Godown Owner Arrested
୪ ଟନ୍ ବିସ୍ଫୋରକ ସାମଗ୍ରୀ ଲୁଟ୍ ଘଟଣା । ବଡ଼ଗାଁର ବିସ୍ଫୋରକ ଗୋଦାମ ମାଲିକ ଶ୍ରବଣ ଅଗ୍ରୱାଲ ଗିରଫ । ଗୋଦାମ ମାଲିକଙ୍କୁ ଅଟକ ରଖି ପଚରାଉଚରା କରୁଥିଲା SIT । ରଘୁନାଥପାଲି ଥାନାରେ ଅଟକ ରଖି ପଚରାଉଚରା କରାଯାଉଥିଲା । ବିସ୍ଫୋରକ ସାମଗ୍ରୀ ନେଇଯାଇଥିବା ଟ୍ରକ୍ ଡ୍ରାଇଭର ମଧ୍ୟ ଅଟକ ଥବା ନେଇ ସୂଚନା ରହିଛି । ପୂର୍ବରୁ ବିସ୍ଫୋରକ ଗୋଦାମକୁ ସିଲ୍ କରିଛି ସୁନ୍ଦରଗଡ଼ ପୋଲିସ । ବିସ୍ଫୋରକ ସାମଗ୍ରୀକୁ ନେଇ ପୋଲିସ ଜୋରଦାର ଛାନଭିନ ଚଳାଇଛି । ଯାଞ୍ଚ ନେଇ ସୂଚନା ଦେଇଛନ୍ତି ପଶ୍ଚିମାଞ୍ଚଳ ଡିଆଇଜି । କେଉଁଠି କେତେ ବିସ୍ଫୋରକ ସାମଗ୍ରୀ ମହଜୁଦ ଅଛି ସେନେଇ ତନାଘନା ଚାଲିଛି । ରାଉରକେଲା ସମେତ ପୂରା ସୁନ୍ଦରଗଡ଼ ଓ କେନ୍ଦୁଝରରେ ମଧ୍ୟ ଯାଞ୍ଚ କରାଯାଉଛି । ଗୋଦାମରେ ଥିବା ଷ୍ଟକ ଓ କାଗଜପତ୍ର ଯାଞ୍ଚ ହେଉଛି । ଗତକାଲି ଝାଡଖଣ୍ଡ ଜରେଇକଲା ଥାନା ତିରିଲିପୋଷ ଜଙ୍ଗଲରୁ ଅଢେଇ ଟନର ବିସ୍ଫୋରକ ସାମଗ୍ରୀ ଜବତ ହୋଇଥିଲା ।
ନିକଟରେ କେ.ବଲାଙ୍ଗ ଥାନା ଅନ୍ତର୍ଗତ ବାଙ୍କୋ ଖଣି ଅଞ୍ଚଳରୁ ୪ ଟନରୁ ଅଧିକ ବିସ୍ଫୋରକ ସାମଗ୍ରୀ ଲୁଟ କରିଥିଲେ ୪୦ରୁ ଅଧିକ ମାଓବାଦୀ । ବିସ୍ଫୋରକ ଭର୍ତ୍ତି ଗାଡିର ଡ୍ରାଇଭରଙ୍କୁ ବନ୍ଧୁକ ଦେଖାଇ ଉକ୍ତ ବିସ୍ଫୋରକକୁ ଲୁଟ କରି ନେଇଥିଲେ । ସୁନ୍ଦରଗଡର ବାଙ୍କୋ ଖଣି ଅଞ୍ଚଳରୁ ଏହି ବିସ୍ଫୋରକକୁ ନେଇ ଝାଡଖଣ୍ଡ ପଟକୁ ପଳାଇଥିଲେ ମାଓବାଦୀ । ଲୁଟ ଘଟଣାର ତଦନ୍ତ ପାଇଁ ଏସଆଇଟି ଟିମ୍ ଗଠନ ହୋଇଥିଲା । ବହୁ ସର୍ଚ୍ଚ ଅପରେସନ ପରେ ଲୁଟ ବିସ୍ଫୋରକ ମଧ୍ୟରୁ ଯବାନଙ୍କୁ କିଛି ମିଳିଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748929579.jpg)