Advertisment

FM Student Self-Immolation Case: ‘ଦଫା ବଦଳିଲା, ଆଗକୁ ଜୋରଦାର ଆକ୍ସନ’

ଛାତ୍ରୀ ଜଣଙ୍କ ପ୍ରାଣ ହରାଇଲେଣି, ତେଣୁ ପୂର୍ବରୁ ଯେଉଁ ଦଫା ଲାଗିଥିଲା,ତାକୁ ପରିବର୍ତ୍ତନ କରାଯାଇଛି। ଆତ୍ମହତ୍ୟା ପାଇଁ ଉସୁକାଇଥିବା, ପୀଡ଼ିତାଙ୍କୁ ମାନସିକ ଯନ୍ତ୍ରଣା ଦେବା ଆଦି ଅନେକ ସଂଗୀନ ଦଫା ଲାଗିଥିବା କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ।

ଅଦ୍ୟତନ ହୋଇଛି
FM Student Self-Immolation Case

FM Student Self-Immolation Case

Advertisment

ଦଫା ବଦଳିଲା, ଆଗକୁ ଜୋରଦାର ହେବ ଆକ୍ସନ। ବାଲେଶ୍ବର FM ଛାତ୍ରୀ ଆତ୍ମଦାହ ମାମଲାରେ ଏଭଳି ବଡ଼ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। କହିଛନ୍ତି, ଯେହେତୁ ଛାତ୍ରୀ ଜଣଙ୍କ ପ୍ରାଣ ହରାଇଲେଣି, ତେଣୁ ପୂର୍ବରୁ ଯେଉଁ ଦଫା ଲାଗିଥିଲା,ତାକୁ ପରିବର୍ତ୍ତନ କରାଯାଇଛି। ଆତ୍ମହତ୍ୟା ପାଇଁ ଉସୁକାଇଥିବା, ପୀଡ଼ିତାଙ୍କୁ ମାନସିକ ଯନ୍ତ୍ରଣା ଦେବା ଆଦି ଅନେକ ସଂଗୀନ ଦଫା ଲାଗିଥିବା କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ।

Advertisment

ଅର୍ଥାତ କେବଳ HOD କି ଅଧ୍ୟକ୍ଷ ନୁହନ୍ତି, ଅନ୍ୟମାନଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯିବ। ଯେଉଁମାନେ ବି ଛାତ୍ରୀଙ୍କୁ ଆତ୍ମହତ୍ୟା ପାଇଁ ଉସକାଇଛନ୍ତି ସମସ୍ତଙ୍କୁ ତଦନ୍ତ ପରିସର ମଧ୍ୟକୁ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି। ପୀଡିତା ଓ ତାଙ୍କ ପରିବାରକୁ ନ୍ୟାୟ ଦେବା ପାଇଁ ଯାହା ଆବଶ୍ୟକ ପଡିବ ରାଜ୍ୟ ସରକାର କରିବେ ବୋଲି କହିଛନ୍ତି। ଦୁଇ ଉପ ମୁଖ୍ୟମନ୍ତ୍ରୀ, ରାଜ୍ୟ ସଭାପତିଙ୍କ ଉପସ୍ଥିତିରେ ଗତକାଲି ରାଜ୍ୟ କାର୍ଯ୍ୟାଳୟରେ ବୈଠକ ବସିଥିଲା। ରାଜସ୍ବ ମନ୍ତ୍ରୀ, ଆଇନ ମନ୍ତ୍ରୀ, ସ୍ୱାସ୍ଥ୍ୟ ମନ୍ତ୍ରୀ, ପରିବହନ ମନ୍ତ୍ରୀ, ବରିଷ୍ଠ ବିଧାୟକ ଜୟ ନାରାୟଣ ମିଶ୍ର ଏବଂ ଏକାଧିକ ବିଧାୟକ ସାମିଲ ହୋଇଥିଲେ।

ସେହିପରି ଆଇନମନ୍ତୀ ପୃଥ୍ବିରାଜ ହରିଚନ୍ଦନ କହିଛନ୍ତି, ଅଭିଯୁକ୍ତଙ୍କ ବିରୋଧରେ ଦଣ୍ଡବିଧାନ ପାଇଁ ଚାଲିଛି ପ୍ରକ୍ରିୟା। ଆଗକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଯାହା କାର୍ଯ୍ୟାନୁଷ୍ଠାନ ନିଆଯିବ।

Advertisment

ଅପରପକ୍ଷେ FM ଛାତ୍ରୀ ମୃତ୍ୟୁକୁ ନେଇ ଥମୁନି ରାଜନୀତି। ଏ ଘଟଣାର ପ୍ରତିବାଦରେ ଆଜି ବାଲେଶ୍ବର ବନ୍ଦ ପାଳନ କରୁୁଛି ବିଜେଡି । ସକାଳ ୬ଟାରୁ ବନ୍ଦ ପାଳନ ଆରମ୍ଭ ହୋଇଛି। ଆନ୍ଦୋଳନ ଆଜି ଦିନ ୨ଟା ପର୍ଯ୍ୟନ୍ତ ଚାଲିବ। ସକାଳୁ ସକାଳୁ ବିଜେଡି କର୍ମୀମାନେ ବିଭିନ୍ନ ଛକରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ହାତର ପୋଷ୍ଟର ଓ ପ୍ଲାକାର୍ଡ ଧରି ନାରାବାଜି କରୁଛନ୍ତି । ସହରରେ ଦୋକାନ ବଜାର, ସରକାରୀ ଅଫିସ୍, ବେସରକାରୀ ଅନୁଷ୍ଠାନ ବନ୍ଦ ରହିଛି। ରାସ୍ତାରେ ଗାଡ଼ି ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି।

ଅଧିକ ପଢନ୍ତୁ: ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦାବିରେ ଆନ୍ଦୋଳନ; ପୋଲିସ-ବିଜେଡି କର୍ମୀ ମୁହାଁମୁହିଁ...

Advertisment
Revenue Minister
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ