• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sangram Keshori Behera

ବହୁ ଚର୍ଚ୍ଚିତ ବିତ୍ତିହୋତ୍ର ମହାନ୍ତିଙ୍କ ପରଲୋକ । କ୍ୟାନସରରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ଏମସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି । ପୂର୍ବତନ ଜେଲ୍ ବିଭାଗ ଡିଜି ବିଦ୍ୟାଭୂଷଣ ମହାନ୍ତିଙ୍କ ପୁଅ ବିତ୍ତିହୋତ୍ର ୨୦୦୬ରେ ଚର୍ଚ୍ଚାକୁ ଆସିଥିଲେ ।ବିତ୍ତିହୋତ୍ରଙ୍କ ନାଁରେ ସେତେବେଳେ ଜଣେ ଜର୍ମାନ ସହପାଠୀ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ଆସିଥିଲା ।

ରାଜସ୍ଥାନ ଅଲୱାରକୁ ବୁଲିବାକୁ ଯାଇଥିବା ବେଳେ ଦୁଷ୍କର୍ମ ଅଭିଯୋଗ ଆସିଥିଲା । ଏଇ ଅଭିଯୋଗରେ ବିତ୍ତିଙ୍କୁ ଗିରଫ କରିଥିଲା ରାଜସ୍ଥାନ ପୋଲିସ । ଶୁଣାଣିର ମାତ୍ର ୯ ଦିନ ପରେ ବିତ୍ତିହୋତ୍ରଙ୍କୁ ଦଣ୍ଡାଦେଶ ହୋଇଥିଲା । ତାଙ୍କୁ ୭ ବର୍ଷ ଜେଲ୍ ଏବଂ ୧୦ ହଜାର ଟଙ୍କା ଜରିମାନା କରିଥିଲେ କୋର୍ଟ । ପରେ ମା’ଙ୍କ ଦେହ ଖରାପ ଦର୍ଶାଇ ପାରୋଲରେ ଆସିଥିଲେ ବିତ୍ତିହୋତ୍ର । ତେବେ ପାରୋଲ ଅବଧି ଶେଷ ପରେ ବି ଆଉ ଜେଲ୍ କୁ ଫେରିନଥିଲେ । ଦୀର୍ଘ ୭ ବର୍ଷ ଫେରାର ରହିବା ପରେ ୨୦୧୩ରେ କେରଳରୁ ଧରାପଡ଼ିଥିଲେ ବିତ୍ତିହୋତ୍ର । ୭ ବର୍ଷ ଫେରାର ରହିବା ପରେ ୨୦୧୩ରେ କେରଳରୁ ଧରାପଡ଼ିଥିଲେ ନିଜ ନାଁ ରାଘବ ରାଜନକୁ ବଦଳାଇ ଏକ ବ୍ୟାଙ୍କରେ ଚାକିରି କରୁଥିଲେ ।

ଧରାପଡ଼ିବା ପରେ ପୂର୍ବ ମାମଲା ସହ ଫେରାର ଘଟଣାରେ ଜେଲ୍ ଯାଇଥିଲେ । ପରେ କ୍ୟାନ୍‌ସର ଆକ୍ରାନ୍ତ ହେବାରୁ ଆଗୁଆ ମୁକ୍ତି ଆବେଦନ କରିଥିଲେ । ୫ ବର୍ଷ ଜେଲ୍‌ରେ ରହିସାରିଥିବାରୁ ସୁପ୍ରିମକୋର୍ଟରେ ମୁକ୍ତି ଆବେଦନ କରିଥିଲେ । ସ୍ୱାସ୍ଥ୍ୟ ସମସ୍ୟା ସତ୍ତ୍ୱେ ସୁପ୍ରିମକୋର୍ଟ ତାଙ୍କ ମୁକ୍ତି ଆବେଦନ ଖାରଜ କରିଥିଲେ । ଜାମିନରେ ଥିବା ବିତ୍ତିହୋତ୍ରଙ୍କୁ ଆତ୍ମସମର୍ପଣ ପାଇଁ ନିର୍ଦ୍ଦେଶ ହୋଇଥିଲା ।

 

OTV is now on Whatsapp

Join and get latest news update delivered to you via whatsapp

Join Now