Advertisment

Padma Awards For 2025: ପଦ୍ମ ପୁରସ୍କାର ପାଇବେ ୪ ଜଣ ଓଡ଼ିଆ; ଜାଣନ୍ତୁ ତାଙ୍କ କୃତି ଓ କୃତିତ୍ବ ଉପରେ...

୨୦୨୫ ଲାଗି ଦେଶର ମୋଟ ୧୩୯ ଜଣଙ୍କ ନାଁ ପଦ୍ମ ପୁରସ୍କାର ଲାଗି ଘୋଷଣା ହୋଇଥିବା ବେଳେ ତା ଭିତରେ ଅଛନ୍ତି ୪ ଜଣ ଓଡ଼ିଆ। ଆସନ୍ତୁ ଜାଣିବା ଓଡ଼ିଶାକୁ ଗୌରବାନ୍ବିତ କରିଥିବା ଚାରି ଓଡ଼ିଆଙ୍କୁ କୃତି ଓ କୃତିତ୍ବ ଉପରେ...

undefined

Padma Awards For 2025

Advertisment

ଜଣେ ପ୍ରଖ୍ୟାତ ଭାସ୍କର୍ଯ୍ୟ ଶିଳ୍ପୀ, ଜଣେ ବିଶିଷ୍ଟ ଓଡ଼ିଶୀ ନୃତ୍ୟଗୁରୁ , ଜଣେ ପ୍ରଥିତଯଶା ଚିକିତ୍ସକ ତ ଅନ୍ୟ ଜଣେ ପ୍ରଖ୍ୟାତ କବୟତ୍ରୀ। ୨୦୨୫ ଲାଗି ଦେଶର ମୋଟ ୧୩୯ ଜଣଙ୍କ ନାଁ ପଦ୍ମ ପୁରସ୍କାର ଲାଗି ଘୋଷଣା ହୋଇଥିବା ବେଳେ ତା ଭିତରେ ଅଛନ୍ତି ୪ ଜଣ ଓଡ଼ିଆ। ଆସନ୍ତୁ ଜାଣିବା ଓଡ଼ିଶାକୁ ଗୌରବାନ୍ବିତ କରିଥିବା ଚାରି ଓଡ଼ିଆଙ୍କୁ କୃତି ଓ କୃତିତ୍ବ ଉପରେ...

Advertisment

ଅଦ୍ବୈତ ଚରଣ ଗଡ଼ନାୟକ ଶିଳାର ରୂପକାର, ମୂର୍ତ୍ତି ନିର୍ମାଣର ଯାଦୁଗର। ପଥରରେ ଜୀବନ୍ତ କାରୁକାର୍ଯ୍ୟର ଅନନ୍ୟ ଶିଳ୍ପୀ ଅଦ୍ବୈତ ଚରଣ ଗଡ଼ନାୟକ। ଇଣ୍ଡିଆ ଗେଟ୍ ନିକଟରେ ନେତାଜୀଙ୍କ ପ୍ରତିମୂର୍ତ୍ତି ହେଉ ଅବା ରାଜଘାଟରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଦାଣ୍ଡିଯାତ୍ରାର କଳାକୃତି। ଏସବୁ ବିଶ୍ବପ୍ରସିଦ୍ଧ ସ୍ଥାପତ୍ୟର ସେ ସ୍ରଷ୍ଟା। ଦିଲ୍ଲୀର ନାସନାଲ ପୁଲିସ ମେମୋରିଆଲ ସ୍ମୃତିସ୍ତମ୍ଭ ତାଙ୍କ ସୂକ୍ଷ୍ମ କାରୁକାର୍ଯ୍ୟକର ଅନ୍ୟତମ ନିଦର୍ଶନ।  ସୃଜନଶୀଳ ପ୍ରଖ୍ୟାତ ଭାସ୍କର୍ଯ୍ୟ ଶିଳ୍ପୀ ଅଦ୍ବୈତ ଚରଣ ଗଡ଼ନାୟକଙ୍କ ଜନ୍ମ ଢେଙ୍କାନାଳ ଜିଲ୍ଲା ନେଉଳପୋଇ ଗାଁରେ। ଭୁବନେଶ୍ବର ବି.କେ. ଆର୍ଟ କଲେଜରେ ଗ୍ରାଜୁଏସନ ପରେ ଦିଲ୍ଲୀ ଆର୍ଟ କଲେଜରେ ଉଚ୍ଚଶିକ୍ଷା, ପରେ ଲଣ୍ଡନ ଯାଇ ସ୍ଲେଡ୍ ସ୍କୁଲ ଅଫ୍ ଫାଇନ୍ ଆର୍ଟରେ ପାଠ ପଢ଼ିଛନ୍ତି।

ଅଧିକ ପଢ଼ନ୍ତୁ: ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ମୁଖ୍ୟ ଅତିଥିଭାବେ ଯୋଗଦେବେ ଇଣ୍ଡୋନେସିଆ ରାଷ୍ଟ୍ରପତି

Advertisment

ସ୍ବାସ୍ଥ୍ୟକ୍ଷେତ୍ରରେ ସାରା ଦେଶରେ ଖ୍ୟାତି ଅର୍ଜନ କରିଥିବା ପ୍ରଖ୍ୟାତ ନ୍ୟୁରୋ ସର୍ଜନ ଡାକ୍ତର ଅଶୋକ ମହାପାତ୍ର। ଦିଲ୍ଲୀ ଏମ୍ସର ସ୍ନାୟୁ ବିଭାଗର ପୂର୍ବତନ ମୁଖ୍ୟ ଏବଂ ଭୁବନେଶ୍ବର ଏମ୍ସର ପୂର୍ବତନ ନିର୍ଦ୍ଦେଶକ। କନ୍ଧମାଳର ଯୋଡାମୁଣ୍ଡ ଶିଶୁ ଜଗା-ବଳିଆର ଅସ୍ତ୍ରୋପଚାର କରି ସାରା ଦେଶରେ ପ୍ରଶଂସା ସାଉଁଟିଛନ୍ତି ଅଶୋକ। ପୁରୀ ଜିଲ୍ଲାର ବ୍ରାହ୍ମଣ ଶାସନରେ ଜନ୍ମିତ ଅଶୋକ ବ୍ରହ୍ମପୁର ଏମକେସିଜିରୁ MBBS ସାରିବା ପରେ ଦୀର୍ଘ ୪୨ ବର୍ଷ ଧରି ଏମ୍ସରେ ଚାକିରି କରିଛନ୍ତି। ସ୍ବାସ୍ଥ୍ୟ କ୍ଷେତ୍ରରେ ରଚିଛନ୍ତି ଅନେକ ଉପଲବ୍ଧି। 

ଗାନ୍ଧର୍ବର ଜାଦୁଗର, ପଞ୍ଚମ କଳାର ସ୍ପର୍ଦ୍ଧିତ ଉଚ୍ଚାରଣ ଓଡ଼ିଶୀ ନୃତ୍ୟଗୁରୁ ଦୁର୍ଗାଚରଣ ରଣବୀର। ଖୋର୍ଦ୍ଧାର କମାଗୁରୁରେ ଜନ୍ମିତ ଦୁର୍ଗାଚରଣ ପିଲାଟି ଦିନରୁ ଓଡ଼ିଶୀ ନୃତ୍ୟ ପ୍ରତି ଆକର୍ଷିତ ହୋଇଥିଲେ। ଉତ୍କଳ ସଂଗୀତ ମହାବିଦ୍ୟାଳୟରୁ ଗାନ୍ଧର୍ବ ବିଦ୍ୟାରେ ସିଦ୍ଧହସ୍ତ, ପଖୌଜ ବାଦନରେ ରହିଛି ସ୍ବତନ୍ତ୍ର ଦକ୍ଷତା। ୬ ଦଶନ୍ଧି ଧରି ରାଜ୍ୟ ତଥା ରାଜ୍ୟ ବାହାରର, ଏପରିକି ବିଦେଶରେ ମଧ୍ୟ ନୃତ୍ୟକଳା ଶିକ୍ଷା ଦେଇଛନ୍ତି, ଓଡ଼ିଶୀର ପ୍ରଚାର ପ୍ରସାର କରିଛନ୍ତି। ଓଡ଼ିଶୀ କ୍ଷେତ୍ରରେ ଅବଦାନ ପାଇଁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ, ବେଦବ୍ୟାସ ସମ୍ମାନ, ଓଡ଼ିଶା ସମ୍ମାନ ଭଳି ସ୍ବୀକୃତି ଓ ପୁରସ୍କାର।

Advertisment

ଓଡ଼ିଆ ସାହିତ୍ୟ ଜଗତର ସମୁଜ୍ଜଳ ପ୍ରତିଭା। ୪୦ ବର୍ଷ ଧରି ସାହିତ୍ୟ ସାଧନାରେ ନିମଗ୍ନ ପ୍ରଖ୍ୟାତ କବୟତ୍ରୀ ପ୍ରତିଭା ଶତପଥୀ। ଦେଶ ବିଦେଶର ବିଶିଷ୍ଟ ସାହିତ୍ୟିକଙ୍କ ଅନବଦ୍ୟ ସୃଷ୍ଟିକୁ ଓଡ଼ିଆ ଭାଷାରେ ଅନୁବାଦ କରିଛନ୍ତି। କଳ୍ପନାର ଅଭିଷେକ, ଅସ୍ତଜହ୍ନର ଇଲିଜି, ଗ୍ରସ୍ତ ସମୟ, ସାହାଡ଼ା ସୁନ୍ଦରୀ, ନିମିଷେ ଅନ୍ଧାର ଭଳି କବିତା ସଂକଳନ, ଅରଣ୍ୟ ସ୍ୱପ୍ନର ରାତି, କ୍ରୀତଦାସ ତଥା କହ୍ଲଣ ଚରିତ ଭଳି ଅନୁବାଦ ସାହିତ୍ୟ ସାଙ୍ଗକୁ ଆତ୍ମଲିପି ଶୈଶବରୁ ସଂସାର ବି ଲେଖିଛନ୍ତି। ତନ୍ମୟ ଧୂଳି ପାଇଁ ତାଙ୍କୁ ମିଳିଛି କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର। ସମସ୍ତ ୪ ଓଡ଼ିଆଙ୍କୁ ରାଷ୍ଟ୍ରପତି ଏକ ସ୍ବତନ୍ତ୍ର ଉତ୍ସବରେ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରିବେ।

ଅଧିକ ପଢ଼ନ୍ତୁ: ଖୁସି ଖବର; ମାର୍ଚ୍ଚରେ ମିଳିବ ସୁଭଦ୍ରାର ଦ୍ୱିତୀୟ କିସ୍ତି

Odisha Padma Awards Awards
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ