Advertisment

Subhadra Yojana: ଡିସେମ୍ବର ୨୫ରେ ମିଳିବ ସୁଭଦ୍ରା ଟଙ୍କା, ଚତୁର୍ଥ ପର୍ଯ୍ୟାୟ ଟଙ୍କା ପଠାଇବାକୁ ଚାଲିଛି ଯାଞ୍ଚ

ଡିସେମ୍ବର ୨୫ରେ ମିଳିବ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା । ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

୨୫ରେ ମିଳିବ ସୁଭଦ୍ରା ଟଙ୍କା

୨୫ରେ ମିଳିବ ସୁଭଦ୍ରା ଟଙ୍କା

Advertisment

ଚଳିତ ମାସ ଡିସେମ୍ବର ୨୫ ତାରିଖରେ ମିଳିବ ‘ସୁଭଦ୍ରା’ ଟଙ୍କା । ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ମିଳିବ ଏଇ ୨୫ ତାରିଖରେ । ଚତୁର୍ଥ ପର୍ଯ୍ୟାୟ ଟଙ୍କା ପଠାଇବା ପାଇଁ ଜାରି ରହିଛି ଯାଞ୍ଚ ପ୍ରକ୍ରିୟା । ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏହି ପର୍ଯ୍ୟାୟ ସୁଭଦ୍ରା ଟଙ୍କା ପଠାଇବା ପାଇଁ ଡିସେମ୍ବର ୬ ସୁଦ୍ଧା ପ୍ରକାଶ ପାଇବ ଯୋଗ୍ୟ ଏବଂ ଅଯୋଗ୍ୟଙ୍କ ତାଲିକା । ଏହାପରେ ଆଉ ୭ ଦିନ ପର୍ଯ୍ୟନ୍ତ ଆପତ୍ତି ଗ୍ରହଣ କରାଯିବ ।

Advertisment

ତୃତୀୟ ପର୍ଯ୍ୟାୟ ସୁଦ୍ଧା ରାଜ୍ୟର ମୋଟ ୮୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ୫ ହଜାର ଟଙ୍କା ଲେଖାଏଁ ପ୍ରଥମ କିସ୍ତି ଅର୍ଥ ପ୍ରଦାନ କରାଯାଇସାରିଛି । ଡିସେମ୍ବର ୧ ତାରିଖ ସୁଦ୍ଧା ସୁଭଦ୍ରା ପାଇଁ ମୋଟ ୧ କୋଟି ୫ ଲକ୍ଷ ୩୬ ହଜାର ୬୧୨ ଜଣ ମହିଳା ଆବେଦନ କରିସାରିଛନ୍ତି । ସମସ୍ତ ପ୍ରକ୍ରିୟାର ସୁବ୍ୟବସ୍ଥା ଓ ଯାଞ୍ଚ ପ୍ରକ୍ରିୟାର ଅଗ୍ରଗତି ସମ୍ପର୍କରେ ଉନ୍ନୟନ କମିଶନର ଅନୁ ଗର୍ଗ, ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶୁଭା ଶର୍ମାଙ୍କ ଉପସ୍ଥିତିରେ ଅନୁଧ୍ୟାନ କରାଯାଇଥିଲା । ବୈଠକରେ ସୁଭଦ୍ରା ଆବେଦନ ଯାଞ୍ଚ ପାଇଁ ଗଠିତ କ୍ଷେତ୍ରସ୍ତରୀୟ ଟିମମାନଙ୍କର କାର୍ଯ୍ୟର ଅଗ୍ରଗତି ସଂପର୍କରେ ସମୀକ୍ଷା କରାଯାଇଥିଲା ।

ଅଧିକ ପଢ଼ନ୍ତୁ: ରାଜ୍ୟରେ ଅସହ୍ୟ କଲାଣି ବୁଲା କୁକୁରଙ୍କ ଉତ୍ପାତ

ସୂଚନା ଅନୁସାରେ ନଭେମ୍ବର ୨୪ରେ ସୁନ୍ଦରଗଡ଼ରେ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟରେ ମହିଳାଙ୍କ ଆକାଉଣ୍ଟକୁ ସୁଭଦ୍ରା ଟଙ୍କା ପଠାଇଥିଲେ ମୁଖ୍ୟମନ୍ତ୍ରୀ । ସିଧାସଳଖ୨୦ ଲକ୍ଷରୁ ଅଧିକ ମହିଳାଙ୍କ ଖାତାକୁ ଯାଇଥିଲା ସୁଭଦ୍ରା ଟଙ୍କା। ଏହି ଅବସରରେ ପୂର୍ବ ସରକାରକୁ ଟାର୍ଗେଟ୍ କରି କହିଥିଲେ, ଖାଲି ମିଶନ ଶକ୍ତି ଗଠନ କରି ପ୍ରଚାର କରୁଥିଲେ, ମହିଳାଙ୍କୁ ଆମେ ସ୍ୱାବଲମ୍ବୀ କରିବୁ। ଏବେ ବି ଅନେକ ମହିଳା ଆବେଦନ କରି ସହାୟତା ଅପେକ୍ଷାରେ ଅଛନ୍ତି। ଡିସେମ୍ବରରେ ଚତୁର୍ଥ ପର୍ଯ୍ୟାୟରେ ଆଉ ୨୦ ଲକ୍ଷ ମହିଳାଙ୍କୁ ସୁଭଦ୍ରା ଟଙ୍କା ଦେଇ କୋଟିଏ ହିତାଧିକାରୀଙ୍କୁ ସାମିଲ କରିବାକୁ ସ୍ଥିର କରିଛି ବିଭାଗ ।

Advertisment

ସୁଭଦ୍ରା ଯୋଜନାକୁ ନେଇ ନଭେମ୍ବର ୨୬ରେ ବଡ଼ ସୂଚନା ଦେଇଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଆସନ୍ତାବର୍ଷ ମାର୍ଚ୍ଚ ୭ 'ସୁଭଦ୍ରା' ଆବେଦନର ଡେଡଲାଇନ୍ । ୨୦୨୫ ମାର୍ଚ୍ଚ ୭ 'ସୁଭଦ୍ରା' ପ୍ରଥମ କିସ୍ତି ଆବେଦନର ଶେଷ ତାରିଖ । ଏନେଇ ସୂଚନା ଦେଇଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ମାର୍ଚ୍ଚ ୮ ମହିଳା ଦିବସରେ ଦ୍ବିତୀୟ କିସ୍ତି ସୁଭଦ୍ରା ଟଙ୍କା ମିଳିବ । ବର୍ତ୍ତମାନ ସୁଦ୍ଧା ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟରେ ମହିଳାଙ୍କ ଆକାଉଣ୍ଟକୁ ସୁଭଦ୍ରା ଟଙ୍କା ପଠାଯାଇଛି । ୩ଟି ପର୍ଯ୍ୟାୟରେ ମୋଟ୍‌ ୮୦ ଲକ୍ଷ ୩୫ ହଜାର ମହିଳାଙ୍କୁ ସୁଭଦ୍ରା ସହାୟତା ରାଶି ମିଳିସାରିଲାଣି । ଡିସେମ୍ବରରେ ଚତୁର୍ଥ ପର୍ଯ୍ୟାୟରେ ଆଉ ୨୦ ଲକ୍ଷ ମହିଳାଙ୍କୁ ସୁଭଦ୍ରା ଟଙ୍କା ଦେଇ କୋଟିଏ ହିତାଧିକାରୀଙ୍କୁ ସାମିଲ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ।

ଅଧିକ ପଢ଼ନ୍ତୁ: ଓଡ଼ିଶା ଲେଖିଲା ନୂଆ ଇତିହାସ; ୧୯୭୧ରେ କେମିତି ଧୂଳି ଚାଟିଥିଲା ପାକିସ୍ତାନ, ବଖାଣିଲେ ନୌବୀର

Advertisment
Subhadra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ