Advertisment

Gobari Canal: ଦଳ-କାଦୁଅରେ ଭର୍ତ୍ତି ହୋଇଗଲାଣି ଗୋବରୀ କେନାଲ୍; ଅଧାରେ ଅଟକିଛି ପୁନରୁଦ୍ଧାର କାମ

କେନ୍ଦ୍ରାପଡ଼ା ସହର ଦେଇ ଯାଇଥିବା ଗୋବରୀ କେନାଲ । ନଅଙ୍କ ଦୁର୍ଭିକ୍ଷ ପରେ ଜଳସେଚନ, ଗମନାଗମନ ଓ ବାଣିଜ୍ୟ ତତକାଳୀନ ବ୍ରିଟିଶ ସରକାର ଖୋଳିଥିଲେ କେନାଲ । ହେଲେ ସମୟ ବିତିବା ସହ ଐତିହାସିକ କେନାଲିଟି ଏବେ ଅକାମୀ ହୋଇଗଲାଣି ।

Gobari Canal Restoration Work Stalled

Gobari Canal Restoration Work Stalled

Advertisment

ଅଧାରେ ଅଟକିଛି କେନ୍ଦ୍ରାପଡା ସହର ମଧ୍ୟ ଦେଇ ଯାଇଥିବା ଗୋବରୀ କେନାଲର ପୁନରୁଦ୍ଧାର କାମ । କୋଟି କୋଟି ଟଙ୍କା ବ୍ୟୟରେ ଆରମ୍ଭ ଏବେ ସାନ୍ତସାହି ଠାରୁ ଆଉ ଆଗେଇ ପାରୁନି ।  କେନାଲର ଉଭୟ ପାର୍ଶ୍ବ କଂକ୍ରିଟ ପାଚେରୀ ନିର୍ମାଣ କରି ରାସ୍ତା ଚଉଡ଼ା କରିବା ସହ ନର୍ଦ୍ଦମା ପାଣି ପରିଚାଳନା ଏବଂ ଦୁଇ ପଟ ସୋନ୍ଦର୍ଯ୍ୟକରଣ ପାଇଁ ଯୋଜନା ଥିଲା। କିନ୍ତୁ ଏବେ ଯୋଜନାର ଭାଗ୍ୟ ଅନିଶ୍ଚିତତା ଭିତରକୁ ଠେଲି ହୋଇ ଯାଇଛି। 

Advertisment

ପରିଚୟ ଖୋଜୁଛି ଐତିହାସିକ ଗୋବରୀ କେନାଲ୍ । ଦଳ ଓ କାଦୁଅରେ ଭର୍ତ୍ତି ହୋଇଗଲାଣି କେନାଲ୍ । ଅଧାରେ ଅଟକିଛି ପୁନରୁଦ୍ଧାର କାମ । କେନ୍ଦ୍ରାପଡ଼ା ସହର ଦେଇ ଯାଇଥିବା ଗୋବରୀ କେନାଲ । ନଅଙ୍କ ଦୁର୍ଭିକ୍ଷ ପରେ ଜଳସେଚନ, ଗମନାଗମନ ଓ ବାଣିଜ୍ୟ ତତକାଳୀନ ବ୍ରିଟିଶ ସରକାର ଖୋଳିଥିଲେ କେନାଲ । ହେଲେ ସମୟ ବିତିବା ସହ ଐତିହାସିକ କେନାଲିଟି ଏବେ ଅକାମୀ ହୋଇଗଲାଣି । ଏଣୁ କେନାଲ ପୁନରୁଦ୍ଧାର ପାଇଁ ଯୋଜନା କରିଥିଲା ଜିଲ୍ଲା ପ୍ରଶାସନ । କେନାଲର ଉଭୟ ପାର୍ଶ୍ବ ବନ୍ଧକୁ ଅଧିକ ଚଉଡ଼ା କରି ଯାତାୟତକୁ ସହଜ କରିବା ସହ ନର୍ଦ୍ଦମା ଜଳ ପାଇଁ ସ୍ବତନ୍ତ୍ର ଡ୍ରେନ୍ କରିବାକୁ ଯୋଜନା ଥିଲା । ୨୦୨୦ ମସିହାରେ ଏନେଇ ୨୬ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା । ପ୍ରାୟ ତିନି ବର୍ଷ ପରେ ଆରମ୍ଭ ହୋଇଥିଲା ପୁନଃରୁଦ୍ଧାର କାର୍ଯ୍ୟ। ଏନେଇ ଟେଣ୍ଡର ପାଇଥିବା ଠିକା ସଂସ୍ଥା ଯଦିଓ କିଛି କାମ ଆରମ୍ଭ କରିଥିଲା ମାତ୍ର, ଅର୍ଥ ସରିଯାଇଥିବା ଆଳ ଦେଖାଇ କାମ ବନ୍ଦ ରଖିଛି । ଯାହକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ଅଧିକ ପଢ଼ନ୍ତୁ: ରାଜଧାନୀରେ ହୁଗୁଳି ଗଲାଣି ପୋଲିସିଂ ବ୍ୟବସ୍ଥା; ବଢୁଛି ଅପରାଧ, ମିଳୁନି ଅପରାଧୀଙ୍କ ପତ୍ତା

Advertisment

କେନାଲ କଡ଼ରେ ଗଢିଉଠିଥିବା ବସ୍ତିବାସିନ୍ଦା ବି ଐତିହାସିକ କେନାଲକୁ ପ୍ରଦୂଷିତ କରୁଛନ୍ତି । ମଇଳା ପାଣି ଓ ଆବର୍ଜନାକୁ ସିଧାସଳଖ କେନାଲରେ ଫୋପାଡିବା ଦ୍ବାରା, ପାଣି ଆଉ ବ୍ୟବହାର ଯୋଗ୍ୟ ହୋଇ ରହିନାହିଁ । ଏପରକି ଜଳସେଚନରେ ମଧ୍ୟ କେନାଲ ପାଣିର ବ୍ୟବହାର କରୁନାହନ୍ତି ଚାଷୀ । ସେପଟେ କେନାଲ ପୁନଃରୁଦ୍ଧାର ସମୟରେ ଏହାର କଡେ କଡେ ଏକ ସ୍ବତନ୍ତ୍ର ଡ୍ରେନ ନିର୍ମାଣ କରି ସହରର ନର୍ଦ୍ଦମା ଜଳ ପ୍ରବାହିତ କରିବା ପାଇଁ ଯୋଜନା ହୋଇଥିଲା। ଏହି ନର୍ଦ୍ଦମା ଜଳକୁ ପରିଷ୍କାର କରି ନଦୀକୁ ଛାଡ଼ିବା ପାଇଁ ଏକ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ମଧ୍ୟ ଯୋଜନା ଥିଲା। କିନ୍ତୁ ସବୁ ଯୋଜନା ଯୋଜନାରେ ହିଁ ରହିଗଲା।

ପ୍ରଥମ ପର୍ଯ୍ୟାୟରେ ବ୍ୟୟ ବରାଦ ହୋଇଥିବା ଅର୍ଥ ଖର୍ଚ୍ଚ ହୋଇଯିବା ପରେ ପୁର୍ନବାର ବ୍ୟୟ ମଞ୍ଜୁର ନହେବାରୁ କାମ ଅଟକି ପଡ଼ିଥିବା ଜଣା ପଡିଛି। ତେବେ କେଭେ ପୁଣି ଆବ୍ୟଶକୀୟ ଅର୍ଥ ମଂଜୁର ହେବ ଏବଂ ନୂଆ ରୂପ ପାଇବ ଐତିହାସିକ ଗୋବରୀ କେନାଲ୍ ସମୟ କହିବ ।

Advertisment

ଅଧିକ ପଢ଼ନ୍ତୁ: ଭୁବନେଶ୍ୱରରେ ଫିଲ୍ମ ଷ୍ଟାଇଲରେ ଦୁର୍ଘଟଣା; ଟ୍ରକ୍ ତଳେ ପଶିଗଲେ ବାଇକ ଚାଳକ

Odisha News Kendrapada Restoration Work
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ