Advertisment

Whatsapp: ହ୍ୱାଟସଆପରେ ମିଳିବ ୪୨୯ ସରକାରୀ ସେବା

ଦେଶର ତୃତୀୟ ରାଜ୍ୟ ଭାବେ ପ୍ରଶାସନିକ ବ୍ୟବସ୍ଥାରେ ହ୍ବାଟସଆପ୍ ବ୍ୟବହାର କରିବ ଓଡ଼ିଶା। ରାଜ୍ୟ ସରକାର ଓ ମେଟା ଇଣ୍ଡିଆ ପକ୍ଷରୁ ମିଳିତ ଭାବେ ୟୁନିଫାଏଡ୍ ହ୍ବାଟସଆପ୍ ଚାଟବଟ୍ ଶୁଭାରମ୍ଭ ହୋଇଛି। ହ୍ବାଟସଆପ୍ ଆଧାରିତ ନାଗରିକ ସେବା ପ୍ରଦାନ ଉଦ୍ଦେଶ୍ୟରେ ଏହି ବୁଝାମଣାପତ୍ର ସ୍ବାକ୍ଷର ହୋଇଛି।

ଅଦ୍ୟତନ ହୋଇଛି
whatsapp

whatsapp

Advertisment

ହ୍ୱାଟସଆପ୍‌ ମାଧ୍ୟମରେ ମିଳିବ ସମସ୍ତ ସରକାରୀ ସେବା। ଗୋଟିଏ ହ୍ବାଟସଆପ୍ ନମ୍ବର ଜରିଆରେ ମିଳିପାରିବ ଜନ୍ମ, ମୃତ୍ୟୁ, ବାସସ୍ଥାନ ଓ ଆୟ ପ୍ରମାଣପତ୍ର। ଡ୍ରାଇଭିଂ ଓ ସାର ଲାଇସେନ୍ସ ପାଇଁ ଆବେଦନ କରିହେବ ଏବଂ ଜାତୀୟ ପରିବାର ମଙ୍ଗଳ ଯୋଜନା ଭଳି ବିଭିନ୍ନ ସରକାରୀ ସେବା ଲୋକଙ୍କୁ ମିଳିପାରିବ।

Advertisment

ଦେଶର ତୃତୀୟ ରାଜ୍ୟ ଭାବେ ପ୍ରଶାସନିକ ବ୍ୟବସ୍ଥାରେ ହ୍ବାଟସଆପ୍ ବ୍ୟବହାର କରିବ ଓଡ଼ିଶା। ରାଜ୍ୟ ସରକାର ଓ ମେଟା ଇଣ୍ଡିଆ ପକ୍ଷରୁ ମିଳିତ ଭାବେ ୟୁନିଫାଏଡ୍ ହ୍ବାଟସଆପ୍ ଚାଟବଟ୍ ଶୁଭାରମ୍ଭ ହୋଇଛି। ହ୍ବାଟସଆପ୍ ଆଧାରିତ ନାଗରିକ ସେବା ପ୍ରଦାନ ଉଦ୍ଦେଶ୍ୟରେ ଏହି ବୁଝାମଣାପତ୍ର ସ୍ବାକ୍ଷର ହୋଇଛି।

 ଅଧିକ ପଢ଼ନ୍ତୁ: ରାଜଧାନୀରେ ଭୟାବହ ଅଗ୍ନିକାଣ୍ଡ; ଜଳୁଛି ମିକ୍ସଚର ଫ୍ୟାକ୍ଟ୍ରି

ୟୁନିଫାଏଡ୍ ହ୍ବାଟସଆପ୍ ଚାଟବଟ୍ ୪୨୯ଟି ସରକାରୀ ସେବାକୁ ଗୋଟିଏ ହ୍ବାଟସଆପ୍ ନମ୍ବର ଜରିଆରେ ଉପଲବ୍ଧ କରାଇପାରିବ। ଟେକ୍ସଟ୍ ଓ ଭଏସ୍ ମେସେଜ୍ ମାଧ୍ୟମରେ ଏସବୁ ମିଳିପାରିବ। ଏହାଦ୍ୱାରା ଲୋକମାନେ ଜନ୍ମ, ମୃତ୍ୟୁ, ଆଇନଗତ ଉତ୍ତରାଧିକାରୀ, ବାସସ୍ଥାନ ଏବଂ ଆୟ ପ୍ରମାଣପତ୍ର ପାଇପାରିବେ। ଆନ୍ତଃଜାତି ବିବାହ ସୁବିଧା ମଧ୍ୟ ଏଥିରେ ମିଳିପାରିବ।

Advertisment

୨୦୨୫ ଶେଷ ସୁଦ୍ଧା ଓଡ଼ିଶା ଲୋକସେବା ଅଧିକାର ଅଧିନିୟମ ଅଧୀନରେ ବିଜ୍ଞପ୍ତି ପ୍ରକାଶ ପାଇଥିବା ସମସ୍ତ ସାର୍ବଜନୀନ ସେବାକୁ ହ୍ବାଟସଆପ୍ ମାଧ୍ୟମରେ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର।

ଅଧିକ ପଢ଼ନ୍ତୁ: ଫୁଟବଲ୍ ମହାଲଢ଼େଇ; କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ 'କଳିଙ୍ଗ ସୁପର କପ୍

BJP WhatsApp Groups
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ