Advertisment

National Education Policy: NEP ଲାଗୁ ପରେ ବଦଳିଯିବ ସ୍କୁଲ୍ ପାଠପଢ଼ା ଢାଞ୍ଚା, ଲାଗୁ ହେବ 5+3+3+4 ଫର୍ମୁଲା

ଲାଗୁ ହେବ 5+3+3+4 ଫର୍ମୁଲା । ସସପେନ୍ସରେ ମାଟ୍ରିକ୍ ଓ ଯୁକ୍ତ ଦୁଇ ପରୀକ୍ଷା ଢାଞ୍ଚା । ଜାତୀୟ ଶିକ୍ଷା ନୀତି ବା NEP 2020 ଲାଗୁ ହେବା ପରେ ଶିଶୁକୁ ୩ ବର୍ଷ ବୟସରୁ ଶିକ୍ଷା ପରିଧିକୁ ଅଣାଯିବ।

undefined

ବଦଳିଯିବ ପାଠପଢ଼ା ଢାଞ୍ଚା

Advertisment

ସ୍କୁଲ ସ୍ତରରେ ଜାତୀୟ ଶିକ୍ଷା ନୀତି ଲାଗୁ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଗଠନ ହେଲା ଷ୍ଟିୟରିଂ କମିଟି। ପ୍ରଫେସର ନିତ୍ୟାନନ୍ଦ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିର ସୁପାରିସ ଅନୁଯାୟୀ ପ୍ରସ୍ତୁତ ହେବ ଖସଡ଼ା । କ୍ରୀଡ଼ା ସହ ଦକ୍ଷତା ବୃଦ୍ଧିକୁ ଦିଆଯିବ ଗୁରୁତ୍ବ। ବିଭାଗ ଏନେଇ କସରତ ଆରମ୍ଭ କରିଥିବା ବେଳେ ଅଭିଭାବକ ଓ ଛାତ୍ରଛାତ୍ରୀ ବି ନୂଆ ଢାଞ୍ଚାକୁ ସ୍ବାଗତ କରୁଛନ୍ତି। ଆସନ୍ତୁ ଜାଣିବା ଜାତୀୟ ଶିକ୍ଷା ନୀତି ଲାଗୁ ହେବା ପରେ କେମିତି ପୁରା ବଦଳିଯିବ ପିଲାଙ୍କ ପାଠପଢ଼ା ।

Advertisment

ଲାଗୁ ହେବ 5+3+3+4 ଫର୍ମୁଲା । ସସପେନ୍ସରେ ମାଟ୍ରିକ୍ ଓ ଯୁକ୍ତ ଦୁଇ ପରୀକ୍ଷା ଢାଞ୍ଚା । ଜାତୀୟ ଶିକ୍ଷା ନୀତି ବା NEP 2020 ଲାଗୁ ହେବା ପରେ ଶିଶୁକୁ ୩ ବର୍ଷ ବୟସରୁ ଶିକ୍ଷା ପରିଧିକୁ ଅଣାଯିବ। ଅଙ୍ଗନବାଡି, ପ୍ରାକ୍ ସ୍କୁଲ, ବାଲ ବାଟିକା ସହିତ ପ୍ରଥମ ଓ ଦ୍ବିତୀୟ ଶ୍ରେଣୀ ଯାଏ ମୋଟ ୫ ବର୍ଷକୁ ପ୍ରାରମ୍ଭ ବର୍ଗରେ ରଖାଯାଇଛି । ସେହିପରି ତୃତୀୟ, ଚତୁର୍ଥ, ପଞ୍ଚମ ଶ୍ରେଣୀ ଯାଏ ପ୍ରସ୍ତୁତି ବର୍ଗ, ଷଷ୍ଠ ରୁ ଅଷ୍ଟମ ଯାଏ ମଧ୍ୟମ ଏବଂ ନବମରୁ ଦ୍ବାଦଶ ଶ୍ରେଣୀ ଯାଏ ମାଧ୍ୟମିକ ପର୍ଯ୍ୟାୟ ଭାବେ ବର୍ଗୀକରଣ କରାଯାଇଛି ।

ଅଧିକ ପଢ଼ନ୍ତୁ: ନବ ଦାସ ହତ୍ୟା ମାମଲାକୁ ନେଇ ପୁଣି ତେଜିଲା ରାଜନୀତି, ଦୀପାଳିଙ୍କ କୋର୍ଟକୁ ବଲ୍ ପିଙ୍ଗିଲେ ଆଇନ ମନ୍ତ୍ରୀ

Advertisment

୬ରୁ ୮ ବର୍ଷ ଭିତରେ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ, ୮ରୁ ୧୧ ବର୍ଷ ବୟସରେ ତୃତୀୟରୁ ପଞ୍ଚମ, ୧୧ରୁ ୧୪ ବର୍ଷ ବୟସରେ ଷଷ୍ଠରୁ ଅଷ୍ଟମ ଏବଂ ୧୪ରୁ ୧୮ ବର୍ଷ ବୟସରେ ନବମରୁ ଦ୍ବାଦଶ ଶ୍ରେଣୀରେ ପାଠ ପଢ଼ିବେ। ସେହିପରି ମାଟ୍ରିକ୍ ଓ ଯୁକ୍ତ ଦୁଇ ପରୀକ୍ଷାରେ ବି ବ୍ୟାପକ ସଂସ୍କାର ଆସିବ। ତେବେ ମାଟ୍ରିକ୍ ଓ ଯୁକ୍ତ ଦୁଇ ପରୀକ୍ଷା କିପରି ଢାଞ୍ଚାରେ ହେବ ତାହା ଏଯାଏ ଅସ୍ପଷ୍ଟ ରହିଛି। ସ୍କୁଲ ସ୍ତରରେ NEP ଲାଗୁ ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବିଭାଗୀୟ ମନ୍ତ୍ରୀ କହିଛନ୍ତି, ଏହାଦ୍ବାରା ଡ୍ରପ୍ ଆଉଟ୍ ରେଟ୍ କମିବ ।

ଏଣେ ଜାତୀୟ ଶିକ୍ଷା ନୀତି ଲାଗୁ କରାଯିବା ନେଇ ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ନିତ୍ୟାନନ୍ଦ ପ୍ରଧାନଙ୍କ ଅଧ୍ୟକ୍ଷତାରେ ୧୬ ଜଣିଆ ଷ୍ଟିୟରିଂ କମିଟି ଗଠନ କରିଛି ଗଣଶିକ୍ଷା ବିଭାଗ । କମିଟିର ଦାୟିତ୍ବ ହେଲା ବାଲ୍ ବାଟିକାଠୁ ଆରମ୍ଭ କରି ଦ୍ବାଦଶ ଶ୍ରେଣୀ ଯାଏ ପାଠ୍ୟ ଖସଡ଼ା ପ୍ରସ୍ତୁତ କରିବା । ସୂଚନା ଅନୁସାରେ, ଏଥିରେ ଆଞ୍ଚଳିକ ବିଷୟ ବସ୍ତୁକୁ ମିଳିବ ଗୁରୁତ୍ବ । ସେପଟେ ଚଳିତ ମାସ ୨୧ରୁ ୨୩ ତାରିଖ ଯାଏ ନୂଆ ଜାତୀୟ ଶିକ୍ଷା ନୀତି ୨୦୨୦ ନେଇ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ। ଯେଉଁଥିରେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ପ୍ରଶିକ୍ଷଣ ଦିଆଯିବ ଜାତୀୟ ଶିକ୍ଷା ନୀତିରେ ଆଂଚଳିକ ଭାଷା, ସଂସ୍କୃତି, ଐତିହ୍ୟ ମହାପୁରୁଷଙ୍କ ଜୀବନୀକୁ ଗୁରୁତ୍ବ ଦିଆଯିବ।

Advertisment

ଜାତୀୟ ଶିକ୍ଷା ନୀତିରେ ଆଂଚଳିକ ବିଷୟ ଓ ତାଲିମଯୁକ୍ତ ଶିକ୍ଷାକୁ ଗୁରୁତ୍ବ ଦିଆଯାଉଥିବାରୁ ଅଭିଭାବକଙ୍କଠାରୁ ଆରମ୍ଭ କରି ଶିକ୍ଷାବିତ୍‌ଙ୍କ ଯାଏ ସମସ୍ତେ ଖୁସି । ଏବେ ଦେଖିବାର କଥା ହେଉଛି, ଆସନ୍ତା ଶିକ୍ଷା ବର୍ଷରୁ ଲାଗୁ ହେବାକୁ ଥିବା ଜାତୀୟ ଶିକ୍ଷା ନୀତିରେ ରାଜ୍ୟ ସରକାର କି ସବୁ ସଂସ୍କାର ଆଣୁଛନ୍ତି ।

ଅଧିକ ପଢ଼ନ୍ତୁ: ହାଇପ୍ରୋଫାଇଲ୍ ଲେଡି ଠକ ହଂସିତାଙ୍କ ଅସଲ ସ୍ବାମୀ କିଏ ? ଜାମିନ ଆବେଦନ ପରେ ବଢିଲା ଚର୍ଚ୍ଚା...

Odisha National Education Policy
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ