Advertisment

ଏମିତି ବି ଆସେ ମୃତ୍ୟୁ, ଗୀତ ଗାଉ ଗାଉ ଟଳି ପଡ଼ିଲେ ଗଜପତି ADM

ଚଳଚଞ୍ଚଳ ଥିଲେ...ସମସ୍ତଙ୍କୁ ଆପଣାର କରି ବାଟ ଚାଲୁଥିଲେ... ଈଶ୍ବର ଭକ୍ତି ସହ ମଣିଷ ପଣିଆର ଭିନ୍ନ ଏକ ଭାବ ବନ୍ଧନରେ ବାନ୍ଧି ହୋଇଥିଲେ । କିଏ ଜାଣିଥିଲା ଏହି ସମୟରେ ସେ ଫେରିଯିବେ ଅଫେରା ରାଇଜକୁ !

ଅଦ୍ୟତନ ହୋଇଛି
Gajapati ADM

Gajapati ADM

Advertisment

ଦିନେ ମହାପ୍ରଭୁଙ୍କୁ ଶାଗଭଜା ଦେଇ ଭକତ ବିଦୂର ଜିଣିପାରିଥିଲା ମନ। ମଂଚ ଉପରେ ସେହି ଭଜନ ଗାଇବା ବେଳେ ସମସ୍ତଙ୍କୁ ଛାଡ଼ି ଚାଲିଗଲେ ଗଜପତିର ADM ବୀରେନ୍ଦ୍ର ଦାସ । ସମସ୍ତଙ୍କ ମୁହଁରେ ସେହି ଗୋଟିଏ କଥା, ସତରେ କ’ଣ ଏମିତି ବି ମରଣ ଆସେ? କାହିଁକି ଘଟେ ଏଭଳି ଆକସ୍ମିକ ମୃତ୍ୟୁ ?

Advertisment

ଚଳଚଞ୍ଚଳ ଥିଲେ...ସମସ୍ତଙ୍କୁ ଆପଣାର କରି ବାଟ ଚାଲୁଥିଲେ... ଈଶ୍ବର ଭକ୍ତି ସହ ମଣିଷ ପଣିଆର ଭିନ୍ନ ଏକ ଭାବ ବନ୍ଧନରେ ବାନ୍ଧି ହୋଇଥିଲେ । କିଏ ଜାଣିଥିଲା ଏହି ସମୟରେ ସେ ଫେରିଯିବେ ଅଫେରା ରାଇଜକୁ ! ମଞ୍ଚ ଉପରେ ଭଜନ ଗାଇ ଗୁହାରୀ କରୁ କରୁ ସିଏ ଯେ ମହାପ୍ରଭୁଙ୍କ ନିକଟକୁ ଚାଲିଯିବେ ବୋଲି...ଭାଗ୍ୟ ବିଧାତାର କି ବିଚିତ୍ର ଖେଳ ଇୟେ ।

ମଞ୍ଚ ବି ସଜା ଯାଇଥିଲା...ଜମିଥିଲା ଗୀତ ସଂଗୀତର ଆସର...ପାରଳାଖେମୁଣ୍ଡି ବୃନ୍ଦାବନ ନିବାସରେ ଅୟୋଜିତ ନୈଶ୍ୟ ଭୋଜି ବେଳେ ଭଜନ ଗାଇବାକୁ ଆସିଥିଲେ ଗଜପତି ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ବୀରେନ୍ଦ୍ର ଦାସ । ଭଜନ ସମ୍ରାଟ ଭିକାରୀ ବଳଙ୍କ ସେହି ଚର୍ଚ୍ଚିତ ଭଜନ ଭକତ ବିଦୂର ଶାଗ ଭଜା ଦେଇ ତୋଷାଇ ପାରିଲା ମନ...ମୁଁ ଯେତେ ଦରବ ଯାଚିଲେ କାହିଁକି...ନଛୁଅଁ ହେ ଭଗବାନ...। ଏହି ପଦକୁ ଗାଉ ଗାଉ ବୀରେନ୍ଦ୍ର ଟଳିପଡ଼ିଲେ ମଞ୍ଚ ଉପରେ । ଦୃଶ୍ୟ ଦେଖିଲେ ଲାଗୁଛି ସତେଯେମିତି ସ୍ବର୍ଗପ୍ରାପ୍ତି ପାଇଁ କିଏ ତାଙ୍କୁ ଟାଣିନେଉଛି ପଛପଟୁ । ବାସ୍...ଜୀବନ ଆଉ ମୃତ୍ୟୁର ଦୋ’ଛକି ଭିତରେ ମାତ୍ର କେଉଁ ସେକେଣ୍ଡରେ ବଦଳିଗଲା ଦୃଶ୍ୟପଟ। ତାଙ୍କୁ ପ୍ରଥମେ ପାରଳାଖେମୁଣ୍ଡି ଓ ପରେ ବ୍ରହ୍ମପୁର MKCGରେ ଭର୍ତ୍ତି କରାଯାଇଥିଲା ସତ, କିନ୍ତୁ ଫେରାଇ ଅଣାଯାଇପାରିଲାନି ତାଙ୍କ ଜୀବନକୁ ।

Advertisment

ଦୃଶ୍ୟ ଦେଖିଲେ ଲାଗୁଛି, ଜୀବନ-ମୃତ୍ୟୁ ଏଇଠି ଅଛି ଏଇଠି ନାହିଁ । ସମୟ କଡ଼ ଲେଉଟାଇଲେ ସବୁ ଶେଷ । ଭଦ୍ରକ ଚାନ୍ଦବାଲି ବ୍ଲକ ନୂଆଗାଁର ବାସିନ୍ଦା ଥିଲେ ବୀରେନ୍ଦ୍ର। ବାପା, ମା’ଙ୍କ ଏକପାତ୍ର ସନ୍ତାନ ବୀରେନ୍ଦ୍ର OAS ପାଇ ୨୦୦୦ ମସିହାରେ ଯୋଗଦେଇଥିଲେ ପ୍ରଶାସନିକ ସେବାରେ । ଏବେ ତାଙ୍କ ବିୟୋଗରେ ଶୋକରେ ବୁଡ଼ିଛି ପରିବାର । କିଏ ସମ୍ଭାଳିବ ତାଙ୍କର ଏକମାତ୍ର ଝିଅ ଏବଂ ପତ୍ନୀଙ୍କୁ ।

ତେବେ ଅକାଳରେ କାହିଁକି ଝଡ଼ିଗଲେ ADM ବୀରେନ୍ଦ୍ର ଦାସ ? ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତ, ୨ଟି କାରଣ ଯେମିତିକି ହୃଦ୍ ସ୍ପନ୍ଦନ ବନ୍ଦ କିମ୍ବା ମସ୍ତିଷ୍କରେ ରକ୍ତକ୍ଷରଣ ହୋଇଥାଇପାରେ । ଶବ ବ୍ୟବଛେଦ ରିପୋର୍ଟ ପରେ ସ୍ପଷ୍ଟ ହେବ । ୨୦୨୨ ଅକଟୋବର କଥା ମନେପକାନ୍ତୁ। ଜୟପୁରର ଏକ ମଞ୍ଚରେ ଗୀତ ଗାଉ ଗାଉ ହୃଦଘାତରେ କେମିତି ପ୍ରାଣବାୟୁ ଉଡ଼ିଗଲା ବରିଷ୍ଠ କଣ୍ଠଶିଳ୍ପୀ ମୁରଲୀ ମହାପାତ୍ରଙ୍କର। ସେହିପରି ୨୦୨୨ ମେ ୩୧ର ବଲିଉଡ୍ ସିଙ୍ଗର କେ.କେ. ବି ଷ୍ଟେଜ୍ ସୋ ବେଳେ ହୃଦଘାତର ଶିକାର ହୋଇପ୍ରାଣ ହରାଇଥିଲେ। ଏଭଳି ଅନେକ ବ୍ୟକ୍ତି ଓ ସେଲିବ୍ରିଟି ସଚଳ ଏବଂ ସକ୍ରିୟ ଅବସ୍ଥାରେ ଆଖି ସାମ୍ନାରେ ପ୍ରାଣ ହରାଇଛନ୍ତି। ଏହାପଛରେ ଜୀବନ ଧାରଣ ଶୈଳୀ ହିଁ ଦାୟୀ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତ।

Advertisment
MKCG Medical Jagannath Bhajan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ