Advertisment

Girl student self-immolation bid case: ଅବସ୍ଥା ଜଟିଳ କିନ୍ତୁ ସ୍ଥିର: AIIMS

ଭୁବନେଶ୍ବର AIIMS ବର୍ଣ୍ଣ ୟୁନିଟରେ ଭେଣ୍ଟିଲେଟରରେ ଚାଲିଛି FM ପୀଡ଼ିତାଙ୍କ ଚିକିତ୍ସା । ଏବେ ସ୍ବାସ୍ଥ୍ୟାବସ୍ଥା ଜଟିଳ କିନ୍ତୁ ସ୍ଥିର ରହିଥିବା ସୂଚନା ଦେଇଛନ୍ତି AIIMS କର୍ତ୍ତୃପକ୍ଷ । ପ୍ରଥମ ୭୨ ଘଣ୍ଟା ଅତି ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି AIIMS ଅଧୀକ୍ଷକ ।

author-image
Ramakrushna Dakua
ଅଦ୍ୟତନ ହୋଇଛି
ବିଶେଷଜ୍ଞ ଟିମ ୨୪ ଘଣ୍ଟା ଝିଅର ସ୍ବାସ୍ଥ୍ୟ ଉପରେ ନଜର ରଖିଛନ୍ତି

Survival Chances Remain Grim Amid Organ Damage

ଭୁବନେଶ୍ବର : ଭୁବନେଶ୍ବର AIIMS ବର୍ଣ୍ଣ ୟୁନିଟରେ ଭେଣ୍ଟିଲେଟରରେ ଚାଲିଛି FM ପୀଡ଼ିତାଙ୍କ ଚିକିତ୍ସା । ଏବେ ସ୍ବାସ୍ଥ୍ୟାବସ୍ଥା ଜଟିଳ କିନ୍ତୁ ସ୍ଥିର ରହିଥିବା ସୂଚନା ଦେଇଛନ୍ତି AIIMS କର୍ତ୍ତୃପକ୍ଷ । ପ୍ରଥମ ୭୨ ଘଣ୍ଟା ଅତି ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି AIIMS ଅଧୀକ୍ଷକ । ଝିଅଟି AIIMSରେ ଭର୍ତ୍ତି ହେବା ବେଳେ ଯେଉଁ ସ୍ଥିତି ଥିଲା ଏବେ ବି ସେହି ସ୍ଥିତି ରହିଛି । ବିଶେଷଜ୍ଞ ଟିମ ୨୪ ଘଣ୍ଟା ଝିଅର ସ୍ବାସ୍ଥ୍ୟ ଉପରେ ନଜ ରଖିଛନ୍ତି । ଦିଲ୍ଲୀ AIIMS ସହ କଥା ହୋଇ ତାଙ୍କ ପରାମର୍ଶରେ ଚିକିତ୍ସା ଚାଲିଛି । ଫ୍ଲୁଇଡ ରିପ୍ଲେସମେଣ୍ଟ ଚାଲିଛି । ଗତକାଲି ଡାଏଲିସିସ୍ ହୋଇଥିଲା । ଆବଶ୍ୟକ ପଡ଼ିଲେ ପୁଣି ଡାଏଲିସିସ୍ ହେବ ।

Advertisment

ଆଜି ଟିକିଏ ଜ୍ବର ଆସିଛି । ଏଥିପାଇଁ ଆଣ୍ଟିବାୟୋଟିକ୍ସ ଚାଲିଛି । କଲଚର ରିପୋର୍ଟ ଆସିଲେ ଆଣ୍ଟିବାୟୋଟିକ୍ସ ଆବଶ୍ୟକ ଅନୁଯାୟୀ ପରିବର୍ତ୍ତନ କରାଯିବ । ବ୍ଲଡ଼ ପ୍ରେସର ନର୍ମାଲ ଅଛି । ତେବେ କଣ୍ଡିସନ କ୍ରିଟିକାଲ, କିନ୍ତୁ ଷ୍ଟାବଲ ଅଛି ବୋଲି ଭୁବନେଶ୍ବର AIIMS ପକ୍ଷରୁ କୁହାଯାଇଛି । ସେପଟେ ଭେଣ୍ଟିଲେଟରରେ ଝିଅକୁ ଦେଖିବା ପରେ କୋହଭରା କଣ୍ଠରେ ପୀଡ଼ିତାଙ୍କ ବାପା କହିଛନ୍ତି, ଝିଅର ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ସନ୍ତୋଷଜନକ ନୁହେଁ। ଝିଅର ଆରୋଗ୍ୟ ପାଇଁ ଭଗବାନଙ୍କ ପାଖରେ ପ୍ରାର୍ଥନା କରିବାକୁ ରାଜ୍ୟବାସୀଙ୍କୁ ସେ ନିବେଦନ କରିଛନ୍ତି। 

Odisha News Bhubaneswar Odisha AIIMS Balasore
Advertisment
Advertisment