Bhubaneswar Metro
ଭୁବନେଶ୍ବରର ମେଟ୍ରୋ ଟ୍ରେନ୍ ପ୍ରକଳ୍ପକୁ ନେଇ ବଡ଼ ଅପଡେଟ୍ । ନୂଆ ଡିଜାଇନ୍ରେ ହେବ ଭୁବନେଶ୍ୱର ମେଟ୍ରୋ ଟ୍ରେନ୍ ପ୍ରକଳ୍ପ । ନୂଆ ଢାଞ୍ଚାରେ ମେଟ୍ରୋ ପାଇଁ ଟେକ୍ନିକାଲ କମିଟି ଗଠନ ହେବ ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ଗୁରୁବାର ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ ନେଇ ମନ୍ତ୍ରୀସ୍ତରୀୟ ସବ୍ କମିଟିର ଦ୍ବିତୀୟ ବୈଠକ ବସିଥିଲା । ବୈଠକରେ କମ୍ପ୍ରେହେନସିଭ ମୋବିଲିଟି ପ୍ଲାନ୍ ତିଆରି ହୋଇଛି । କେଉଁ ଲାଇନରେ ଯିବ କେଉଁ ଜାଗାରେ ପର୍କିଙ୍ଗ ଅଞ୍ଚଳ ହେବ, ସେ ସମ୍ପର୍କରେ ଟେକ୍ନିକାଲ କମିଟି ରିପୋର୍ଟ ଦେବ।
ଏହି କମିଟି ଦେଶର ବିଭିନ୍ନ ସହରକୁ ଯାଇ ସ୍ଥିତି ଅନୁଧ୍ୟାନ କରିବେ । ତାଙ୍କ ରିପୋର୍ଟ ଅନୁସାରେ ପ୍ରସ୍ତୁତ ହେବ ନୂଆ ଡିପିଆର । କେନ୍ଦ୍ର ସରକାରଙ୍କ ସହାୟତାରେ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ନିର୍ମାଣ ହେବ ବୋଲି ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି ।
ସେହିପରି ପୁରୁଣା ମେଟ୍ରୋ ପ୍ରକଳ୍ପକୁ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ । ସେ କହିଛନ୍ତି, ପୁରୁଣା ପ୍ରକଳ୍ପ ଅନୁଯାୟୀ ରାସ୍ତାରେ ବହୁତ ଟ୍ରାଫିକ୍ ଜାମ୍ ରହୁଛି । ଟେଷ୍ଟିଂ ବେଳେ ସାଧାରଣ ଲୋକଙ୍କୁ ବହୁତ ହଇରାଣ ହେବାକୁ ପଡ଼ିଲା । ମେଟ୍ରୋ କାମ ଚାଲିଥିଲେ ସେସବୁ ରାସ୍ତା ବନ୍ଦ ହୋଇଯାଇଥାନ୍ତା । ତେଣୁ ନୂଆ ଟ୍ରାକ୍ କେଉଁଠି ହେବ ସେ ରିପୋର୍ଟ କମିଟି ଦେବ ବୋଲି ମନ୍ତ୍ରୀ କହିଛନ୍ତି ।
ତେବେ ଆଗାମୀ ଦିନରେ କେଉଁ ରୁଟ୍ ଦେଇ ଭୁବନେଶ୍ୱର ମେଟ୍ରୋ ଟ୍ରେନ୍ ଯିବ ଏବଂ ଏନେଇ କେବେ ସୁଦ୍ଧା ଟେକ୍ନିକାଲ ଟିମ୍ ରିପୋର୍ଟ ଦେବ ତାକୁ ଏବେ ଅପେକ୍ଷା...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1755225755.jpg)