Advertisment

ରାଜଧାନୀରେ ମାଟି ତଳୁ ପାଣି ଲୁଟ୍; ବିନା NOCରେ ଚାଲିଛି ବେଧଡ଼କ ପାଣି ଶୋଷଣ...

କଳିଙ୍ଗନଗର ଅଞ୍ଚଳର ଏକ ଆପାର୍ଟମେଣ୍ଟରେ ଏଭଳି ଚୋରି ଧରିବା ପରେ ସାଢ଼େ ୩ କୋଟିରୁ ଅଧିକ ଟଙ୍କାର ତଣ୍ଡ ଦେବାକୁ ନୋଟିସ୍ ପଠାଇଛି କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡର ଓଡ଼ିଶା ଶାଖା।

undefined

Groundwater Misuse

Advertisment

ସବୁଠୁ ସ୍ବଚ୍ଛ ଭୂତଳ ଜଳ । ହେଲେ ଦିନକୁ ଦିନ ତା ସ୍ତର ହ୍ରାସ ପାଉଥିବାରୁ ମନଇଛା ଉଠାଣ ଓ ଅପବ୍ୟବହାର ରୋକିବାକୁ କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡ ୪ବର୍ଷ ତଳୁ ଆଣିଛି କଡ଼ା ଗାଇଡ୍ ଲାଇନ୍। ହେଲେ ରାଜଧାନୀ ଭୁବନେଶ୍ବରରେ ଏହାର ଖୋଲାଖୋଲି ଉଲ୍ଲଂଘନର ଆସିଛି ଖବର । କଳିଙ୍ଗ ନଗରର ଏକ ଆପାର୍ଟମେଣ୍ଟ ମାଲିକଙ୍କୁ ହୋଇଛି ସାଢ଼େ ୩ କୋଟିରୁ ଅଧିକ ଟଙ୍କାର ଫାଇନ୍। ତା’ସହ ଏନଓସି ନଥିବାରୁ ଆଉ ୪୦ ସଂସ୍ଥାକୁ ବି ହୋଇଛି ନୋଟିସ୍। 

Advertisment

ମାଟି ତଳୁ ପାଣି ଲୁଟ୍ । ରାଜଧାନୀରେ ବେଧଡ଼କ୍ ଚାଲିଛି ଭୂତଳ ଜଳ ଚୋରି । ତାପୁଣି ବର୍ଷ ବର୍ଷ ଧରି, ନିୟମ ଉଲ୍ଲଂଘନ କରି  । କଳିଙ୍ଗନଗର ଅଞ୍ଚଳର ଏକ ଆପାର୍ଟମେଣ୍ଟରେ ଏଭଳି ଚୋରି ଧରିବା ପରେ ସାଢ଼େ ୩ କୋଟିରୁ ଅଧିକ ଟଙ୍କାର ତଣ୍ଡ ଦେବାକୁ ନୋଟିସ୍ ପଠାଇଛି କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡର ଓଡ଼ିଶା ଶାଖା। ଇଏ ସେଇ ନୋଟିସ୍। ବିନା ଅନୁମତିରେ ଅର୍ଥାତ୍ ଏନଓସି ନନେଇ ମାଟି ତଳୁ ପାଣି ଚୋରି କରିଥିବା ଅଭିଯୋଗରେ ଟ୍ରାଇଡେଣ୍ଟ ପ୍ରପର୍ଟିଜ୍ ପ୍ରାଇଭେଟ୍ ଲିମିଟେଡ୍ ଉପରେ ପଡ଼ିଛି ୩କୋଟି ୫୬ ଲକ୍ଷ ଟଙ୍କାର ଟାକ୍ସ।

ଗତ ମେ ୭ ତାରିଖରୁ ଖଣ୍ଡଗିରିରେ ଅବସ୍ଥାପିତ କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡର ରାଜ୍ୟସ୍ତରୀୟ ଶାଖା ନୋଟିସ୍ ଦେଇଛି କଳିଙ୍ଗନଗର ଫେଜ୍-ୱାନରେ ରହିଥିବା ଟ୍ରାଇଡେଣ୍ଟ ଗାଲାକ୍ସି ଆପାର୍ଟମେଣ୍ଟକୁ। ଯେଉଁଠି ରହିଛି ୧୮ଟି ବ୍ଲକ ଅନ୍ତର୍ଗତ ୧ହଜାର ୭୦ଟି ଘର । ରହୁଛନ୍ତି ପ୍ରାୟ ୪ ହଜାର ଲୋକ । ଅଭିଯୋଗ ହୋଇଛି- ଆପାର୍ଟମେଣ୍ଟ ନିର୍ମାତା ଭୂତଳ ଜଳ ବୋର୍ଡ ପାଖରୁ ଆପତ୍ତି ବିହୀନ ପ୍ରମାଣପତ୍ର ନ ଆଣି ଏକାଧିକ ପମ୍ପ ଜରିଆରେ ନିଇତି ହଜାର ହଜାର ଲିଟର ଭୂତଳ ଜଳ ଶୋଷି ଚାଲିଛି । ଯାହା ଜାଣିବା ପରେ ଚକିତ ହୋଇଛି ଓ୍ବେଲଫେୟାର ଆସୋସିଏସନ। 

Advertisment

ବେଆଇନ୍ ଭୂତଳ ଜଳ ଉତ୍ତୋଳନ ରୋକିବାକୁ ଭାରତ ସରକାର, ୨୦୨୦ ସେପ୍ଟେମ୍ବର ୨୪ରେ ଏକ ସଂଶୋଧିତ ଗାଇଡଲାଇନ୍ ଆଣିଥିଲେ। ହେଲେ ତାକୁ ଖୋଲାଖୋଲି ଉଲ୍ଲଂଘନ କରିଛି, କଳିଙ୍ଗ ନଗରର ଏହି ବିଲଡର ସଂସ୍ଥା। ତେଣୁ ସେବେଠୁ ଆଜି ପର୍ଯ୍ୟନ୍ତ ଅର୍ଥାତ୍ ପ୍ରାୟ ୪ ବର୍ଷର ପରିବେଶ କ୍ଷତିପୂରଣ ଫି’ ବାବଦରେ ସରାକରୀ ପୋର୍ଟାଲ- ଭାରତକୋଷ’ରେ ୩କୋଟି ୫୬ ଲକ୍ଷ ଟଙ୍କା ଜମା ଦେବାକୁ ଆସିଛି ନିର୍ଦ୍ଦେଶ। 

ଯେହେତୁ ବିଲଡର ସଂସ୍ଥା-ଟ୍ରାଇଡେଣ୍ଟ ପ୍ରପର୍ଟିଜ,୨୦୧୮ ମସିହାରୁ ଲୋକଙ୍କୁ ଘର ହସ୍ତାନ୍ତର କରିଥିଲେ ବି ଆପାର୍ଟମେଣ୍ଟର ରକ୍ଷଣାବେକ୍ଷଣ ଭାର ନିଜ ହାତରେ ରଖିଛି ଓ ଏଥିପାଇଁ ମାସିକ ମେଣ୍ଟନାନ୍ସ ଫି ବି ନେଉଛି। ତେଣୁ ଆପାର୍ଟମେଣ୍ଟ ଓନର ଫି ନଭରିଲେ କେନ୍ଦ୍ରୀୟ ଜଳ ବୋର୍ଡ ଆକ୍ସନ ନେବା ଆଶଙ୍କାରେ ବାସିନ୍ଦା। ତେଣେ ଓ୍ବେଲଫେୟାର ଆସୋସିଏସନ କହିଛି- ସୁବିଧା ମିଳିଲେ, ସେମାନେ ପାଇପ୍ ଓ୍ବାଟର ସଂଯୋଗ ପାଇଁ ଓ୍ବାଟକୋକୁ ଆବେଦନ କରିବେ। ସେପଟେ ଏ ନେଇ ଆମେ ଟ୍ରାଇଡେଣ୍ଟ ପ୍ରପର୍ଟିଜ୍ ପ୍ରାଇଭେଟ୍ ଲିମିଟେଡର ଭୁବନେଶ୍ବରରେ ଅବସ୍ଥାପିତ ନିର୍ଦ୍ଦେଶକ ଶଶି କୁମାରଙ୍କୁ ଯୋଗାଯୋଗ କରିଥିଲେ ବି ତାଙ୍କ ପ୍ରତିକ୍ରିୟା ମିଳିପାରିନି।

Advertisment

ଖାଲି ଟ୍ରାଇଡେଣ୍ଟ ପ୍ରପର୍ଟିଜ୍ ପ୍ରାଇଭେଟ୍ ଲିମିଟେଡ୍ ନୁହେଁ ଭୂତଳ ଜଳ ଉଠାଣ ଏନଓସି ନଥିବାରୁ ୧୫ଟି ଆବାସିକ ସଂସ୍ଥା ସହ ୪୦ଟି ସଂସ୍ଥାକୁ ବି ହୋଇଛି ନୋଟିସ୍। ଗୋଟିଏ ପଟେ ମାଡ୍ରାସ, ବେଙ୍ଗାଲୁରୁ ଓ ଦିଲ୍ଲୀ ଭଳି ବଡ଼ ବଡ଼ ସହରରେ ଭୂତଳ ଜଳସ୍ତର ଆଶାତୀତ ଭାବେ ଖସୁଥିବାରୁ ଉପୁଜିଥିବା ପାଣି ସମସ୍ୟା ଗଭୀର ଚିନ୍ତାର ବିଷୟ ହୋଇଥିବାବେଳେ ଓଡ଼ିଶାରେ ସମୁଦ୍ର ପାଣିକୁ ପିଇବା ପାଣିରେ ପରିଣତ କରିବାକୁ ଉଦ୍ୟମ ଆରମ୍ଭ ହେଲାଣି। ଆଉ ଭୂତଳ ଜଳର ଅନାବଶ୍ୟକ ଉତ୍ତୋଳନ ଓ ଅପବ୍ୟବହାରକୁ ନେଇ ବଢିଲାଣି ଚିନ୍ତା ।

Water Crisis Groundwater
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ