Advertisment

ସୁନା ବ୍ୟବସାୟୀଙ୍କ ଅସ୍ୱାଭାବିକ ମୃତ୍ୟୁ ! ବାରମ୍ବାର GST ରେଡ୍‌ ଯୋଗୁଁ ଚାପରେ ଥିଲେ କି ?

ସିଟି ଜିଏସଟି ରେଡ୍ ପରେ ହରପ୍ରସାଦ ଚାପଗ୍ରସ୍ତ ଥିବା ସୂଚନା । ଚିନ୍ତାଗ୍ରସ୍ତ ହୋଇ ମୃତ୍ୟୁ ହୋଇଥିବା ଅଭିଯୋଗ କଲେ ଭାଇ ।

GST Raid

GST Raid

Advertisment

ଜୟପୁରରେ ସୁନା ବ୍ୟବସାୟୀଙ୍କ ଅସ୍ୱାଭାବିକ ମୃତ୍ୟୁ। ଦୁଇ ଦିନ ତଳେ ଧନତେରାସରେ ଜୁଏଲାରୀ ଦୋକାନରେ ଜିଏସଟି ରେଡ୍ ଓ ଆଜି ତାଙ୍କର ମୃତ୍ୟୁକୁ ନେଇ ନାନା କଥା ଉଠିଛି। ବାରମ୍ବାର ଦୋକାନରେ ସର୍ଚ୍ଚ ପରେ ଲୋକଲଜ୍ଜାକୁ ସହି ନପାରି ଚିନ୍ତାଗ୍ରସ୍ତ ଥିବାରୁ ମୃତ୍ୟୁ ହୋଇଛି ବୋଲି ପରିବାର ଅଭିଯୋଗ କରିଛନ୍ତି।

Advertisment

ସତରେ କ’ଣ ବାରମ୍ବାର ରେଡ୍ ଯୋଗୁ ହେଲା କି ସୁନା ବ୍ୟବସାୟୀଙ୍କ ମୃତ୍ୟୁ । ଚଢାଉ ପରେ ଚାପଗ୍ରସ୍ତ ହୋଇ ଗଲାକି ପି.ହରପ୍ରସାଦ ରାଓଙ୍କ ଜୀବନ । ଜୟପୁର ସହରର ନ୍ୟୁ ବାସବି ଜ୍ୱେଲର୍ସ ମାଲିକ ପି.ହରପ୍ରସାଦଙ୍କ ମୃତ୍ୟୁ ପରେ ଉଠିଛି ଏଭଳି ପ୍ରଶ୍ନ। ଗତ ମଙ୍ଗଳବାର ଧନତେରାସରେ ହରପ୍ରସାଦଙ୍କ ଜୁଏଲାରୀରେ ରେଡ୍ କରାଯାଇଥିଲା । ସିଟି ଓ GST ବିଭାଗ ପକ୍ଷରୁ ଏହି ରେଡ୍ କରାଯାଇଥିଲା। ଗୁରୁବାର ରାତିରେ ହରପ୍ରସାଦ ଶୋଇଥିବାବେଳେ ଆଉ ଉଠି ନଥିଲେ। ପରିବାର ଲୋକେ ହସ୍ପିଟାଲ ନେବାପରେ ଡାକ୍ତର ମୃତ ଘୋଷଣା କରିଥିଲେ।

ହରିପ୍ରସାଦଙ୍କ ଭାଇ ଅଭିଯୋଗ କରିଛନ୍ତି, ପୂଜା ପାର୍ବଣ ଦିନ ଜୁଏଲାରୀ ଦୋକାନରେ ରେଡ୍ ତାଙ୍କୁ ମାନସିକ ଆଘାତ ଦେଇଥିଲା। ତାଙ୍କୁ ଟାର୍ଗେଟ କରାଯାଇ ବାରମ୍ବାର ଦୋକାନରେ ସର୍ଚ୍ଚ କରାଗଲା। ଲୋକ ଲଜ୍ଜାକୁ ସହିନପାରି ଚିନ୍ତାଗ୍ରସ୍ତ ହୋଇ ହରପ୍ରସାଦଙ୍କ ମୃତ୍ୟୁ ହୋଇଥିବା ତାଙ୍କ ଭାଇ ଅଭିଯୋଗ କରିଛନ୍ତି।

Advertisment

ସିଟି/ଜିଏସଟିର ଚଢ଼ାଉକୁ ଜୟପୁର ଚାମ୍ବର ଅଫ କର୍ମସ ବି ସମାଲୋଚନା କରିଛି। ଯୁବ ବ୍ୟବସାୟୀଙ୍କୁ ଡରାଇ ରେଡ କରିଥିବା ଯୋଗୁ ଏଭଳି ହୋଇଥିବା କହିଛନ୍ତି ଜୟପୁର ଚାମ୍ବର ଅଫ କର୍ମସର ସଭାପତି। ସେପଟେ ସିଟି/ଜିଏସଟି ବିଭାଗ ଅଫିସର କହିଛନ୍ତି, ବିଭାଗର ନିର୍ଦ୍ଦେଶରେ ହିଁ ଚଢ଼ାଉ କରାଯାଇଥିଲା । କେବଳ ସେହି ଅଳଙ୍କର ଦୋନାରେ ହିଁ ରେଡ ପାଇଁ ନିର୍ଦ୍ଦେଶ ଥିଲା।

GST Raid
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ