Advertisment

Green Odisha EV Policy In Odisha: ‘ଗ୍ରୀନ୍‌ ଓଡ଼ିଶା ବୈଦ୍ୟୁତିକ ଯାନ’ ପାଇଁ ୧୬୦ କୋଟି ବ୍ୟୟବରାଦ

ନୂତନ ସେତୁ ପ୍ରକଳ୍ପ ପାଇଁ ୨ ହଜାର କୋଟି, ବନ୍ଦରଗୁଡ଼ିକର ବିକାଶ ପାଇଁ ବଜେଟ୍‌ରେ ୧୦୭ କୋଟି, ଜେଟି ବିକାଶ ପାଇଁ ୨୧୦ କୋଟି ଓ ବିମାନ ଚଳାଚଳକୁ ବ୍ୟାପକ କରିବା ପାଇଁ ୩୮୨ କୋଟି ବ୍ୟୟବରାଦ ଲକ୍ଷ୍ୟ ରହିଛି।

ଅଦ୍ୟତନ ହୋଇଛି
EV

EV

Advertisment

ରାଜ୍ୟରେ ବିଜେପି ସରକାରଙ୍କ ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛି। ଏଥିରେ ସବୁ ପ୍ରମୁଖ କ୍ଷେତ୍ରକୁ ପ୍ରାଧାନ୍ୟ ଦିଆଯାଇଛି। ବିଶେଷ କରି ‘ଗ୍ରୀନ୍‌ ଓଡ଼ିଶା ବୈଦ୍ୟୁତିକ ଯାନ’ ଯୋଜନା ପାଇଁ ୧୬୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।

Advertisment

ଠିକ୍‌ ସେମିତି ଜଳସମ୍ପଦ ବିଭାଗରେ ମୁହାଣ ଖନନ ପାଇଁ ୩୮୬ କୋଟି, ହୀରାକୁଦ ଡ୍ୟାମ୍‌ର ନବୀକରଣ ପାଇଁ ୮୫୦ କୋଟି, ୩୧୩ଟି ଚେକ୍ ଡ୍ୟାମ୍ ପାଇଁ ୩୫୦ କୋଟି, ୧୯୩ କିମି ଲୁଣି ବନ୍ଧ ଯୋଜନା ପାଇଁ ୭୫୭ କୋଟିର ବ୍ୟବସ୍ଥା ସହ ୧୯ ହଜାର ଗଭୀର ନଳକୂପ ପାଇଁ ବଜେଟ୍‌ରେ ୧୧୫୦ କୋଟିର ବ୍ୟୟବରାଦ ରହିଛି।

ସେହିପରି ନୂତନ ସେତୁ ପ୍ରକଳ୍ପ ପାଇଁ ୨ ହଜାର କୋଟି, ବନ୍ଦରଗୁଡ଼ିକର ବିକାଶ ପାଇଁ ବଜେଟ୍‌ରେ ୧୦୭ କୋଟି, ଜେଟି ବିକାଶ ପାଇଁ ୨୧୦ କୋଟି ଓ ବିମାନ ଚଳାଚଳକୁ ବ୍ୟାପକ କରିବା ପାଇଁ ୩୮୨ କୋଟି ବ୍ୟୟବରାଦ ଲକ୍ଷ୍ୟ ରହିଛି। ସେମିତି ନିର୍ମଳ ଯୋଜନା ୯୯୭ କୋଟି ଓ ସୁଜଳ ଯୋଜନା ପାଇଁ ୭୩୨ କୋଟି, ହସ୍ତତନ୍ତ ଓ ବୟନ ପାଇଁ ୧୨୨ କୋଟି, ପର୍ଯ୍ୟଟନ ପାଇଁ ୮୨୦ କୋଟି ଓ ପର୍ଯ୍ୟଟନର ସମନ୍ୱିତ ବିକାଶ ପାଇଁ ବ୍ୟୟ ହେବ ୩୯୫ କୋଟି ଖର୍ଚ୍ଚ କରିବାକୁ ଲକ୍ଷ୍ୟ ରହିଛି। ପାନୀୟ ଜଳ ଜୀବନ ମିଶନ ଜରିଆରେ ୭ ହଜାର କୋଟି, ବସୁଧା ଯୋଜନାରେ ୧ ହଜାର ୬ ଶହ କୋଟି ସହ ଅକ୍ଷୟ ଶକ୍ତି ଯୋଜନାରେ ୮୯୦ କୋଟି ବ୍ୟୟ ହେବ। ମୁଖ୍ୟମନ୍ତ୍ରୀ ଶକ୍ତି ସଂରକ୍ଷଣ ଯୋଜନା ପାଇଁ ୧୦୦ କୋଟି ଓ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଯୋଜନା ପାଇଁ ୨ ହଜାର ୯୬୦ କୋଟି ଖର୍ଚ୍ଚ ହେବ।

Advertisment

ଅଧିକ ପଢ଼ନ୍ତୁ: ଉପସ୍ଥାପନ ହେଲା ୨ ଲକ୍ଷ ୯୦ ହଜାର କୋଟିର ବଜେଟ୍‌

କୃଷି ଓ ଆନୁସଙ୍ଗିକ କ୍ଷେତ୍ର ପାଇଁ ବଜେଟ୍‌ରେ ୩୭ ହଜାର ୮୩୮ କୋଟି ଟଙ୍କାର ବ୍ୟୟ ବରାଦ ପ୍ରସ୍ତାବ ରହିଛି। ଯାହା ଗତବର୍ଷ ତୁଳନାରେ ୧୨ ପ୍ରତିଶତ ଅଧିକ। ସିଏମ୍‌ କିଷାନ ଯୋଜନାରେ ବ୍ୟୟ ଅଟକଳ ୨ ହଜାର ୨୦ କୋଟି ଓ ଫସଲ ବିବିଧତାର ପ୍ରସାର ପାଇଁ ୬୯୫ କୋଟି ବ୍ୟୟ ବରାଦ କରାଯାଇଛି। ସେହିପରି ମିଲେଟ୍‌ ଶ୍ରୀଅନ୍ନ ଯୋଜନା ୧୭୭ଟି ବ୍ଲକକୁ ବର୍ଦ୍ଧିତ କରାଯାଇଛି। ମିଲେଟ୍ MSP ୪ ହଜାର ୨୯୦ ଟଙ୍କା ବାଦ୍ ଅଧିକ ୨ ଶହ ଟଙ୍କା ମିଳିବ।

ଶୀତଳ ଭଣ୍ଡାର ପାଇଁ ୨୫୨ କୋଟି ଖର୍ଚ୍ଚ ହେବ। ୫୮ଟି ସବଡିଭିଜନରେ ନୂଆ ଶୀତଳଭଣ୍ଡାର ନିର୍ମାଣ ଓ ପୁନରୁଦ୍ଧାର ହେବ। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ପାଇଁ ୨୯୩ କୋଟି ଓ ଓୟୁଏଟି ପାଇଁ ୫୧୧ କୋଟିର ବ୍ୟୟବରାଦ କରାଯାଇଛି। ସେହିପରି ଆସନ୍ତା ଆର୍ଥିକ ବର୍ଷରେ ୨ ଲକ୍ଷ ୭୫ ହେକ୍ଟର ଜମିକୁ ଜଳସେଚନ ଲକ୍ଷ୍ୟ ରଖାଯାଇଛି। ୧୯୩ କିମି ଲୁଣି ବନ୍ଧ ଯୋଜନା ପାଇଁ ୭୫୭ କୋଟିର ବ୍ୟୟ ବରାଦ ପ୍ରସ୍ତାବ ରହିଛି।

Advertisment

ଅନ୍ୟପକ୍ଷରେ ମତ୍ସ୍ୟ, ପଶୁପାଳନ ପାଇଁ ୨୦୨୫-୨୬ ଆର୍ଥିକ ବର୍ଷରେ ୧୯୦୯ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଦୁଗ୍ଧ ଉତ୍ପାଦନ ବୃଦ୍ଧି ନିମନ୍ତେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଲାଗି ୧୪୬ କୋଟି ଓ ଗୋମାତା ଯୋଜନା ପାଇଁ ୪୬ କୋଟି ରଖାଯାଇଛି। ସେହିପରି ପ୍ରଧାନମନ୍ତ୍ରୀ ଫସଲ ବୀମା ଲାଗି ୬୫୦ କୋଟି ବ୍ୟୟ ବରାଦ କରାଯାଇଛି।

BJP Budget Allocations
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ