Advertisment

ଜଗା ଦୁଆରକୁ ଆସି ହନ୍ତସନ୍ତ ହେଲେ ହବିଷ୍ୟାଳି ! କିଏ ବୁଝିବ ତାଙ୍କ ଦୁଃଖ...

କେଉଁ ଉଦ୍ଦେଶ୍ୟରେ ପାଣି ଫିଙ୍ଗିଲେ ସେନେଇ ସଂପୃକ୍ତ କର୍ମଚାରୀ କିମ୍ବା ପୁରୀ ପୌରସଂସ୍ଥା ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Puri

Puri

Advertisment

ପୁରୀ ପୌରସଂସ୍ଥା କଲ୍ୟାଣ ମଣ୍ଡପରେ କିଛି ଅଣପଞ୍ଜୀକୃତ ହବିଷ୍ୟାଳୀ ମା’ ମାନଙ୍କୁ ବାହାର କରାଇବା ପାଇଁ ପାଣି ଫୋପାଡ଼ିଲେ କିଛି କର୍ମଚାରୀ। ଫଳରେ ଯେଉଁ ସ୍ଥାନରେ ହବିଷ୍ୟାଳୀମାନେ ଅପେକ୍ଷା କରିଥିଲେ, ସେମାନଙ୍କ ପଞ୍ଜିକରଣ ପାଇଁ ସେମାନେ ବାହାରକୁ ଚାଲିଯାଇଥିଲେ। ମନଦୁଃଖରେ ସେମାନେ ଏଭଳି ପାଣି ଫୋପାଡିବାକୁ ନିନ୍ଦା କରିଛନ୍ତି।

Advertisment

ଆଜି ପଞ୍ଜିକରଣ ପାଇଁ ସକାଳୁ ବିଭିନ୍ନ ଜିଲ୍ଲାରୁ ପୌରସଂସ୍ଥା କଲ୍ୟାଣ ମଣ୍ଡପକୁ ଆସିଥିବା ବେଳେ ରାତି ପର୍ଯ୍ୟନ୍ତ ସେମାନଙ୍କୁ ପଞ୍ଜିକରଣ ପାଇଁ ନିବେଦନ କରିଥିଲେ। ସେହିପରି ବୃନ୍ଦାବତୀ ନିଵାସରେ ୨୫୦ରୁ ଉର୍ଦ୍ଧ ହବିଷ୍ୟାଳୀ ଏବେ ବି ଅପେକ୍ଷା କରିଛନ୍ତି। ଆଜି ସେମାନଙ୍କୁ ରଖାଯାଇଥିବା ବେଳେ ଆସନ୍ତାକାଲି ପଞ୍ଜିକରଣର ସଂଖ୍ୟା ଦେଖି ସେମାନଙ୍କୁ ପଞ୍ଜିକରଣ କରାଯିବ କିପରି ତା ଉପରେ ଗୁରୁତ୍ୱ ଦିଆଯିବ। ତେବେ କେଉଁ ଉଦ୍ଦେଶ୍ୟରେ ପାଣି ଫିଙ୍ଗିଲେ ସେନେଇ ସଂପୃକ୍ତ କର୍ମଚାରୀ କିମ୍ବା ପୁରୀ ପୌରସଂସ୍ଥା ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। 

ତେବେ ଏଠି ପ୍ରଶ୍ନ- ଶ୍ରୀକ୍ଷେତ୍ରକୁ କାର୍ତ୍ତିକ ବ୍ରତ କରିବାକୁ ଆସି କାହିଁକି ହନ୍ତସନ୍ତ ହେଉଛନ୍ତି ହବିଷ୍ୟାଳି ? କାହା ତ୍ରୁଟିରୁ ସେମାନଙ୍କ ଦହଗଞ୍ଜ ଅବସ୍ଥା ? ସୂଚନା ଦେଇ ହବିଷ୍ୟାଳି ଶିବିର ତଦାରଖ ଦାୟିତ୍ୱରେ ଥିବା ପୁରୀର ଅତିରିକ୍ତ ଜିଲ୍ଲାପାଳ କହିଥିଲେ-ଚଳିତ ବର୍ଷ ଅଢ଼େଇ ହଜାର ହବିଷ୍ୟାଳିଙ୍କ ମାଗଣା ରହଣି ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ହୋଇଛି। ଏଥିପାଇଁ ତିନିଟି ସ୍ଥାନ ଯଥାକ୍ରମେ ବୃନ୍ଦାବତୀ ନିବାସ, ମୋଚିସାହି କଲ୍ୟାଣ ମଣ୍ଡପ ଓ ଅକ୍ଷୟପାତ୍ର ଫାଉଣ୍ଡେସନରେ ଶିବିର ଖୋଲାଯାଇଛି ।

Advertisment

ଯେହେତୁ ଏଥର ୩ ହଜାର ୬୫୦ ଜଣ ନାଁ ପଞ୍ଜିକରଣ କରିଥିଲେ, ସେଥି ମଧ୍ୟରୁ ସ୍କୃଟିନିଂ କରାଯାଇ ୨ ହଜାର ୫୦୦ ଆବେଦନକାରୀଙ୍କ ପାଖକୁ ମେସେଜ୍ ଯାଇଛି। ଯେଉଁମାନେ ମେସେଜ୍ ଦେଖାଉଛନ୍ତି, ସେମାନଙ୍କୁ ଭିନ୍ନ ଭିନ୍ନ ରହଣୀ ସ୍ଥଳକୁ ପଠାଯାଉଛି। ତେବେ ନିର୍ଦ୍ଧାରିତ ସଂଖ୍ୟାଠାରୁ ଅଧିକ ହହିଷ୍ୟାଳିଙ୍କୁ ରଖିବା ବନ୍ଦୋବସ୍ତ ନଥିବାରୁ, ଅନ୍ୟମାନଙ୍କୁ ଫେରାଇ ଦିଆଯାଉଛି।

Srimandir Jagannath Temple
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ