Advertisment

Lay out Approval For Land Selling: ଜମି ବିକ୍ରିରେ ବାଧକ ସାଜିବନି ଲେ-ଆଉଟ୍ ଆପ୍ରୁଭାଲ, ସଂଶୋଧନ ଆଣିଲେ ସରକାର

ସଂଶୋଧିତ ଓଡିଏ ପ୍ଲାନିଂ ଆଣ୍ଡ ବିଲ୍ଡିଂ ରୁଲ୍ସର କିଛି ନିୟମକୁ ରିଅଲ ଇଷ୍ଟେଟ୍ ବିଶେଷଜ୍ଞ ସ୍ବାଗତ କରିଥିଲେ ମଧ୍ୟ ଏହା ଅନେକ ଦ୍ବନ୍ଦ୍ବ ସୃଷ୍ଟି କରୁଥିବା ଅଭିଯୋଗ କରିଛନ୍ତି। ସେମାନଙ୍କ କହିବା କଥା, ରାଜ୍ୟରେ ପାର୍ଟ ପ୍ଲଟ୍ ବିକ୍ରି କେବେ ବି ବନ୍ଦ ନ ଥିଲା। ଲେ’ ଆଉଟ୍ ଆପ୍ରୁଭାଲ ପରେ ପାର୍ଟ ପ୍ଲଟ୍ ବିକ୍ରି ହେଉଥିଲା।

undefined

plot

Advertisment

ଏଣିକି ଜମି ବିକ୍ରିରେ ବାଧକ ସାଜିବନି ଲେ-ଆଉଟ୍ ଆପ୍ରୁଭାଲ। ସଂଶୋଧିତ ନୂଆ ନିୟମରେ ପାର୍ଟ ପ୍ଲଟ୍ ବିକ୍ରିରୁ ହଟିଛି କଟକଣା। ଏହାପରେ ଖୁସ୍ ଜମି ମାଲିକ।ହେଲେ ଜରିମାନା ଦେଇ କେବେକାର ଅନଧିକୃତ ପାର୍ଟ ପ୍ଲଟ୍ ନିୟମିତ ହୋଇପାରିବ , ତାକୁ ନେଇ ଦ୍ବନ୍ଦ୍ବ ଦେଖାଦେଇଛି।

Advertisment

ଜମିରୁ ଖଣ୍ଡେ ବିକି ନିଜ ଜରୁରୀ ଚାହିଦା ପୂରଣ ଲାଗି ଚାହୁଁଥିବା ଜମି ମାଲିକଙ୍କ ଲାଗି ଖୁସି ଖବର। ଏଣିକି ସେମାନଙ୍କ ଜମି ବିକ୍ରିରେ ବାଧକ ସାଜିବନି ଲେ’ ଆଉଟ୍ ଆପ୍ରୁଭାଲ୍। ସରଳ ହୋଇଛି ପାର୍ଟ ପ୍ଲଟ୍ ବିକ୍ରି ନିୟମ। ସଂଶୋଧନ ହେଲା ଓଡ଼ିଶା ଉନ୍ନୟନ ପ୍ରାଧିକରଣ (ପ୍ଲାନିଂ ଆଣ୍ଡ ବିଲ୍ଡିଂ ଷ୍ଟାଣ୍ଡାର୍ଡସ) ରୁଲ୍ ସ। ଫଳରେ ବିନା କୌଣସି ଅନୁମୋଦନରେ ନିଜ ବଡ଼ ରାଜସ୍ବ ଜମିରୁ ଫାଳେ ବିକିପାରିବେ ଜମି ମାଲିକ। ହେଲେ ମାତ୍ର ଥରକ ପାଇଁ। ତାହା ପୁଣି ସର୍ବାଧିକ ୫୦୦ ବର୍ଗ ମିଟର। ତେବେ ରିଅଲ ଇଷ୍ଟେଟ୍ ଉଦ୍ଦେଶ୍ୟରେ ବ୍ୟବହାର ହୋଇପାରିବିନି ଏହି ପାର୍ଟ ପ୍ଲଟ୍। ନିକଟରେ ODA (ପ୍ଲାନିଂ ଆଣ୍ଡ ବିଲ୍ଡିଂ ଷ୍ଟାଣ୍ଡାର୍ଡସ) ଦ୍ବିତୀୟ ସଂଶୋଧନ ନିୟମ ୨୦୨୫ ନେଇ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ କରି ପାର୍ଟ ପ୍ଲଟ୍ ବିକ୍ରି ନିୟମକୁ ଏମିତି ସରଳ କରିଛି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ।

ସଂଶୋଧିତ ନିୟମ କହୁଛି, ପରିବାର ସଦସ୍ୟଙ୍କ ମଧ୍ୟରେ ଜମି ବିଭାଜନ ପାଇଁ ଆଉ ଦରକାର ନାହିଁ ଲେ’ ଆଉଟ୍ ଅନୁମୋଦନ। ଏମିତିକି ଯେଉଁଠି ଏକାଧିକ ଅଂଶୀଦାର ଥିବେ, ସେ କ୍ଷେତ୍ରରେ ମଧ୍ୟ, ବିନା ଅନୁମୋଦନରେ ସଭିଏଁ ମିଶି ସର୍ବାଧିକ ୫୦୦ ବର୍ଗମିଟରର ଜମି ବିକିପାରିବେ। ତେବେ ଚାଷ ଜମିର ପାର୍ଟ ପ୍ଲଟ୍ ବିକ୍ରି କ୍ଷେତ୍ରରେ କୌଣସି ପ୍ରକାର ଲେ’ ଆଉଟ୍ ଅନୁମୋଦନ ନିୟମ ଲାଗୁହେବନି। ଖାଲି ସେତିକି ନୁହେଁ, ଅନଧିକୃତ ପାର୍ଟ ପ୍ଲଟ୍କୁ ନିୟମିତ କରିବା ଲାଗି ମଧ୍ୟ ବ୍ୟବସ୍ଥା କରାଯାଇଛି। ଅର୍ଥାତ୍ ଅନଧିକୃତ ଭାବେ ବିକ୍ରି ହୋଇଥିବା ଯେଉଁ ପାର୍ଟ ପ୍ଲଟ୍କୁ ୬ ମିଟର ଚଉଡ଼ାର ଆକ୍ସେସ୍ ରୋଡ୍ ଥିବ, ସେ କ୍ଷେତ୍ରରେ ଜମି ମାଲିକ, ୫୦୦ ବର୍ଗ ମିଟର ପର୍ଯ୍ୟନ୍ତ ପାର୍ଟ ପ୍ଲଟ୍ ଲାଗି ଜମିର ବେଞ୍ଚମାର୍କ ମୂଲ୍ୟର ୫ ପ୍ରତିଶତ, ଏହାଠୁ ବଡ଼ ପାର୍ଟ ପ୍ଲଟ୍ ଲାଗି ୧୦ ପ୍ରତିଶତ ଜରିମାନା ଗଣି ଏହାକୁ ନିୟମିତ କରାଇପାରିବେ।

Advertisment

ସଂଶୋଧିତ ଓଡିଏ ପ୍ଲାନିଂ ଆଣ୍ଡ ବିଲ୍ଡିଂ ରୁଲ୍ସର କିଛି ନିୟମକୁ ରିଅଲ ଇଷ୍ଟେଟ୍ ବିଶେଷଜ୍ଞ ସ୍ବାଗତ କରିଥିଲେ ମଧ୍ୟ ଏହା ଅନେକ ଦ୍ବନ୍ଦ୍ବ ସୃଷ୍ଟି କରୁଥିବା ଅଭିଯୋଗ କରିଛନ୍ତି। ସେମାନଙ୍କ କହିବା କଥା, ରାଜ୍ୟରେ ପାର୍ଟ ପ୍ଲଟ୍ ବିକ୍ରି କେବେ ବି ବନ୍ଦ ନ ଥିଲା। ଲେ’ ଆଉଟ୍ ଆପ୍ରୁଭାଲ ପରେ ପାର୍ଟ ପ୍ଲଟ୍ ବିକ୍ରି ହେଉଥିଲା। କିନ୍ତୁ ଲେ’ ଆଉଟ୍ ଅନୁମୋଦନ କରୁଥିବା ଉନ୍ନୟନ ପ୍ରାଧିକରଣଗୁଡ଼ିକ ଦ୍ବାରା ଏହା ବିଳମ୍ବିତ ହେଉଥିବାରୁ ଲୋକେ ହଇରାଣ ହେଉଥିଲେ। ଏ କ୍ଷେତ୍ରରେ ସରକାର ସେମାନଙ୍କୁ ଲେ’ ଆଉଟ୍ ଅନୁମୋଦନ ଲାଗି ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ ନଦେଇ କେବଳ ନିୟମ ବଦଳାଇବା ଅଯୌକ୍ତିକ। ସେହିପରି ବିନା ଲେ’ ଆଉଟ୍ ଅନୁମୋଦନରେ ବିକ୍ରି ହେବାକୁ ଥିବା ପାର୍ଟ ପ୍ଲଟ୍କୁ କିଏ ଯୋଗାଇବ ରାସ୍ତା ସହ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା? ସେହିପରି କେବେକାର ଅନଧିକୃତ ପାର୍ଟ ପ୍ଲଟ୍ ଜରିମାନା ଦେଇ ନିୟମିତ ହୋଇପାରିବ, ସେନେଇ କୌଣସି ସ୍ପଷ୍ଟତା ନ ଥିବାରୁ ଏହା ମଧ୍ୟ ଦ୍ବନ୍ଦ୍ବ ସୃଷ୍ଟି କରୁଥିବା ସେମାନେ ଅଭିଯୋଗ କରିଛନ୍ତି।

Bhubaneswar Plot Booking
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ