Advertisment

From Losses to Lakhs: କ୍ଷତି ସହୁଥିଲେ ଚାଷୀ, କଦଳୀ ଚାଷ କରିଦେଲା ଲକ୍ଷପତି...

କଦଳୀ ଗଛ ଯେମିତି, କଦଳୀ କାନ୍ଧି ବି ଠିକ୍‌ ସେମିତି । ଦିନେ ଯେଉଁ ଜମିରେ ପାରମ୍ପରିକ ଚାଷ କରି ବାରମ୍ବାର କ୍ଷତି ସହୁଥିଲେ । ଏବେ ସେଇ ଜମି ଆକବରଙ୍କୁ ଲକ୍ଷପତି କରିଛି ।

ଅଦ୍ୟତନ ହୋଇଛି
Banana Farming Transformed Akbar Into Millionaire

Banana Farming Transformed Akbar Into Millionaire

Advertisment

ଯେଉଁ ଆଡେ ଚାହିଁବେ ସିଆଡ଼େ କେବଳ ଧାଡ଼ି ଧାଡ଼ି କଦଳୀ ଗଛ । ଆଉ କଦଳୀ ଗଛ ଯେମିତି, କଦଳୀ କାନ୍ଧି ବି ଠିକ୍‌ ସେମିତି । ଦିନେ ଯେଉଁ ଜମିରେ ପାରମ୍ପରିକ ଚାଷ କରି ବାରମ୍ବାର କ୍ଷତି ସହୁ ଥିଲେ । ଏବେ ସେଇ ଜମି ଆକବରଙ୍କୁ କରିଛି ଲକ୍ଷପତି । ନିଜର ୫ ଏକର ଚାଷ ଜମିରୁ ପ୍ରଥମେ ଆକବର ମାତ୍ର ଗୋଟିଏ ଏକର ଜମିରେ କଦଳୀ ଚାଷ କରିଥିଲେ  । ସଫଳ ହେଲେ, ଲାଭ ଅଧିକ ପାଇଲେ । ଏବେ ସମୁଦାୟ ୫ ଏକର ଜମିରେ କଦଳୀ ଚାଷ କରି ଲକ୍ଷପତି ହୋଇ ପାରିଛନ୍ତି ସଫଳ କଦଳୀ ଚାଷୀ ଆକବର ମେହେର । 

Advertisment

ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ବରଗାଁରେ ଆକବର ମେହେରଙ୍କ ଘର । ପାରମ୍ପରିକ ଚାଷ କରି ସେ ବାରମ୍ବାର କ୍ଷତି ସହୁଥିଲେ । କିନ୍ତୁ କଦଳୀ ଚାଷ ବଦଳାଇ ଦେଇଛି ଆକବରଙ୍କ ଆର୍ଥିକ ଓ ସାମାଜିକ ସ୍ଥିତି । ବର୍ଷକୁ ୨ ଥର କଦଳୀ ଚାଷ ହେଉଛି । ସେ ନିଜ କଦଳୀ ଫାର୍ମରେ ୧୫ଟି ପରିବାରକୁ ରୋଜଗାର ଦେଉଛନ୍ତି । ଦିନେ ଯେଉଁମାନେ ବାହାର ରାଜ୍ୟକୁ ଯାଇ ଦାଦନ ଖଟୁଥିଲେ, ଆଜି ସେମାନେ ନିଜ ଗାଁରେ ରୋଜଗାର ପାଉଛନ୍ତି । 

ଅଧିକ ପଢ଼ନ୍ତୁ: ଆଗେଇ ଆସିଲେ ପୁଞ୍ଜିପତି, ନିବେଶ କରିବେ ଲକ୍ଷାଧିକ କୋଟି

ତେବେ କଦଳୀ ବ୍ୟବସାୟରେ ଆକବର ବର୍ଷକୁ ୨୨ରୁ ୨୫ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ଜିଲ୍ଲା ଉଦ୍ୟାନ ବିଭାଗ ମଧ୍ୟ ଆକବରଙ୍କୁ ବିଭିନ୍ନ ଜ୍ଞାନ କୌଶଳ ସହ ଶୀତଳ ଭଣ୍ଡାର ଯୋଗାଇ ଦେଇଛନ୍ତି । କଦଳୀ ଚାଷ ଦ୍ଵାରା ଏବେ ବଦଳି ଯାଇଛି ଆକବରଙ୍କ ଜୀବନ ଶୈଳୀ । କଦଳୀ କରିଛି ଆଜି ତାଙ୍କୁ ଲକ୍ଷପତି ।

Advertisment

ଆମ ସମାଜ ତଥା ଅର୍ଥନୀତି ପାଇଁ କୃଷକଙ୍କ ଅବଦାନ ଅତୁଳନୀୟ। ସେମାନଙ୍କର ସଂଘର୍ଷ, ଧୈର୍ଯ୍ୟ ଏବଂ ପରିଶ୍ରମ ହିଁ ଦେଶବାସୀଙ୍କ ମୁହଁରେ ଆହାର ଦିଏ। କୋଟି କୋଟି ଜନତାଙ୍କ ପେଟର ଚିନ୍ତା ହିଁ ଚାଷୀ ଭାଇଟିଏ କରିଥାଏ। ଚାଷୀ ହେଉଛି ଦେଶର ମେରୁଦଣ୍ଡ ଆଉ ଚାଷୀଙ୍କ ଯୋଗୁଁ ହିଁ ସାରା ଦେଶର ଭୋକ ମେଣ୍ଟିଥାଏ।

ଅଧିକ ପଢ଼ନ୍ତୁ: ମୋଦିଙ୍କ ସମ୍ବୋଧନ: କହିଲେ-ସମ୍ଭାବନାର ଭୂଖଣ୍ଡ ଓଡ଼ିଶା

Banana Farming Farming Millionaire Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ