Puri Sri Mandir
ପୁଣି ଝଟକିବ ଶ୍ରୀମନ୍ଦିର । ତିନି ଦିନ ପରେ ବଡ଼ଦେଉଳରେ ପୁଣି ଲାଗିଲା ଲାଇଟ୍। ଭକ୍ତ ଓ ସେବାୟତଙ୍କ ଭିତରେ ତୀବ୍ର ଅସନ୍ତୋଷ ପରେ ଖୋଲାଯାଇଥିବା ଲାଇଟ୍ ପୁଣି ଥରେ ଲଗାଯାଇଛି।
ଆଜି ପୁରୀ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା। ତାଙ୍କ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ବି ଥିଲେ। ଶ୍ରୀମନ୍ଦିର ପରିସରରେ ଲାଗିଥିବା ଆଲୋକୀକରଣ ବ୍ୟବସ୍ଥାକୁ ହଠାତ୍ ବନ୍ଦ କରିଦିଆଯିବା ଘଟଣାର ତଦନ୍ତ ବି ଚାଲିଛି। କାହିଁକି ନଜଣାଇ ଇଭେଣ୍ଟ ସଂସ୍ଥା ହଠାତ ଲାଇଟ କାଢିନେଲା ସେନେଇ ତଦନ୍ତ ଚାଲଥିବା କହିଛନ୍ତି ପୁରୀ ଜିଲ୍ଲାପାଳ।
ଏହି ଘଟଣାରେ ପୁରୀ ସିଂହଦ୍ବାର ଥାନା ପୋଲିସ ୪ ଜଣଙ୍କୁ ଅଟକ ରଖିଛି। ଶ୍ରୀମନ୍ଦିର ପରିସରରେ ଆଲୋକୀକରଣ ବ୍ୟବସ୍ଥା ହଠାତ ବନ୍ଦ ପରେ ରାଜ୍ୟବ୍ୟାପୀ ଭକ୍ତ ଓ ସେବାୟତଙ୍କ ମଧ୍ୟରେ ଦେଖାଦେଇଥିଲା ଅସନ୍ତୋଷ। ଘଟଣାର ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ନେବାକୁ ପୁରୀ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟ ଶାସନ ସଚିବ। ସ୍ଥାୟୀ ସମାଧାନ ଓ ପୁନଃ ଆଲୋକୀକରଣ ବ୍ୟବସ୍ଥା ଦିଗରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ।
ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ସମୟରେ ଶ୍ରୀମନ୍ଦିରକୁ ସମ୍ପୂର୍ଣ୍ଣ ଆଲୋକୀକରଣ କରାଯାଇଥିଲା। ମନ୍ଦିର ଚାରିପାର୍ଶ୍ୱରେ ଏକାଧିକ ଲାଇଟ୍ ଲଗାଯାଇଥିଲା । ଉତ୍ତର ଦ୍ୱାର, ଦକ୍ଷିଣଦ୍ୱାର, ପଶ୍ଚିମଦ୍ୱାରରେ ବକ୍ସ ଭଳି ଏକାଧିକ ସ୍ଥାନରେ ବଡ଼ ବଡ଼ ଫୋକସିଂ ଲାଇଟ୍ ସବୁ ଲାଗିଥିଲା। ଯାହା ଫଳରେ ଶ୍ରୀମନ୍ଦିର ସୌନ୍ଦର୍ଯ୍ୟ ରାତିରେ ମଧ୍ୟ ଦୂରକୁ ସ୍ପଷ୍ଟ ଦେଖା ଯାଉଥିଲା। କିନ୍ତୁ ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ସେସବୁ ଲାଇଟ୍ ଗୁଡିକୁ ଖୋଲି ନିଆଯାଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1717842758.jpg)