Suresh Pujari
ରାଜସ୍ବ ବିଭାଗ ଅଧିକାରୀଙ୍କ କାର୍ଯ୍ୟ ଦକ୍ଷତାର ପ୍ରମାଣପତ୍ର ଦେବେ ସାଧାରଣ ଜନତା । ଝାରସୁଗୁଡ଼ାରେ ଆଜି ଏଭଳି ବଡ଼ ବୟାନ ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ଝାରସୁଗୁ଼ଡ଼ାରେ ଜନଶୁଣାଣୀ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ରାଜସ୍ବ ମନ୍ତ୍ରୀ କହିଛନ୍ତି, ରାଜସ୍ବ ବିଭାଗର ସବୁ ତହସିଲ ଅଫିସ, ସବ୍ ରେଜିଷ୍ଟ୍ରର ଅଫିସ ଓ ରାଜସ୍ବ ସେବା ଦିଆଯାଉଥିବା ସମସ୍ତ ଅଫିସରେ ରେଜିଷ୍ଟର ରହିବ, ଲୋକେ ମାର୍କ ଦେବେ ।
ଅଫିସକୁ ଆସୁଥିବା ଲୋକେ ଅଧିକାରୀଙ୍କୁ ମୋଟ୍ ୧୦ରୁ କେତେ ମାର୍କ ଦେବେ ନିଷ୍ପତ୍ତି ନେବେ। ରାଜସ୍ବ ଅଧିକାରୀଙ୍କ କାର୍ଯ୍ୟର ମୂଲ୍ୟାଙ୍କନ ଜନତା କରିବେ । ଉଭୟ ଅଫଲାଇନ୍ ଓ ଅନ୍ ଲାଇନରେ ଲୋକେ ଏହି ମାର୍କ ଦେବେ । ଯେଉଁ ଅଧିକାରୀ ବାରମ୍ବାର ୧୦ରୁ କମ୍ ମାର୍କ ପାଇବେ, ତାଙ୍କ ସଂପର୍କରେ ବିଭାଗ ଚିନ୍ତା କରିବ ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1729392458.jpg)