Advertisment

Puri Srimandir: ଜାନୁଆରୀ ସୁଦ୍ଧା ସଂପତ୍ତି ତାଲିକା ଦିଅ; ନଚେତ୍ ...

୨୦୨୪ ବର୍ଷ ପାଇଁ ସମସ୍ତେ ସଂପତ୍ତି ତାଲିକା ଦାଖଲ କରିବାକୁ ବାଧ୍ୟ। ନଚେତ୍ ଇନକ୍ରିମେଣ୍ଟ, ପଦୋନ୍ନତି, ପୁରସ୍କାର ବନ୍ଦ ରହିବ ବୋଲି ଜାରି ହୋଇଥିବା ପ୍ରେସ ରିଲିଜରେ ଉଲ୍ଲେଖ ରହିଛି।

ଅଦ୍ୟତନ ହୋଇଛି
Puri Srimandir

Puri Srimandir

Advertisment

ଶ୍ରୀମନ୍ଦିର ପ୍ରଶାସନର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ପାଇଁ କଡ଼ା ଗାଇଡଲାଇନ୍ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ। ଜାନୁଆରୀ ଶେଷ ସୁଦ୍ଧା ନିଜର ସଂପତ୍ତି ତାଲିକା ଦାଖଲ କରିବାକୁ ସମସ୍ତ ଶ୍ରୀମନ୍ଦିର ଅଧିକାରୀ ଓ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

୨୦୨୪ ବର୍ଷ ପାଇଁ ସମସ୍ତେ ସଂପତ୍ତି ତାଲିକା ଦାଖଲ କରିବାକୁ ବାଧ୍ୟ। ନଚେତ୍ ଇନକ୍ରିମେଣ୍ଟ, ପଦୋନ୍ନତି, ପୁରସ୍କାର ବନ୍ଦ ରହିବ ବୋଲି ଜାରି ହୋଇଥିବା ପ୍ରେସ ରିଲିଜରେ ଉଲ୍ଲେଖ ରହିଛି। ଏଥିସହ କୌଣସି ଆର୍ଥିକ ପ୍ରୋତ୍ସାହନ ରାଶି ମିଳିବନି ବୋଲି କୁହାଯାଇଛି। ।

ଶ୍ରୀମନ୍ଦିର ପ୍ରଶାସନର କାର୍ଯ୍ୟ ସମୀକ୍ଷା ଅବସରରେ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ପଞ୍ଚସୂତ୍ରୀ କାର୍ଯ୍ୟାବଳୀ ଅନୁପାଳନ ପାଇଁ ପରାମର୍ଶ ଦେଇଛନ୍ତି ମୁଖ୍ୟ ପ୍ରଶାସକ। ଅନ୍ୟ କାର୍ଯ୍ୟାବଳୀ ଗୁଡ଼ିକ ହେଲା- ଡ୍ୟୁଟି ସମୟରେ କୌଣସି ଅଧିକାରୀ ଓ କର୍ମଚାରୀ ପାନ, ଗୁଟଖା କିମ୍ବା କୌଣସି ମାଦକ ଦ୍ରବ୍ୟ ସେବନ କରିବେ ନାହିଁ। ପ୍ରତ୍ୟେକ ମାସ ତୃତୀୟ ଶୁକ୍ରବାରରେ ବରିଷ୍ଠ ଅଧିକାରୀଙ୍କ ସ୍ତରରେ କାର୍ଯ୍ୟ ସମୀକ୍ଷା କରାଯିବ।

Advertisment

ପ୍ରତ୍ୟେକ ଶୁକ୍ରବାର ସମସ୍ତ ଅଧିକାରୀ ତଥା କର୍ମଚାରୀ ହସ୍ତତନ୍ତ ଲୁଗା ପିନ୍ଧି ଅଫିସକୁ ଆସିବେ। ୟୁନିଫର୍ମ ପୋଷାକଧାରୀଙ୍କ ସକାଶେ ଏହି ନିୟମ ଲାଗୁ ହେବ ନାହିଁ। ଶ୍ରୀମନ୍ଦିର ମଧ୍ୟରେ ଅଧିକାରୀ ଓ କର୍ମଚାରୀଙ୍କ ମୋବାଇଲ୍ ବ୍ୟବହାର ଉପରେ ମଧ୍ୟ କଟକଣା ଜାରି କରାଯାଇଛି।

ଶ୍ରୀମନ୍ଦିର ପ୍ରଶାସନକୁ ଅଧିକ କ୍ରିୟାଶୀଳ ତଥା ଉତ୍ତରଦାୟୀ କରିବାକୁ ଏହି ପରାମର୍ଶ ତଥା ନିର୍ଦ୍ଦେଶାବଳୀ ପ୍ରଦାନ କରାଯାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଛନ୍ତି।

Advertisment

ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର କହିଛନ୍ତି, ପଞ୍ଚସୂତ୍ରୀ କାର୍ଯ୍ୟାବଳୀରେ ଭଲ ପ୍ରସ୍ତାବ ରହିଛି। ଏଥିରେ ଯେଉଁ ପ୍ରସ୍ତାବ ରହିଛି, ତାହା ନୂଆ ନୁହେଁ, ଏହା ବହୁତ ପୁରୁଣା। ହେଲେ ଏହି ପ୍ରସ୍ତାବ ଗୁଡ଼ିକ କାର୍ଯ୍ୟକାରୀ ଠିକ୍‌ ଭାବରେ କରାଯାଉ ନାହିଁ। ଯେଉଁମାନେ ୮ ଘଣ୍ଟା ଡ୍ୟୁଟି ଭିତରେ ମଦ, ଗୁଟୁଖା ଓ ପାନ ଖାଉଛନ୍ତି, ସେମାନଙ୍କ ପାଇଁ ଏହା ନିହାତି ବାରଣ ହେବା ଦରକାର।

ଅଧିକ ପଢନ୍ତୁ:  ଶ୍ରୀମନ୍ଦିରରେ କେମିତି ହେବ ଧାଡ଼ି ଦର୍ଶନ ? ଭକ୍ତଙ୍କୁ ମିଳିବ କେତେ ଫାଇଦା ?

Puri Puri Srimandir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ