Advertisment

FM student: ଜୀବନ ଯୁଦ୍ଧରେ ହାରିଗଲେ ସୌମ୍ୟାଶ୍ରୀ, ସଂଗ୍ରାମ କରି ଶେଷରେ ଆଖି ବୁଜିଲେ

ଏମ୍ସରେ ଚିକିତ୍ସାଧିନ ଅବସ୍ଥାରେ ବାଲେଶ୍ବର ଏଫଏମ କଲେଜର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କର ମୃତ୍ୟୁ ହୋଇଛି । ଘର ଲୋକଙ୍କ ଇଚ୍ଛା ଅନୁସାରେ ଶବ ବ୍ୟବଛେଦ ପରେ ମୃତଦେହକୁ ତାଙ୍କ ଗାଁ ବାଲେଶ୍ବର ଭୋଗରାଇ ନିଆଯାଇଛି । ସେଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ।

FM student

FM student

Advertisment

ଆଖି ବୁଜିଲେ ବାଲେଶ୍ବର ଏଫଏମ କଲେଜର ଛାତ୍ରୀ ସୌମ୍ୟାଶ୍ରୀ ବିଶି। ଏମ୍ସରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ସୋମବାର ରାତି ୧୧ଟା ୪୬ରେ ଆଖି ବୁଜିଲେ ପୀଡ଼ିତା । ସେ ସୁପର ଆଇସିୟୁରେ ଚିକିତ୍ସାଧିନ ଥିଲେ। ପୀଡ଼ିତାଙ୍କ ମୃତ୍ୟୁ ନେଇ ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି । ଗତ ଶନିବାର ଏଫଏମ କଲେଜରେ ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ ପୀଡିତା । ତାଙ୍କ ଦେହର ୯୫ ପ୍ରତିଶତ ପୋଡି ଯାଇଥିଲା । ନିଆଁ ଲାଗିବା ଯୋଗୁଁ ତାଙ୍କର କିଡନୀ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା। ରାତିରେ ହିଁ ସୌମ୍ୟାଙ୍କ ମୃତଦେହର ଶବ ବ୍ୟବଛେଦ ହୋଇଥିଲା । ଘର ଲୋକଙ୍କ ଇଚ୍ଛା ଅନୁସାରେ ଶବ ବ୍ୟବଛେଦ ପରେ ମୃତଦେହକୁ ତାଙ୍କ ଗାଁ ବାଲେଶ୍ବର ଭୋଗରାଇ ନିଆଯାଇଛି । ସେଠାରେ ହିଁ ତାଙ୍କର ଅନ୍ତିମ ସଂସ୍କାର ହେବ । କଡା ସୁରକ୍ଷା ଭିତରେ ଗାଁକୁ ନିଆ ଯାଇଥିଲା ମୃତଦେହ ।

Advertisment

ଅଧିକ ପଢନ୍ତୁ: ଏମ୍ସରେ ଚାଲିଛି FM ପୀଡ଼ିତାଙ୍କ ଡାଏଲିସିସ୍, ତଦାରଖ କରୁଛନ୍ତି ୮ ଜଣିଆ ଟିମ୍

ବାଲେଶ୍ବର ଏଫ ଏମ କଲେଜ ଛାତ୍ରୀ ଶିକ୍ଷା ବିଭାଗର ଏଚଓଡି ସମୀର ସାହୁଙ୍କ ବିରୋଧରେ ଆଣିଥିଲେ ଅଭିଯୋଗ । ଏଚଓଡି ତାଙ୍କୁ ଫେଭର ମାଗୁଥିବା ଅଭିଯୋଗ କରିଥିଲେ ସୌମ୍ୟାଶ୍ରୀ ବିଶି । ତାଙ୍କ ଅଭିଯୋଗକୁ କଲେଜ ପ୍ରଶାସନ ଗୁରୁତର ସହ ନେଇନଥିଲେ। ଯେଉଁଥି ପାଇଁ ଶନିବାର ସେ ନିଜ ଦେହରେ ନିଆଁ ଲଗେଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ସହପାଠୀମାନେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ ।

Advertisment

ଜୁନ୍ ୩୦ ତାରିଖରେ ପ୍ରିନସପାଲଙ୍କ ଚାମ୍ବରରେ ଆଲୋଚନା ହୋଇଥିଲା । ଜୁଲାଇ ୧ରେ ସୋସିଆଲ୍ ମିଡିଆରେ ସୌମ୍ୟାଶ୍ରୀ ପୋଷ୍ଟ କରି ନ୍ୟାୟ ମଗିଥିଲେ । ଜୁଲାଇ ୨ରେ ଆତ୍ମାହୁତି ଧମକ ଦେଇଥିଲେ । ଜୁଲାଇ ୧୨ରେ ପ୍ରିନ୍ସିପାଲ ଚାମ୍ବର ଆଗରେ ଆତ୍ମାହୁତି ଉଦ୍ୟମ କରିଥିଲେ । ଗୁରୁତର ଅବସ୍ଥାରେ ବାଲେଶ୍ବର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲେ ହେଁ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେହିଦିନ ସନ୍ଧ୍ୟାରେ ଭୁବନେଶ୍ବର AIIMS ସ୍ଥାନାନ୍ତର କରାଯାଇଥିଲା ।

ଏହି ଘଟଣାର କାର୍ଯ୍ୟାନୁଷ୍ଠାନ ସ୍ବରୂପ ଜୁଲାଇ ୧୨ ତାରିଖରେ FM କଲେଜ ପ୍ରିନ୍ସିପାଲ୍ ଦିଲ୍ଲୀପ ଘୋଷ ଓ ଏଜୁକେସନ୍ ବିଭାଗ HOD ସମୀର ସାହୁଙ୍କୁ ସସପେଣ୍ଡ କରାଯାଇଥିଲା । ଏହା ପରେ ୧୨ରେ ନିଲମ୍ବିତ HOD ସମୀର ସାହୁଙ୍କୁ ଗିରଫ କରାଯାଇଥିଲା ୧୨ ତାରିଖରେ ରାଜ୍ୟ ସରକାରଙ୍କ ପକ୍ଷରୁ ଉଚ୍ଚସ୍ତରୀୟ ତଦନ୍ତ କମିଟି ଗଠନ କରାଯାଇଥିଲା । ୧୩ ତାରିଖରେ କଲେଜରେ ଉଚ୍ଚସ୍ତରୀୟ କମିଟିର ତଦନ୍ତ ହୋଇଥିଲା । ୧୪ ତାରିଖରେ ନିଲମ୍ବିତ ପ୍ରିନ୍ସିପାଲ୍ ଦିଲ୍ଲୀପ ଘୋଷଙ୍କୁ ଗିରଫ କରାଯାଇଥିଲା । ଏହାରି ମଧ୍ୟରେ ପାଖାପାଖି ୬୦ ଘଣ୍ଟା ଜୀବନ ମରଣ ସହ ସଂଗ୍ରାମ କରିବା ପରେ ଗତକାଲି ରାତିରେ ଜୀବନ ଯୁଦ୍ଧରେ ହାରିଗଲେ ସୌମ୍ୟାଶ୍ରୀ ।

Advertisment

ଅଧିକ ପଢନ୍ତୁ: ଜୀବନ ସହ ଲଢୁଛନ୍ତି FM କଲେଜ ପୀଡ଼ିତା, ଏମ୍ସରେ ପହଞ୍ଚି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ

Balasore Fakir Mohan University
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ