୁରସ୍କାର ଥିବା ଜଣେ ମାଓବାଦୀ ନିହତ ହୋଇଥିବାବେଳେ ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିବା ଜଣେ ମାଓବାଦୀ ଗିରଫ ହୋଇଥିଲା । ସେହିପରି ଗତ ୨୩ତାରିଖରେ ମହାରାଷ୍ଟ୍ର ଗଡ଼ଚିରୋଲିରେ ୪ ହାର୍ଡକୋର୍ ମାଓବାଦୀ ନିହତ ହୋଇଥିଲେ । ଆଜି ହାର୍ଡକୋର୍ ମାଓବାଦୀ କୁଞ୍ଜମ ହିଡ୍ମାକୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748512195.jpg)