Advertisment

ମିଛ କହିଥିଲା ବିଜେଡି ସରକାର, କ୍ଷତିପୂରଣ ଦେବେ କହି ଭଣ୍ଡେଇଦେଲେ..!

ଅଧାପନ୍ତରିଆ ହାଡୁଆ ମଧ୍ୟମ ଜଳସେଚନ ପ୍ରକଳ୍ପ । କ୍ଷତିପୂରଣ ନେଇ ଚିନ୍ତାରେ ବିସ୍ଥାପିତ ପରିବାର ।

Hadua Water Irrigation Project

Hadua Water Irrigation Project

Advertisment

ପୂର୍ବ ସରକାର ଜନଶୁଣାଣିରେ ଭରସା ଦେଲେ, ଆଉ ନୂଆ ସରକାର ଆସିବା ପରେ ଜଣାପଡିଲା ସତ । କଟକ ଜିଲ୍ଲା ନରସିଂହପୁର ବ୍ଲକରେ ପ୍ରସ୍ତାବିତ ହାଡୁଆ ମଧ୍ୟମ ଜଳସେଚନ ପ୍ରକଳ୍ପ ଲାଗି ବିସ୍ଥାପିତଙ୍କ ଚିନ୍ତା ବଢିଛି। ବୋରସ, ମହୁଲମଡ଼ା, ଶିମିଳିବୋଲ, ଗୁପ୍ତ ମାଣିକ ଗାଁର ୬୦ ପରିବାରକୁ ବିସ୍ଥାପନ କରାଯିବ। ତେବେ ପୂର୍ବରୁ ଯେଉଁ କ୍ଷତିପୂରଣ ଲାଗି ପ୍ରତିଶ୍ରୁତି ମିଳିଥିଲା, ଏବେ କିନ୍ତୁ ତାହା ମିଳିବନି।

Advertisment

ପୁରା ଘଟଣାଟି ହେଲା, ଅଧାରେ ପଡିରହିଛି କଟକ ଜିଲ୍ଲା ନରସିଂହପୁର ବ୍ଲକ ବହୁ ପ୍ରସ୍ତାବିତ ହାଡୁଆ ମଧ୍ୟମ ଜଳସେଚନ ପ୍ରକଳ୍ପ । ଜଳସେଚନର ସୁବିଧା ଲାଗି ତତ୍କାଳୀନ ବିଜେଡି ସରକାର ଅମଳରେ ଏହି ପ୍ରକଳ୍ପର ମୂଳଦୁଆ ପଡିଥିଲା। ଏଥିଲାଗି ନରସିଂହପୁର ବ୍ଲକର ବୋରସ, ମହୁଲମଡ଼ା, ଶିମିଳିବୋଲ, ଗୁପ୍ତ ମାଣିକରେ ଜନ ଶୁଣାଣି ହୋଇଥିଲା। ବିସ୍ଥାପିତଙ୍କୁ ଚୁକ୍ତି ପ୍ରକାରେ ଏକର ପିଛା ୮ ଲକ୍ଷ ଟଙ୍କା ସହ ଘର ପିଛା ୨୦ ଲକ୍ଷ ଟଙ୍କା ଦିଆଯିବ ବୋଲି ଶୁଣାଣୀ ହୋଇଥିଲା।

ହେଲେ ଏବେ ବିଭାଗୀୟ ଅଧିକାରୀ ପୂର୍ବ ଚୁକ୍ତିରୁ ଓହରି ଏକର ପିଛା ୫୦ ହଜାର ଟଙ୍କା, ଘର ପିଛା ୮ ଲକ୍ଷ ଟଙ୍କା ଦେବାକୁ କହିଛନ୍ତି। ଏହାକୁ ନେଇ ୪ଟି ଗାଁର ୬୦ ପରିବାର ମୁଣ୍ଡରେ ଚଡ଼କ ପଡିଛି। ବିସ୍ଥାପିତଙ୍କୁ ଦିଆ ଯାଉଥିବା ଅର୍ଥ ସ୍ୱଳ୍ପ ହେଉଥିବାରୁ ଲୋକେ ବିସ୍ଥାପନ ହେବାକୁ ଅରାଜି ଅଛନ୍ତି।

Advertisment

ଓଲବ ପଂଚାୟତର ଶିମିଳିବୋଲ ଓ ଗୁପ୍ତ ମାଣିକ ଗାଁର ୩୫ଟି ପରିବାରର ଜମି ଉପରେ ହାଡୁଆ ପ୍ରକଳ୍ପ କେନାଲ ଯିବା ଲାଗି ଯୋଜନା ରହିଛି। ସେହିପରି ବୋରସ, ମହୁଲମଡ଼ା ଗାଁର ୬୦ ପରିବାରର ଜମି ଓ ବସଗୃହ ଉପରେ ତିଆରି ହେବ ହାଡୁଆ ପ୍ରକଳ୍ପ। ଏମାନଙ୍କ କଂସେଇଲୋ ନିକଟରେ ଥିବା ବାଲିମାଳରେ ବାସ ଗୃହ ଲାଗି ଜମି ଚିହ୍ନଟ ହୋଇଥିବା ବେଳେ ବିସ୍ଥାପନ ହେବାକୁ ଅରାଜି ୬୦ ପରିବାର । ଏଭଳି ସ୍ଥିତିରେ ନବ ନିର୍ବାଚିତ ବଡମ୍ବା ବିଧାୟକ ମାମଲାରେ ହସ୍ତକ୍ଷେପ କରିବେ ବୋଲି କହିଥିବା ବେଳେ ହାଡୁଆ ପ୍ରକଳ୍ପର ଅଧୀକ୍ଷଣ ଯନ୍ତ୍ରୀ କ୍ୟାମେରା ଆଗରେ କିଛି କହିବାକୁ ମନା କରିଛନ୍ତି।

ପୂର୍ବ ସରକାର ବିସ୍ଥାପିତଙ୍କୁ ବଡ ରକମର କ୍ଷତିପୂରଣ ଦେବା ସ୍ବପ୍ନ ଦେଖାଇଲେ, ଆଉ ନୂଆ ସରକାର ଆସିବା ପରେ ଜଣାପଡିଲା ସତ । ଏମିତିରେ ଜମି ହରାଉଥିବା ବିସ୍ଥାପିତଙ୍କ ଭାଗ୍ୟ ଭବିଶ୍ୟତ ସହ ହାଡୁଆ ପ୍ରକଳ୍ପ କାମ କେବେ ଆଗେଇବ ତାକୁ ନେଇ ଉଠିଛି ପ୍ରଶ୍ନ ।

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ